ନୂଆଦିଲ୍ଲୀ,୨୫।୧୨: ସଂସଦ ଆଗରେ ଆତ୍ମହୁତି ଉଦ୍ୟମ। ଦେହରେ ପେଟ୍ରାଲ ପକାଇ ନିଜକୁ ନିଆଁ ଲଗାଇଲେ ଜଣେ ବ୍ୟକ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୋଲିସ ସେଠାରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସକୁ ଘଟଣାସ୍ଥଳରୁ ପେଟ୍ରୋଲ ମିଳିଛି ଓ ଫରେନସିକ୍ ଟିମ୍ ମଧ୍ୟ ଯାଞ୍ଚ ଆରମ୍ଭ କରିଛି। ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛି କାହିଁକି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ?
ସଂସଦ ଘଟଣା ପରେ ଦିଲ୍ଲୀ ପୋଲିସ ମଧ୍ୟ ବୟାନ ଜାରି କରିଛି। ପୋଲିସ କହିଛି, ଏହି ବ୍ୟକ୍ତିଙ୍କ ଘର ୟୁପିର ବାଗପତ୍। ସଂସଦ ଭବନ ନିକଟରେ ଜଣେ ବ୍ୟକ୍ତି ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ତାଙ୍କୁ ଆରଏମ୍ଏଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ନାଁ ଜିତେନ୍ଦ୍ର।