ପ୍ରମୂଖ ଖବର
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଗୋଆ ସମୂଦ୍ର ବେଳାଭୂମିରେ ବୁଡିଲା ପର୍ଯ୍ୟଟକ ଭରା ଡଙ୍ଗା, ୧ ମୃତ, ୨୦ ଆହତ…

Published By : Prameya | December 25, 2024 8:26 PM

ନୂଆଦିଲ୍ଲୀ: ଉତ୍ତର ଗୋଆର କାଲାଙ୍ଗୁଟ୍ ବିଚରେ ଇଞ୍ଜିନ ଖରାପ ହେବା କାରକଣରୁ ଆଜି (ବୁଧବାର) ଏକ ପର୍ଯ୍ୟଟନ ଡଙ୍ଗା ବୁଡ଼ିଯାଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ପୋଲିସ ଏହି ସୂଚନା ଦେଇଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଲାଇଫଗାର୍ଡ ଦାୟିତ୍ୱରେ ଥିବା ସଞ୍ଜୟ ଯାଦବ କହିଛନ୍ତି ଯେ, "କାଲାଙ୍ଗୁଟ ବେଳାଭୂମିରେ ଏକ ଡଙ୍ଗା ବୁଡ଼ିଯାଇଛି । ଏହି ଘଟଣାରେ ଆମେ ୧୩ ଜଣଙ୍କୁ ଉଦ୍ଧାର କରିଛୁ। ଆମେ ପ୍ରକୃତ ସଂଖ୍ୟା ଜାଣି ନାହୁଁ, କିନ୍ତୁ ଡଙ୍ଗା ତଳେ ଫସି ରହିଥିବା ଗୋଟିଏ ପରିବାରର ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣାର କାରଣ ଆମେ ଜାଣି ନାହୁଁ। ବର୍ତ୍ତମାନ ପୋଲିସ ବୁଡ଼ିଯିବା କାରଣରୁ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି ଏବଂ ଦୁର୍ଘଟଣାର ତଦନ୍ତ କରୁଛି।

ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଛି । ତେବେ ଡଙ୍ଗାରେ ପ୍ରାୟ ୨୦ ଜଣ ଯାତ୍ରୀ ଥିଲେ। ଏମାନଙ୍କ ବୟସ ୬ ରୁ ୬୫ ବର୍ଷ ମଧ୍ୟରେ ରହିଛି। ମହାରାଷ୍ଟ୍ରର ଖେଡରୁ ଗୋଟିଏ ପରିବାରର ୧୩ ଜଣ ଲୋକ ଏଥିରେ ଅନ୍ତର୍ଭୂକ୍ତ ଥିଲେ। ସମୁଦ୍ର କୂଳରୁ ପ୍ରାୟ ୬୦ ମିଟର ଦୂରରେ ଡଙ୍ଗାଟି ବୁଡ଼ିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.