ପ୍ରମୂଖ ଖବର
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଭୟଙ୍କର ସଡକ ଦୁର୍ଘଟଣା: ୧୫୦୦ ଫୁଟ୍ ଖାଇକୁ ଖସିଲା ଯାତ୍ରୀବାହି ବସ୍,୪ ମୃତ

Published By : Prameya | December 25, 2024 6:42 PM

ନୂଆଦିଲ୍ଲୀ,୨୫।୧୨: ଉତ୍ତରାଖଣ୍ଡର ଭୀମତାଲାରେ ବସ୍ ଦୁର୍ଘଟଣା। ପ୍ରାୟ ୨୭ ଜଣ ଯାତ୍ରୀ ଥିବା ବେଳେ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି।  ଘଟଣାସ୍ଥଳରେ ଏସଡିଆରଏଫ୍‌ର ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛନ୍ତି। ଦୁର୍ଘଟଣା ପରେ ୧୫୦୦ ଫୁଟ୍‌ ଗଭୀର ଖାଇରେ ଖସି ପଡିଥିଲା ବସ୍। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଏହି ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଭୀମତାଲା ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହା ଅତ୍ୟନ୍ତ ଦୁଃଖଦ ଘଣା। ସ୍ଥାନୀୟ ପ୍ରଶାସନକୁ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦେଶ ଦିଆଯାଇଛି। ସମସ୍ତ ଯାତ୍ରୀ ସକୁଶଳେ ରୁହନ୍ତୁ ତାହା ହିଁ ବାବା କେଦାରନାଥଙ୍କୁ ପ୍ରାର୍ଥନା। 

ଦୁର୍ଘଟଣା ନେଇ ପୋଲିସ ଅଧିକାରୀଙ୍କ ବୟାନ ସାମନାକୁ ଆସିଛି। ନୈନିତାଲ ଏସଏସପି ପ୍ରହଲାଦ ମୀନା କହିଛନ୍ତି ନୈନିତାଲର ଭୀମତାଲାରେ ରୋଡଓ୍ବେଜ୍‌ ବସ୍‌ ଖାଲରେ ଖସିବା କାରଣରୁ ଅନେକ ଆହତ ହୋଇଛନ୍ତି। ଉଦ୍ଧାକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.