ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ଫଟୋ ଉଠାଇବା ବେଳେ ଆକ୍ରମଣ କଲା ହାତୀ, ଯୁବକ ଗୁରୁତର
  • ||
  • ପାଟଣା : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଡ୍ରାଇଭର ମୃତ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ପଡ଼ିଛନ୍ତି ଚାଷୀ
  • ||
  • ଭୁବନେଶ୍ୱର : ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌
  • ||
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ

Published By : Ankita S | December 25, 2024 9:01 AM

କାବୁଲ,୨୫/୧୨ : ଆଫଗାନିସ୍ତାନରେ ପାକିସ୍ତାନର ବଡ ହମଲା ।  ଆଫଗାନିସ୍ତାନ ବରମଲରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଛି । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଗୋଟିଏ ପରିବାରର ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି । ପାକିସ୍ତାନୀ ବିମାନରୁ ବୋମା ବର୍ଷଣ କରାଯାଇଥିବା ଦାବି ହୋଇଛି । ବରମଲର ମୁର୍ଗ ବଜାର ଉପରେ ବିମାନରୁ ବୋମା ବର୍ଷା ହୋଇଛି । କୁହାଯାଉଛି କି ଏହି ଏୟାରଷ୍ଟ୍ରାଇକ୍ ପାକିସ୍ତାନ କରିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକିସ୍ତାନୀ ଯୁଦ୍ଧ ବିମାନ ଆଫଗାନିସ୍ତାର କିଛି ସ୍ଥାନ ଉପରେ ବୋମା ପକାଇଛି । ପାକିସ୍ତାନର ଏହି ବଡ ହମଲା ବ୍ୟାପକ ଧ୍ବଂସ ଘଟାଇଛି । ପାକିସ୍ତାନ ଦ୍ବାରା ଏହି ଆକ୍ରମଣ ହୋଇଥିବା ଦାବି ହୋଇଛି । ତାଲିବାନ ପକ୍ଷରୁ ଏହାର ପ୍ରତିଶୋଧ ନିଆଯିବ ବୋଲି  ଧମକ ଦେଇଛି । ପାକିସ୍ତାନୀ ଯୁଦ୍ଧ ବିମାନ ଦ୍ବାରା ଯେଉଁ ଅଞ୍ଚଳରେ ବୋମାମାଡ କରାଯାଇଛି ସେହି ଅଞ୍ଚଳରେ ୱାଡିରିସ୍ତାନୀ ଶରଣାର୍ଥୀ ମଧ୍ୟ ଥିଲେ । ପାକିସ୍ତାନୀ ଯୁଦ୍ଧ ବିମାନ ଆଫଗାନିସ୍ତାନର କିଛି ସ୍ଥାନରେ ବୋମା ପକାଇଛି । ମୁଗ ବଜାର ଗାଁ ବରମାଳ ଏହି ଏୟାରଷ୍ଟ୍ରାଇକ ବ୍ୟାପକ ଧ୍ବଂସ ଘଟାଇଛି । ରିପୋର୍ଟ ଲେଖା ହେବା ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରୁ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ପାକିସ୍ତାନୀ ତାଲିବାନ କିମ୍ବା ତେହେରିକ-ଇ-ତାଲିବାର ପାକିସ୍ତାନ ଗତ କିଛି ମାସ ମଧ୍ୟରେ ପାକିସ୍ତାନୀ ସୈନ୍ୟ ଉପରେ ଆକ୍ରମଣକୁ ବଢାଇଛି ବୋଲି ଜଣାପଡିଛି । ଆପଗାନିସ୍ତାନ ଏହି ଆତଙ୍କବାଦୀଙ୍କୁ ଶରଣ ଦେଇଥିବା ପାକିସ୍ତାନ ଅଭିଯୋଗ କରିଛି । ଏହାକୁ ତାଲିବାନ ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରିଛି । ଏୟାରଷ୍ଟ୍ରାଇକରେ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପାକିସ୍ତାନୀ ଅଧିକାରୀ ମାନେ ଏୟାରଷ୍ଟ୍ରାଇକୁ ନେଇ କୌଣସି ସୂଚନା ଦେଇନାହାନ୍ତି ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.