ଆସ୍ତାନା, ୨୫।୧୨: କାଜାଖସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା । ଏହି ବିମାନଟି ଆଜେରବାଇଜାନ ଏୟାରଲାଇନ୍ସର ବୋଲି ଜଣାପଡ଼ିଛି । ଅକତାଉରେ ଜରୁରୀ ଅବତରଣ ମାଗିବା ପରେ ଏଭଳି ଦୁର୍ଘଟଣା ହୋଇଥିଲା । ବିମାନଟି କାଜାକିସ୍ତାନର ବାକୁରୁ ଋଷର ଗ୍ରଜନୀ ଯାଉଥିଲା । ୧୧୦ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
କାଜାଖସ୍ତାନର ଅକାତୁ ବିମାନବନ୍ଦର ନିକଟରେ ଅବତରଣ କରିବା ସମୟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଖବର ରହିଛି । ବିମାନ ଦୁର୍ଘଘଟଣାରେ ଏକାଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବଳେ ସଠିକ୍ ତଥ୍ୟ ଏଯାଏ ଜଣାପଡ଼ିନାହିଁ । ଏହି ବିମାନରେ ୧୦୦ ଉପରକୁ ଯାତ୍ରୀ ଥିବାବେଳେ ୫ ଜଣ କ୍ରୁ ସଦସ୍ୟ ଥିଲେ । ରୁଷର ନ୍ୟୁଜ୍ ଏଜେନ୍ସି ଏନେଇ ସୂଚନା ଦେଇ । ଘଟଣାସ୍ଥଳରେ ରିଲିଫ୍ ବଣ୍ଟାଯିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
କାଜାଖସ୍ତାନରେ ହୋଇଥିବା ବିମାନ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିମାନଟି ଗ୍ରୋଜନି ଆଡ଼କୁ ଯିବାବେଳେ ଘନ କୁହୁଡ଼ି ରହିଥିଲା । ତେଣୁ ସେହି ଦିଗରେ ବିମାନଟି ଯାଇପାରିନଥିଲା । ପରେ କାଜାଖସ୍ତାନ ବିମାନ ବନ୍ଦରରେ ଫେରି ଆସିବା ପରେ ଏମରଜେନ୍ସି ଲ୍ୟାଣ୍ଡିଂ ପାଇଁ ସୂଚନା ଦେଇଥିଲା । ଜରୁରୀ ଅବତରଣ ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଦୁର୍ଘଟଣାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ଏହାର ସଠିକ୍ ତଥ୍ୟ ଅନୁସନ୍ଧାନ ପରେ ଜଣାପଡ଼ିବ ।