ନୂଆଦିଲ୍ଲୀ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୃତ୍ୟୁଦଣ୍ଡକୁ ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାଇଡେନ ୩୭ ଜଣ କଏଦୀଙ୍କ ମୃତ୍ୟୁଦଣ୍ଡକୁ କ୍ଷମା କରିବା ପରେ ଟ୍ରମ୍ପଙ୍କ ଏହି ବିବୃତ୍ତି ଆସିଛି । ଏଥିରେ କୌଣସି ବିନମ୍ରତା ରହିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ସୂଚନାଥାଉକି ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ଅଧିକାଂଶ କଏଦୀଙ୍କ ଦଣ୍ଡକୁ କୋହଳ କରିଦେଇଛନ୍ତି । ସୋମବାର ଦିନ ବାଇଡେନଙ୍କ ନିଷ୍ପତ୍ତିକୁ ଟ୍ରମ୍ପ ସମାଲୋଚନା କରିଛନ୍ତି, ଯେଉଁଥିରେ ବାଇଡେନ ମୃତ୍ୟୁଦଣ୍ଡ ପାଇଥିବା ୪୦ ଜଣ କଏଦୀଙ୍କ ମଧ୍ୟରୁ ୩୭ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ମଙ୍ଗଳବାର ଟ୍ରମ୍ପ କହିଛନ୍ତି ଯେ, ବାଇଡେନଙ୍କ ନିଷ୍ପତ୍ତି ବୁଝାମଣାରେ ହୋଇନାହିଁ ଏବଂ ଏହା ପୀଡିତଙ୍କ ପରିବାର ପ୍ରତି ଅପମାନ। ସୋସିଆଲ ମିଡିଆରେ ସେ କହିଛନ୍ତି ଯେ ଜୋ ବାଇଡେନ ଆମ ଦେଶର ୩୭ ଜଣ ହତ୍ୟାକାରୀଙ୍କ ମୃତ୍ୟୁ ଦଣ୍ଡକୁ ପରିବର୍ତ୍ତନ କରିଛନ୍ତି । ଏହା ଦ୍ବାରା ପୀଡିତଙ୍କ ସମ୍ପର୍କୀୟ ଏବଂ ବନ୍ଧୁମାନେ ଆହୁରି ଦୁଖିତ ହୋଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ କ୍ଷମତା ଗ୍ରହଣ କରିବା ପରେ ସେ ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବାକୁ ନ୍ୟାୟ ବିଭାଗକୁ ନିର୍ଦ୍ଦେଶ ଦେବେ। “ବଳାତ୍କାରୀ, ହତ୍ୟାକାରୀ ଏବଂ ବଡ଼ ଅପରାଧ” ମାମଲାରେ ସେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି।