ପ୍ରମୂଖ ଖବର
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ପ୍ରାୟ ୨ ବର୍ଷ ପରେ ଗୁଗୁଲ ପ୍ଲେ ଏବଂ ହ୍ବାଟସ୍ ଆପ୍ ଉପରୁ ପ୍ରତିବନ୍ଧକ ଉଠାଇଲା ଇରାନ୍…

Published By : Prameya | December 25, 2024 10:27 PM

ନୂଆଦିଲ୍ଲୀ: ପ୍ରାୟ ଦୁଇ ବର୍ଷ ପରେ ଇରାନ ନିଜ ଦେଶରେ ଗୁଗୁଲ ପ୍ଲେ ଏବଂ ହ୍ବାଟସ୍ ଆପ୍ ଉପରେ ଲଗାଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ସୂଚନାଥାଉକି,ଯେ ଇରାନ ସରକାର ମଙ୍ଗଳବାର ଏହା ଘୋଷଣା କରିଛନ୍ତି ଏବଂ କହିଛନ୍ତି ଯେ ଦୁଇ ବର୍ଷରୁ ଅଧିକ ସମୟ ପରେ ହ୍ବାଟସ ଆପ୍' ଏବଂ 'ଗୁଗଲ୍ ପ୍ଲେ' ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ସରକାରୀ ସମ୍ବାଦ ଏଜେନ୍ସି IRNA ଏହାର ସମ୍ବାଦରେ ଏହି ସୂଚନା ଦେଇଛି। ପ୍ରକାଶ ଥାଉକି ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦେଶର 'ସୁପ୍ରିମ କାଉନସିଲ ଅଫ ସାଇବର ସ୍ପେସ' ଏହି ନିଷ୍ପତ୍ତି ନେଇଛି।

ସୋସିଆଲ ମିଡିଆରେ ହୋଇଥିବା ପ୍ରତିବନ୍ଧକକୁ ହଟାଇବାକୁ ରାଷ୍ଟ୍ରପତି ପ୍ରତିଶ୍ରୁତି ଦେଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇରାନର ଯୋଗାଯୋଗ ମନ୍ତ୍ରୀ ସତ୍ତର ହାସିମି ଏକ ପୋଷ୍ଟରେ କହିଛନ୍ତି । ରାଜଧାନୀ ତେହେରାନ ଏବଂ ଅନ୍ୟାନ୍ୟ ସହରରେ ଥିବା ଆସୋସିଏଟେଡ୍ ପ୍ରେସ୍‌କୁ ଅନେକ ଲୋକ କହିଛନ୍ତି ଯେ ସେମାନେ କମ୍ପ୍ୟୁଟରରେ ଉପରୋକ୍ତ ଦୁଇଟି ସେବାର ଲାଭ ଉଠାଇବାକୁ ସକ୍ଷମ କିନ୍ତୁ ମୋବାଇଲ୍ ଫୋନରେ ସେବା ଆରମ୍ଭ କରିବାରେ ଅସମର୍ଥ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.