ପ୍ରମୂଖ ଖବର
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

୧୯୧୪ ବିଶ୍ବଯୁଦ୍ଧ; ଗୋଟିଏ ଦିନ ଫୁଟିନଥିଲା ଗୁଳି, ନାଚଗୀତରେ ମଜିଥିଲେ ସେନା

Published By : Ankita S | December 25, 2024 1:15 PM

ନୂଆଦିଲ୍ଲୀ,୨୫/୧୨: ଡିସେମ୍ବର ୨୫ । ଏହି ଦିନଟି ବିଶ୍ବବାସୀଙ୍କ ପାଇଁ ବହୁତ ସ୍ପେଶାଲ । ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ବଡ ଦିନ ଭାବେ ପାଳନ କରାଯାଏ । ଏହି ଦିନ ସେଲିବ୍ରେସନ ମୁଡରେ ରହିଥାନ୍ତି ଦେଶବାସୀ ।  ଖ୍ରୀଷ୍ଟମାସ ରୂପେ ପାଳନ କରିଥାନ୍ତି ବିଶ୍ବବାସୀ । ଶାନ୍ତିର ବାର୍ତ୍ତା ଦିଏ ଏହି ଦିନ । ଜାଣିଛନ୍ତି କି ବଡ ଦିନରେ ଗୋଟିଏ ଦିନ ପାଇଁ ବନ୍ଦ ଥିଲା ବିଶ୍ବଯୁଦ୍ଧ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।

ଶାନ୍ତିର ପ୍ରତୀକ ପ୍ରଭୁ ଯୀଶୁଙ୍କ ଜନ୍ମଦିନରେ ଦିନକ ପାଇଁ ଅଟକି ଥିଲା ବିଶ୍ବଯୁଦ୍ଧ । ହିଂସା ଭୁଲି ନାଚଗୀତରେ ମଜ୍ଜି ଥିଲେ ଦୁଇ ପକ୍ଷ ସେନା । ଶତ୍ରୁରୁ ମିତ୍ର ହୋଇଥିଲେ । ୧୯୧୪ ମସିହା କଥା । ଡିସେମ୍ବର ୨୫ ତାରିଖ ଦିନ ପ୍ରଥମ ବିଶ୍ବଯୁଦ୍ଧରେ ସାମିଲ ଥିବା ଅଧିକାଂଶ ଜର୍ମାନୀ ସେନା ବନ୍ଧୁକ, ତୋପ ଚାଳନା ବନ୍ଦ କରିଥିଲେ । ହଠାତ୍ ଏମାନେ କେରୋଲ ଗୀତ ଗାଇବାକୁ ଲାଗିଥିଲେ । କେତେକ ସ୍ଥାନରେ ଋଷ,ଫ୍ରାନ୍ସ ଏବଂ ବ୍ରିଟେନର ସେନା ମଧ୍ୟ ଜର୍ମାନୀ ସେନା ସହ ମିଶି ଖୁସି ମନାଇଥିଲେ । ପ୍ରଥମ ବିଶ୍ବଯୁଦ୍ଧ ଆରମ୍ଭ ହେବାକର ୫ମାସ ପରେ ବଡଦିନ ପଡିଥିଲା । ଖ୍ରୀଷ୍ଟମାନ ସକାଳୁ ଅଧିକାଂଶ ଜର୍ମାନୀ ସୈନିକ ସେନା ଆଡ୍ଡାରୁ ବାହାରି ଆସିଥିଲେ । ନୋ ମ୍ୟାନ୍ସ ଲ୍ୟାଣ୍ଡ (ଯେଉଁ ଜମିରେ କୌଣସି ପକ୍ଷରୁ ଅଧିକାର ନଥାଏ) ପାର ହୋଇ ମିତ୍ର ଦେଶର ସୀମାରେ ପହଞ୍ଚିଥିଲେ ଶତ୍ରୁ ପକ୍ଷ । ପରସ୍ପରକୁ ମେରୀ କ୍ରିସମାସ କହି ଶୁଭେଚ୍ଛା ଜଣାଇଥିଲେ । ପ୍ରଥମେ ମିତ୍ର ଦେଶକୁ ଏହା ଶତ୍ରୁର ଚାଲ ହୋଇଥିବା ଲାଗିଥିଲା । ପରେ ଜର୍ମାନୀ ସେନାଙ୍କୁ ନିରସ୍ତ୍ର ଦେଖି ନିଜ ଆଡ୍ଡାରୁ ବାହାରି ଆସିଥିଲେ । ଶତ୍ରୁ ସେନାଙ୍କ ସହ ହାତ ମିଳାଇଥିଲେ । ନାଚଗୀତ କରିଥିଲେ । ଉପହାର ଦିଆନିଆ ହୋଇଥିଲେ । ଖ୍ରୀଷ୍ଟମାସ ଦିନ ଯୁଦ୍ଧରେ ବିରାମ ଲାଗିଥିବା ଅନେକ ସୈନିକ ନିଜ ନିଜ ଡାଏରୀରେ ଉଲ୍ଲେଖ୍ୟ କରିଥିଲେ । ନିଜ ପରିବାରକୁ ଚିଠି ଲେଖି ମଧ୍ୟ ଜଣାଇଥିଲେ ।

ଜେ. ରିଡିଂ ନାମକ ଜଣେ ବ୍ରିଟିଶ ସେନା ନିଜ ପତ୍ନୀଙ୍କୁ ଏକ ପତ୍ର ଲେଖି ୧୯୧୪  ବିଶ୍ବଯୁଦ୍ଧ ଅବକାଶ ଅନୁଭୂତି ବଖାଣିଥିଲେ ।  ସେ ଲେଖିଥିଲେ, ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ମୋର କମ୍ପାନୀ ଫାୟାରିଂ ଲାଇନରେ ଥିଲେ । ସେଠାରେ ଖ୍ରୀଷ୍ଟମାନ ସକାଳ ୬ଟା୩୦ ରହିବାର ଦାୟିତ୍ବ ମୋ ଉପରେ ଥିଲା । ବଡଦିନ ସକାଳୁ ଜର୍ମାନୀ ସେନା ନାଚଗୀତ ଆରମ୍ଭ କରି ଦେଇଥିଲେ । ସମସ୍ତେ ଗୀତ ଗାଇଥିଲେ । ଚିତ୍କାର କରି କହିଥିଲେ ତୁମ ପାଖରେ ବୋତଲ ଅଛି କି ଯଦି ଅଛି ତୁମେ ଅଧା ବାଟ ଆସ ଆମେ ବି ଅଧା ବାଟ ଯିବୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.