ପ୍ରମୂଖ ଖବର
  • ସୁବର୍ଣ୍ଣପୁର : ଫଟୋ ଉଠାଇବା ବେଳେ ଆକ୍ରମଣ କଲା ହାତୀ, ଯୁବକ ଗୁରୁତର
  • ||
  • ପାଟଣା : ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌, ଡ୍ରାଇଭର ମୃତ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ, ଚିନ୍ତାରେ ପଡ଼ିଛନ୍ତି ଚାଷୀ
  • ||
  • ଭୁବନେଶ୍ୱର : ତାର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର, ମହାକୁମ୍ଭ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌
  • ||
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

୨ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ସମଲିଙ୍ଗୀ ଦମ୍ପତି, ଆଉ ପରେ ଏମିତି କାମ କରିବାରୁ ୧୦୦ ବର୍ଷ ଜେଲ୍

Published By : Prameya | December 25, 2024 9:42 AM

ୱାଶିଂଟନ୍, ୨୫।୧୨: ପୋଷ୍ୟ ସନ୍ତାନଙ୍କୁ ବଳାତ୍କାର ସମଲିଙ୍ଗୀ ଦମ୍ପତିଙ୍କୁ ୧୦୦ ବର୍ଷ ଜେଲ ଆମେରିକାର ଜର୍ଜିଆରେ ଏକ ସମଲିଙ୍ଗୀ ଦମ୍ପତିଙ୍କୁ ୧୦୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି । ଉଭୟେ ସେମାନଙ୍କ ପୋଷ୍ୟ ପୁତ୍ରକୁ ବଳାତ୍କାର ସହ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନେ ୨ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଏବେ ଜଣଙ୍କ ବୟସ ୧୨ ଏବଂ ଅନ୍ୟ ଜଣଙ୍କର ୧୦ ବର୍ଷ । ସମଲିଙ୍ଗୀ ଦମ୍ପତି ୱିଲିୟମ ଜୁଲକ୍‌ ଏବଂ ଜେଚରୀ ଜୁଲକ୍‌ଙ୍କ ଘର ଶିଶୁଙ୍କ ପାଇଁ ଭୟଙ୍କର ନର୍କ ପାଲଟିଥିଲା । ସେମାନେ ନିଜ ଭୟାନକ ଇଚ୍ଛା ପାଇଁ ପ୍ରତ୍ୟେକ ଜିନିଷକୁ ମାନବିକତାଠାରୁ ଊଦ୍ଧ୍ୱର୍ରେ ରଖିଥିଲେ ବୋଲି ଅଦାଲତ ରାୟ ଶୁଣାଇବା ବେଳେ କହିଥିଲେ । 

ରିପୋର୍ଟ ଅନୁସାରେ, ଏହି ଦମ୍ପତ୍ତି ଦୁଇ ଶିଶୁଙ୍କୁ ନିଜ ସହ ଯୌନ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ । ଏପରିକି ଅନ୍ୟମାନଙ୍କ ସହ ମଧ୍ୟ ଯୌନ ସମ୍ପର୍କ ରଖିବା ଲାଗି ଜୋର ଜବରଦସ୍ତି କରୁଥିଲେ । ସେମାନେ ଏହାର ଭିଡିଓ ବନାଇ ପର୍ନୋଗ୍ରାଫି ର‌୍ୟାକେଟ ଚଲାଉଥିବା ଗ୍ୟାଙ୍ଗ୍‌କୁ ବିକ୍ରି କରୁଥିଲେ । ଏହି ଭିଡିଓ ଡାଉନଲୋଡ କରିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ୨୦୨୨ରେ ଗିରଫ କରିବା ପରେ ଘଟଣା ସାମ୍‌ନାକୁ ଆସିଥିଲା । ପରେ ପୁଲିସ ଉଭୟଙ୍କୁ ଗିରଫ କରିଥିଲା । ଜେଚରୀ ଜଣେ ବ୍ୟାଙ୍କ କର୍ମଚାରୀ ହୋଇଥିବାବେଳେ ୱିଲିୟମ ସରକାରୀ କର୍ମଚାରୀ । ମାମଲାର ଶୁଣାଣିବେଳେ ଉଭୟେ ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି ।

 

 

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.