ନୂଆଦିଲ୍ଲୀ,୨୫/୧୨: ପୁଅ ତ ଗଲା । ଆଉ ଆମ ପାଖରେ କଣ ଅଛି । ସବୁ କିଛି ଛାରଖାର ହୋଇଗଲା । ପୁଅର ସେ ଶେଷ ସନ୍ତକ ଆମ ନାତିକୁ ଆମକୁ ଦିଅ । ତା ସହ ବାକି ଜୀବନ କାଟି ଦେବୁ। ସେ ଆମର ଆଶାବାଡି ହେବ । ଆମ ନାତିକୁ ଫେରାଅ ନଚେତ ପୁରା ପରିବାର ଆତ୍ମହତ୍ୟା କରିବୁ । ଚର୍ତ୍ତିତ ଅତୁଲ ସୁଭାଷ ଆତ୍ମଘଟଣା । ନାତିର କଷ୍ଡେଡି ନେଇ କିଛି ଏମିତି କହିଛନ୍ତି ଅତୁଲଙ୍କ ପରବାର ।
ନାତିକୁ ଖୋଜିବା ସହ ତାର ରକ୍ଷଣାବେକ୍ଷଣ ଦାବି କରି ଅତୁଲ ସୁଭାଷଙ୍କ ବାପା ପୱନ ମୋଦି ବିହାରର ସମସ୍ତିପୁର ଜିଲ୍ଲାର ଭେନି ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଛନ୍ତି । ସେ କହିଛନ୍ତି ନାତିକୁ ଫେରି ନପାଇଲେ ଆମେ ପୁରା ପରିବାର ସର୍ବ ସମ୍ମୁଖରେ ଆତ୍ମହତ୍ୟା କରୁବ । ପୁଅ ଚାଲିଗଲା ପରେ ନାତି ହିଁ ଆମର ସାହାଭରସା । ନାତିକୁ ଫେରାଅ ନଚେତ ପୁରା ପରିବାର ଜୀବନ ହାରିବୁ । ଏହି ମାମଲା ଉତ୍ତରପ୍ରଦେଶର ଜୋନପୁର ଜିଲ୍ଲା ସହ ଜଡିତ ।
କିଛି ଦିନ ପୂର୍ବରୁ ଅତୁଲଙ୍କ ମା’ ନିଜ ସାଢେ ଚାରି ବର୍ଷର ନାତିର ଭରଣପୋଷଣ ପାଇଁ ନାତିକୁ ନିଜ ହେପାଜତକୁ ନେବା ପାଇଁ ସୁପ୍ରିମ କୋର୍ଟରେ ଏକ ଅପିଲ ଆବେଦନ କରିଥିଲେ। କିନ୍ତୁ ନାତି କେଉଁଠି ଅଛି ସେ ଜାଣିନଥିବା ନେଇ ଏହି ଅପିଲରେ ଉଲ୍ଲେଖ କରିଥିଲେ। ବୋହୁ ନିକିତାଙ୍କ ସମେତ ତାଙ୍କ ପରିବାରର ଅନ୍ୟମାନେ ମଧ୍ୟ ପିଲାଙ୍କୁ କୋଉଠି ରଖିଛନ୍ତି ତାହା ଜଣାଉନାହାନ୍ତି ବୋଲି ଏହି ଅପିଲରେ ଉଲ୍ଲେଖ ରହିଥିଲା।
ସୂଚନା ଥାଉକି, ବେଙ୍ଗାଲୁରୁରେ ସଫ୍ଟଓୟେର ଇଞ୍ଜିନିୟର ଭାବେ କାମ କରୁଥିଲେ ଅତୁଲ। ୨୦୧୯ ମସିହାରେ ସଫ୍ଟୱେୟାର ପ୍ରଫେସନାଲ ନିକିତା ସିଂହାନିଆଙ୍କୁ ବିବାହ କରିଥିଲେ। ବିବାହର ଦୁଇ ବର୍ଷପରେ ପାରିବାରିକ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ଏହା ପରେ ନିକିତା ଅତୁଲଙ୍କ ଉପରେ ଆଟେମ୍ପ୍ଟ ଟୁ ମର୍ଡର, ଯୌତୁକ ନିର୍ଯାତନା, ଅପ୍ରାକୃତିକ ଯୌନକ୍ରିୟା ଇତ୍ୟାଦି ଭଳି ମୋଟ ୯ ଟି କେସ ଫାଇଲ କରିଥିଲେ। ଦୁହିଁଙ୍କର ଛାଡପତ୍ର ହୋଇଥିଲା । ଭରଣପୋଷଣ ବାବଦକୁ ଟଙ୍କା ନେଉଥିଲେ ନିକିତା । ଅଧିକ ଭରଣପୋଷଣ ଦାବି କରି ଅତୁଲଙ୍କ ଉପରେ ଚାପ ପକାଇଥିଲେ । ଏହାକୁ ନେଇ ବିଭିନ୍ନ ସମସ୍ଯା ଦେଖା ଦେଇଥିଲା । ନିକିତା ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିଥିବା କହିଥିଲେ ଅତୁଲ । ଗତ ଡିସେମ୍ବର ୯ ତାରିଖରେ ୨୪ ପୃଷ୍ଠାର ଚିଠି ଲେଖି ଜୀବନ ହାରିଥିଲେ ଅତୁଲ । ଏହା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା । ଘଟଣାରେ ଅତୁଲଙ୍କ ପତ୍ନୀ ନିକିତା ଓ ତାଙ୍କ ଶାଶୂଙ୍କୁ ଗିରଫ କରିଥିଲାପୋଲିସ ।