ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଅସୁସ୍ଥ ସ୍ତ୍ରୀଙ୍କ ପାଇଁ ଭିଆରଏସ୍‌ ନେଇଥିଲେ ସ୍ବାମୀ, ଅବସର ଦିନ ହିଁ ଚାଲିଗଲା ତାଙ୍କ ଜୀବନ

Published By : Tapas Panda | December 25, 2024 10:36 PM

Image Courtesy: indiatv

ଜୟପୁର: ଅସୁସ୍ଥ ସ୍ତ୍ରୀଙ୍କ ସେବା କରିବାକୁ ସ୍ବାମୀ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ । ଉଭୟ ସ୍ବାମୀ ଓ ସ୍ତ୍ରୀ ଏଥିପାଇଁ ବେଶ୍‌ ଖୁସି ଥିଲେ । ସ୍ତ୍ରୀ ଭାବିଥିଲେ ସ୍ବାମୀ ଏବେ ଘରେ ରହିବେ, ତାଙ୍କର ଯତ୍ନ ନେବେ । ଆଉ ସେ ଧିରେଧିରେ ସୁସ୍ଥ ହୋଇଯିବେ । ଅବସର ମିଳିବା ଖୁସିରେ ପାର୍ଟି ବି ହୋଇଥିଲା । ହେଲେ କିଏ ଜାଣିଥିଲା ଏହି ଖୁସି ବେଶୀ ସମୟ ରହିବ ନାହିଁ । ସ୍ବାମୀଙ୍କ ଅବସରକୁ ନେଇ ଚାଲିଥିବା ପାର୍ଟିରେ ସବୁ ଲୋକ ଖୁସିରେ ମସଗୁଲ ଥିବା ବେଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ରାଜସ୍ଥାନର କୋଟାରୁ ଆସିଛି ଏହି ଦୁଃଖଦ ଖବର । 

ଦେବେନ୍ଦ୍ର ସନ୍ଦଲ ସେଣ୍ଟ୍ରାଲ୍‌ ଓ୍ବେୟାରହାଉସ୍‌ର ମ୍ୟାନେଜର ଥିଲେ । ସେ ଅବସର ନେବାର ୩ ଦିନ ପୂର୍ବରୁ ଭିଆରଏସ୍‌ ନେଇଥିଲେ । ଡିସେମ୍ବର ୨୪ରେ ଅଫିସ୍‌ରେ ତାଙ୍କର ଶେଷ ଦିନ ଥିଲା । ତାଙ୍କ ସ୍ତ୍ରୀ ଅସୁସ୍ଥ ଥିବାରୁ ସେ ଭିଆରଏସ୍‌ ନେଇଥିଲେ । ସେହି ଦିନ ସକାଳେ ଦେବେନ୍ଦ୍ରଙ୍କ ସହିତ ତାଙ୍କ ପତ୍ନୀ ଟିନା ମଧ୍ୟ ଅଫିସ୍‌କୁ ଯାଇଥିଲେ । ସେଠାରେ ଦେବେନ୍ଦ୍ରଙ୍କ ଅବସର ଖୁସିରେ ପାର୍ଟିର ଆୟୋଜନ ହୋଇଥିଲା ।  ସବୁବେଳେ ଅସୁସ୍ଥ ରହୁଥିବା ଟିନା ଖୁବ ଖୁସି ଥିଲେ । ସବୁ ଲୋକ ଖୁସିରେ ଥିବା ବେଳେ ଦେବେନ୍ଦ୍ରଙ୍କ ବେକରେ ଫୁଳ ମାଳ ପିନ୍ଧାଇ ବିଦାୟ ଦେଉଥିଲେ । 

ଏହି ସମୟରେ ଟିନାଙ୍କ ସ୍ବାସ୍ଥ୍ୟବସ୍ଥା ହଠାତ ବିଗିଡ଼ିଥିଲା ଏବଂ ସେ ପାଖରେ ଥିବା ଏକ  ଚୌକିରେ ବସିପଡ଼ିଥିଲେ । ଲୋକେ ତାଙ୍କୁ କିଛି ପଚାରୁଥିବା ନେଇ ଏକ ଫଟୋରେ ଦେଖିବାକୁ ମିଳିଛି । ଏହା ପରେ ଟିନା ପାଖରେ ଥିବା ଏକ ଟେବୁଲ ଆଡ଼କୁ ଟଳି ପଡ଼ିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ହସ୍ପିଟାଲ୍‌ ନେଇଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ବାମୀଙ୍କ ଅବସର ଦିନ ହିଁ ସ୍ତ୍ରୀଙ୍କ ପରଲୋକ ଘଟିଛି । ସୂଚନାଯୋଗ୍ୟ, ଏଭଳି ହଠାତ ମୃତ୍ୟୁ ନେଇ ଅନେକ ଘଟଣା ସାମ୍ନାକୁ ଆସେ । ଅନେକ ସମୟରେ ବିବାହ ଉତ୍ସବରେ ଡ୍ୟାନ୍ସ କରୁ କରୁ ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.