ନୂଆଦିଲ୍ଲୀ – ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟ ଖରାପ। ଏଥିପାଇଁ ତାଙ୍କୁ ଗୁରୁବାର ( ୨୬ ଅକ୍ଟୋବର)ରେ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଛି। ୯୨ ବର୍ଷିୟ ମନମୋହନ ସିଂହଙ୍କୁ ହସ୍ପିଟାଲରେ ଜରୁରୀକାଳୀନ ବିଭାଗକୁ ନିଆଯାଇଛି। ତାଙ୍କର ହସ୍ପିଟାଲରେ ଭର୍ତ୍ତି ହେବାର କାରଣ ବର୍ତ୍ତମାନ ଜଣା ପଡ଼ିନାହିଁ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ , ପୂର୍ବତନ ପିଏମଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି। ସୂଚନା ଅନୁସାରେ ,ସେ ଦୀର୍ଘ ଦିନରୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସାମ୍ନା କରୁଥିଲେ। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଅନେକ ଥର ସ୍ୱାସ୍ଥ୍ୟ କାରଣ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସାରିଛି।