ପ୍ରମୂଖ ଖବର
  • କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ
  • ||
  • ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ, ନଷ୍ଟ କରିଦେଲେ ଧାନଗଦା ଏବଂ ବଗିଚା
  • ||
  • ଭୂଆସୁଣୀ ଲ୍ୟାମ୍ପ୍ସରେ ଧାନ ମଣ୍ଡିର ଶୁଭ ଉଦ୍‌ଘାଟନ କଲେ ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ଭୁବନେଶ୍ୱର : ମନମୋହନ ସିଂହଙ୍କ ଦେହାନ୍ତ ପାଇଁ ପଥୋତ୍ସବ ବାତିଲ୍‌, ବିଏମ୍‌ସି ବୈଠକରେ ନୀରବ ପ୍ରାର୍ଥନା
  • ||
  • ଉଦଳା : ଚଢ଼ାଉ ବେଳେ କପ୍ତିପଦା ଥାନା ଆଇଆଇସିଙ୍କୁ ଆକ୍ରମଣ ଘଟଣା, ୪ ମହିଳା ଗିରଫ
  • ||
  • ଉଦଳା : ୪ ମନ୍ଦିରରୁ ସିରିଜ ଚୋରି, ଠାକୁରଙ୍କ ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବ୍ରହ୍ମପୁର : ସଟ୍‌ ସର୍କିଟରୁ ଇଭି ଗାଡି ଶୋ’ରୁମ୍‌ରେ ଅଗ୍ନିକାଣ୍ଡ, କ୍ଷୟକ୍ଷତି ବିକ୍ଷୟରେ ମିଳିନି ସୂଚନା
  • ||
  • ଗଜପତି : ସପୁରି ଚାଷୀଙ୍କ ପାଇଁ ଖୁସି ଖବର, ଆସନ୍ତା ବର୍ଷ ଦୁବାଇ ଯିବ ଗଜପତି ସପୁରି
  • ||
  • କଳାହାଣ୍ଡି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ
  • ||
  • ସାଲେପୁର : ୨୦ ଲିଟରରୁ ଉର୍ଦ୍ଧ୍ୱ ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କଣାସ : ପାଣିରେ ବୁଡ଼ିଛି ଶହ ଶହ ଏକର ଚିନା ବାଦାମ ଚାଷ, ସରକାରୀ କ୍ଷତିପୂରଣ ହିଁ ଚାଷୀର ଶେଷ ଭରଷା
  • ||
  • ଛତ୍ରପୁର : ନଷ୍ଟ ହୋଇଗଲା ସୁନାର ଫସଲ, ଗଜା ଧାନକୁ ଅମଳ କରିଲା ଚାଷୀ
  • ||

ମନମୋହନ ସିଂହ : ଜଣେ ସାଧାସିଧା ନେତା , ଯିଏକି ଭାରତର ଦିଗ ବଦଳାଇ ଦେଇଛନ୍ତି

Published By : Prameya | December 26, 2024 11:47 PM

ନୂଆଦିଲ୍ଲୀ – ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଡଃ ମନମୋହନଙ୍କର ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୯୧ ବର୍ଷ ବୟସ ଥିଲା। ମନମୋହନ ସିଂହଙ୍କର ନାଁ ଭାରତୀୟ ରାଜନୀତି ଓ ଅର୍ଥବ୍ୟବସ୍ଥାରେ ଏମିତି ବ୍ୟକ୍ତି ଭାବେ ରେକର୍ଡ ରହିଛି , ଯିଏ ନିଜ କାମରେ ଦେଶକୁ ନୂଆ ପରିଚୟ ଦେଇଛନ୍ତି। ଆଜି ସାରା ଦେଶ ତାଙ୍କର ଯିବାରେ ଖୁବ୍ ଦୁଃଖିତ ଓ ମର୍ମାହତ। 

ସର୍ବଦା କାମରେ ବୁଡ଼ି ରହୁଥିବା ପ୍ରଧାନମନ୍ତ୍ରୀ –

ମନମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ ରହିଛନ୍ତି। ଏହି ୧୦ ବର୍ଷରେ ତାଙ୍କୁ କେବେ ଛୁଟି ନେଇ ନାହାନ୍ତି , କେବଳ ୨୦୦୯ରେ ତାଙ୍କୁ ହାର୍ଟର ବାଇପାସ୍‌ ସର୍ଜନୀ କରାଇବାକୁ ପଡ଼ି ଥିଲା। ସେ ପ୍ରତିଦିନ ୧୮ ଘଣ୍ଟା କାମ କରୁଥିଲେ ଏବଂ ପାଖାପାଖି ୩୦୦ ଫାଇଲ୍‌କୁ ଦେଖିବାକୁ ପଡ଼ୁଥିଲା। କିନ୍ତୁ ତାଙ୍କର ଶାନ୍ତ ସ୍ୱଭାବର କାରଣରୁ ଲୋକେ ତାଙ୍କୁ ଦୁର୍ବଳ ନେତା ଭାବି ନେଇ ଥିଲେ। 

ପରଲୋକରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ଇତିହାସ ମୋତେ ନ୍ୟାୟ ପ୍ରଦାନ କରିବ –

ଯେବେ ୨୦୧୪ରେ ସେ ସ୍ପଷ୍ଟ କରିଦେଇ ଥିଲେ ଯେ, ସେ ୩ୟ ଥର ପ୍ରଧାନମନ୍ତ୍ରୀ ହେବେ ନାହିଁ, ସେତେବେଳେ ସେ କହିଥିଲେ , ଇତିହାସ ମୋ ସହ ସମକାଳୀନ ମିଡ଼ିଆ ଓ ବିରୋଧୀ ଠାରୁ ଅଧିକ ନ୍ୟାୟ ପ୍ରଦାନ କରିବ। ଆଜି ତାଙ୍କର ଯିବା ପରେ ଲୋକେ ତାଙ୍କର ଯୋଗଦାନକୁ ମନେ ପକାଉଛନ୍ତି। 

୧୯୯୧ର ସେହି ଐତିହାସିକ ନିଷ୍ପତ୍ତି – 

୧୯୯୧ରେ ଯେବେ ଦେଶର ଅର୍ଥବ୍ୟବସ୍ଥା ଖରାପ ସମୟ ଦେଇ ଗତି କରୁଥିଲା , ସେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ମନମୋହନ ସିଂହଙ୍କୁ ଅର୍ଥମନ୍ତ୍ରୀ କରାଇ ଥିଲେ। ଏହି ସମୟରେ ଭାରତ ଉପରେ ଖୁବ୍‌ ଋଣଭାର ଥିଲା ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ପାଖାପାଖି ଶେଷ ହୋଇ ସାରି ଥିଲା। ମନମୋହନ ସିଂହ ଏକ ବଡ଼ ନିଷ୍ପତ୍ତି ନେଇଥିଲେ ଏବଂ ଭାରତକୁ ଖୋଲା ବଜାର ଆଡ଼କୁ ନେଇ ଯାଇଥିଲେ। ସେ ଲାଇସେନ୍ସ-ପରମିଟ ବ୍ୟବସ୍ଥା ବନ୍ଦ କରି ଥିଲେ, ଟ୍ୟାକ୍ସ କମାଇ ଥିଲେ , ବିଦେଶୀ ନିବେଶକୁ ବୃଦ୍ଧି କରାଇ ଥିଲେ ଏବଂ ଭାରତରେ ବ୍ୟବସାୟ କରାଇବା ସହଜ କରିଥିଲେ। ତାଙ୍କର ଏହି ବୟାନ ଆଜି ବି ମନେପକାଯାଉଛି।

"ଦୁନିଆର କୌଣସି ଶକ୍ତି ଏହି ବିଚାରକୁ ରୋକି ପାରିବ ନାହିଁ , ଯାହାକ ସମୟ ଆସି ଯାଇଛି । " ଏହି ନିଷ୍ପତ୍ତି ଭାରତର ଅର୍ଥବ୍ୟବସ୍ଥାକୁ ନୂଆ ଦିଗ ଦେଲା। ଭାରତ ପ୍ରଥମଥର ବୈଶିକ ଆର୍ଥିକ ମଞ୍ଚରେ ମଜବୁତ୍‌ ନଜର ଆସିଥିଲା। 

ପ୍ରଧାନମନ୍ତ୍ରୀ ଭାବେ ବଡ଼ ନିଷ୍ପତ୍ତି –

ପ୍ରଧାନମନ୍ତ୍ରୀ ଭାବେ ମନମୋହନ ସିଂହ ଅନେକ ପ୍ରମୁଖ ପଦକ୍ଷେପ ନେଇଥିଲେ।

-ପରମାଣୁ ଚୁକ୍ତି – ୨୦୦୫ରେ ସେ ଆମେରିକା ସହ ପରମାଣୁ ଚୁକ୍ତିର ଆରମ୍ଭ କରିଥିଲେ । ବିରୋଧୀ ଓ ବାମ ଦଳମାନେ ଏହାର ଖୁବ୍‌ ବିରୋଧ କରିଥିଲେ , କିନ୍ତୁ ମନମୋହନ ସିଂହ ଅଡି ବସି ଥିଲେ।

-ମନରେଗା –ସେ ଗ୍ରାମୀଣ ରୋଜଗାର ଗାରେଣ୍ଟି ଯୋଜନା (ମନରେଗା)ଲାଗୁ କରିଥିଲେ, ଯେଉଁଥିରୁ ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ମିଳିଥିଲା। 

-ସୂଚନାର ଅଧିକାର (ଆରଟିଆଇ)- ଲୋକଙ୍କୁ ସରକାରୀ କାର୍ଯ୍ୟରେ ପାରଦର୍ଶିତାର ଅଧିକାର ଦେଇଥିଲେ।

- ଶିକ୍ଷାର ଅଧିକାର (ଆରଟିଇ) -ପ୍ରତି ପିଲାଙ୍କୁ ମାଗଣା ଶିକ୍ଷାର ଅଧିକାର ଦେଇଥିଲେ। 

ବିବାଦ ଓ ଚ୍ୟାଲେଞ୍ଚ – ତାଙ୍କର କାର୍ଯ୍ୟକାଳରେ ଅନେକ ବିବାଦ ମଧ୍ୟ ରହି ଥିଲା। ୨ଜି ସ୍ପେକ୍ଟ୍ରମ୍‌ , କୋଲଗେଟ୍  କମନୱେଲଥ୍‌ ଗେମ୍ସ ଭଳି ଘୋଟାଲା ତାଙ୍କର ଛବି ଉପରେ ଦାଗ ଲଗେଇ ଥିଲା। ହେଲେ ଏହି ଘୋଟାଲାର ଯାଞ୍ଚରେ ଆଜିସୁଦ୍ଧା କୌଣସି ଠୋସ୍ ପ୍ରମାଣ ମିଳି ନଥିଲା। ୨୦୦୮ରେ ତାଙ୍କର ସରକାର ଉପରେ ସଙ୍କଟ ଆସିଥିଲା , ଯେବେ ବାମପନ୍ଥୀ ଦଳମାନେ ସମର୍ଥନ ଫେରେଇ ନେଇଥିଲେ । କିନ୍ତୁ ମୁଲାୟମ ସିଂହ ଓ ମାୟାବତୀଙ୍କ ସମର୍ଥନରେ ତାଙ୍କ ସରକାର ରକ୍ଷା ପାଇ ଥିଲା। 

ଏକ ସାଧାସିଧା ଜୀବନ –

ମନମୋହନ ସିଂହ ସର୍ବଦା ନିଜର ଶାନ୍ତ ସ୍ୱଭାବ ଓ ସାଧାସିଧା ଜୀବନ ପାଇଁ ଜଣାଶୁଣା । ସେ ନା ଭାଷଣରେ ଜୋସ୍ ଦେଖାଉ ଥିଲେ ନା କୌଣସି ବିବାଦରେ ପଡ଼ୁ ଥିଲେ। ତାଙ୍କର କାମ ହିଁ ତାଙ୍କର ପରିଚୟ ଥିଲା। ମନମୋହନ ସିଂହ ଭାରତକୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିଥିଲେ ଏବଂ ଦେଶକୁ ଦୁନିଆରେ ନୂଆ ପରିଚୟ ଦେଇଥିଲେ। ସେ ସାବ୍ୟସ୍ତ କରିଛନ୍ତି କି ବିନା କୌଣସି ହୋ ହାଲ୍ଲା କରି ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇ ପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.