ପ୍ରମୂଖ ଖବର
  • ଟିଟିଲାଗଡ଼ : ରେଳ ଧାରଣାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସାଲେପୁର : ଲଗାଣ ବର୍ଷା ଚାଷୀଙ୍କୁ ଦେଇଗଲା ଚିନ୍ତା, ପରିବା ଚାଷ ନଷ୍ଚ
  • ||
  • କଳାହାଣ୍ଡି : ଟ୍ରକ୍‌ ସହ ଧକ୍କା ହେଲା ଟ୍ରକ୍‌, ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ
  • ||
  • ବାଲେଶ୍ୱର : ଗାଡ଼ିରୁ ୨୩ ଗୋରୁ ଉଦ୍ଧାର, ଜଣେ ଅଟକ
  • ||

ସଂସଦ ଭବନ ଆଗରେ ଯୁବକଙ୍କ ଆତ୍ମାହୁତି ଘଟଣା, ୪୮ ଘଣ୍ଟା ପରେ ଆଖି ବୁଜିଲେ

Published By : Ankita S | December 27, 2024 3:19 PM

ନୂଆଦିଲ୍ଲୀ,୨୭/୧୨ : ନୂଆ ସଂସଦ ଭବନ ନିକଟରେ ଯୁବକଙ୍କ ଆତ୍ମାହୁତି ଘଟଣା । ୪୮ ଘଣ୍ଟା ପରେ ଜୀବନ ସହ ସଂଘର୍ଷ କରି ଆଜି (ଶୁକ୍ରବାର) ଯୁବକ ଜଣଙ୍କ ଆଖି ବୁଜିଛନ୍ତି । ନୂଆ ସଂସଦ ଭବନ ନିକଟ ରେଳ ଭବନ ଆଗରେ ଗତ ବୁଧବାର ନିଜକୁ ନିଆଁ ଲଗାଇ ଦେଇଥିବା ଜିତେନ୍ଦ୍ର ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଜିତେନ୍ଦ୍ରଙ୍କୁ ପାଖାପାଖି ୩୫ ବୟସ ହେବ । ସେ ଉତ୍ତରପ୍ରଦେଶର ବାଘପତ୍ ନିବାସୀ । ଗତ ବୁଧବାର ଅପରାହ୍ନ ୩ଟା ୩୦ରେ ଜିତେନ୍ଦ୍ର ନୂଆ ସଂସଦ ଭବନ ନିକଟ ରେଳ ଭବନ ନିକଟରେ ନିଜକୁ ନିଆଁ ଲଗାଇ ଦେଇଥିଲେ । ସଂସଦ ଭବନ ଆଡକୁ ଦୌଡି ଆସିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ତୁରନ୍ତ ସେଠାରେ ପହଞ୍ଚି ଥିଲା । ନିଆଁକୁ ଆୟତ କରିବା ସହ ଯୁବକଙ୍କୁ ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି (ଶୁକ୍ରବାର) ଆଖି ବୁଜିଛନ୍ତି ଜିତେନ୍ଦ୍ର ।

ଦିଲ୍ଲୀ ଡିଏସପି ଦେଭେସ ମହଲାଙ୍କ ସୂଚନା ଅନୁସାରେ, ଜିତେନ୍ଦ୍ର ପାର୍ଲାମେଣ୍ଟ ନିକଟ ଏକ ପାର୍କରେ ପେଟ୍ରୋଲ ଢାଳି ନିଜକୁ ଆତ୍ମହୁତି ଉଦ୍ୟମ କରିଥିଲେ । ଏହା ପରେ ମୁଖ୍ୟ ଫାଟକ ନିକଟକୁ ଆସିଥିଲେ । ଜିତେନ୍ଦ୍ରଙ୍କ ଶରୀର ୯୦ ଭାଗ ପୋଡି ଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିଲା । ୨୦୨୧ ମସିହାରେ ଯୁବକଙ୍କ ବିରୋଧରେ ଏକ ମାମଲା ହୋଇଥିଲା । ଏ ନେଇ ସେ ସମସ୍ୟାରେ ଥିବାରୁ ଏପରି ଘଟଣା ଘଟାଇଥିବା ଜଣାପଡିଛି । ଘଟଣାସ୍ଥଳରୁ ପୋଲିସ ପେଟ୍ରୋଲ, ଜଳାଯାଇଥିବା ବ୍ୟାଗ ଓ ଜୋତା ଜବତ କରିଥିଲା । କୌଣସି ସୁଇସାଇଟ ନୋଟ ମିଳିନାହିଁ । ଘଟଣାସ୍ଥଳକୁ ପୋଲିସ ବ୍ୟାରିକେଟ୍ କରିଥିଲା । ବାପାମାଆଙ୍କୁ ମିଛ କହି ସୁପ୍ରିମକୋର୍ଟ ଯାଉଥିବା କହି ଦିଲ୍ଲୀ ଆସିଥିଲେ ଜିତେନ୍ଦ୍ର ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.