ନୂଆଦିଲ୍ଲୀ,୨୮/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ୯୨ ବର୍ଷ ବୟସରେ ବିୟୋଗ ହୋଇଛି । ଆଜି (ଶନିବାର) ଦିଲ୍ଲୀ ନିଗମବୋଧ ଘାଟରେ ହେବ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଉଦାରୀକରଣର ସ୍ଥପତି ସଂସ୍କାର ସୁତ୍ରଧର ଦେଶର ଆର୍ଥିକ ସୁଧାରର ଜନନାୟକ ମନମୋହନ ସିଂହଙ୍କ ସ୍ମାରକ ସ୍ଥଳ ପାଇଁ କଂଗ୍ରେସ ଦାବି କରିଛି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କେନ୍ଦ୍ର ସରକାର କଂଗ୍ରେସର ଏହି ପ୍ରସ୍ତାବରେ ରାଜି ହୋଇ ଦିଲ୍ଲୀରେ ମନମୋହନଙ୍କର ଏକ ସ୍ମାରକୀ ସ୍ଥାପନ ପାଇଁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।
କଂଗ୍ରେସର ଏହି ପ୍ରସ୍ତାବ ପରେ ମନମୋହନଙ୍କ ସ୍ମାରକୀ ବନାଇବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର । ପ୍ରସ୍ତାବକୁ ନେଇ କ୍ୟାବିନେଟ ବୈଠକ ଡାକିଥିଲେ କେନ୍ଦ୍ର ସରକାର । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ମନମୋହନ ସିଂହଙ୍କ ପରିବାର ସହ କଥା ହୋଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଖୁବଶୀଘ୍ର ମନମୋହନଙ୍କ ସ୍ମାରକୀ ସ୍ଥାପନ ନେଇ ଜାଗା ଆବଣ୍ଟନ କରାଯିବ । ଏକ ଟ୍ରଷ୍ଟ ଗଠନ କରାଯିବ ଏହା ପରେ ସ୍ମରାକୀ ସ୍ଥାପନ ନେଇ ଜାଗା ଆବଣ୍ଟନ ହେବ ବୋଲି ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ମନମୋହନ ସିଂହଙ୍କ ସ୍ମାରକସ୍ଥଳ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଫୋନ କରିବା ସହ ଚିଠି ଲେଖି ସ୍ମାରକସ୍ଥଳ ଦାବି କରିଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ କଂଗ୍ରେସ ଏହି ପ୍ରସ୍ତାବରେ ରାଜି ହୋଇଛନ୍ତି କେନ୍ଦ୍ର ସରକାର । ମନମୋହନଙ୍କ ସ୍ମାରକସ୍ଥଳ ବନାଇବାକୁ କହିଥିଲେ । ମନମୋହନ ସିଂହଙ୍କ ସ୍ମାରକ ସ୍ଥାପନ କରିବା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲା କଂଗ୍ରେସ । ବର୍ତ୍ତମାନ କେନ୍ଦ୍ର ସରକାର କଂଗ୍ରେସର ଏହି ପ୍ରସ୍ତାବରେ ରାଜି ହୋଇଥିବା ଜଣାପଡିଛି ।