ଭଜନଲାଲଙ୍କ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ରହିବନି ଗେହଲଟ୍‌ ସରକାରରେ ଗଠିତ ୯ ନୂଆ ଜିଲ୍ଲା

Published By : Tapas Panda | December 28, 2024 6:46 PM

ଜୟପୁର: ରାଜସ୍ଥାନର ଭଜନଲାଲ ଶର୍ମାଙ୍କ କ୍ୟାବିନେଟ୍‌ରେ ଗରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ପୂର୍ବରୁ ଘୋଷଣା ହୋଇଥିବା ୯ଟି ନୂଆ ଜିଲ୍ଲା ଏବଂ ୩ଟି ସବଡିଭିଜନ୍‌କୁ ରଦ୍ଦ କରିଛନ୍ତି ସରକାର । ରାଜସ୍ଥାନର ବିଜେପି ସରକାରଙ୍କ ଏହି ନିଷ୍ପତ୍ତି ପରେ ପୁଣି ଥରେ ରାଜ୍ୟର ନକ୍ସାରେ ପରିବର୍ତ୍ତନ ଆସିବ । ଏବେ ରାଜ୍ୟରେ ୪୭ ଜିଲ୍ଲା ଏବଂ ୭ଟି ସବଡିଭିଜନ୍‌ ରହିବ । ଶନିବାର ଭଜନଲାଲଙ୍କ କ୍ୟାବିନେଟ୍‌ ଏବଂ ମନ୍ତ୍ରୀପରିଷଦ ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଯୋଗରାମ ପଟେଲ୍‌ ଏନେଇ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ରାଜସ୍ଥାନରେ ଡୁଡୁ, କେକଡୀ, ଶାହପୁରା, ନିମକାଥାନା, ଅନୁପଗଢ଼, ଗଙ୍ଗାପୁରସିଟି, ଜୟପୁର ଗ୍ରାମୀଣ, ଯୋଧପୁର ଗ୍ରାମୀଣ ଏବଂ ସାଂଚୌର ଜିଲ୍ଲା ଆଉ ରହିବ ନାହିଁ । ପୂର୍ବରୁ କଂଗ୍ରେସ ସରକାର ଏହି ନୂଆ ଜିଲ୍ଲା ଗଠନ ନେଇ ଘୋଷଣା କରିଥିଲେ । ଏହା ସହିତ ୩ଟି ନୂଆ ସବଡିଭିଜନ ବାଂଶବାଡା, ସୀକର ଏବଂ ପାଲି ଗଠନ ହେବ ନାହିଁ । 
ରାଜସ୍ଥାନରେ ୯ ନୂଆ ଜିଲ୍ଲା ରଦ୍ଦ: ଡୁଡୁ, କେକଡୀ, ଶାହପୁରା, ନିମକାଥାନା, ଅନୁପଗଢ଼, ଗଙ୍ଗାପୁରସିଟି, ଜୟପୁର ଗ୍ରାମୀଣ, ଯୋଧପୁର ଗ୍ରାମୀଣ ଏବଂ ସାଂଚୌର

ଗେହଲଟଙ୍କ ସରକାରରେ ତିଆରି ଏହି ନୂଆ ଜିଲ୍ଲା ରହିବ: ବାଲୋତ୍ରା, ଖୈରଥଳ-ତିଜାରା, ବେଓ୍ବାର, କୋଟପୁତଲୀ-ବହରୋଡ୍‌, ଡିଡବାନା-କୁଚାମନ, ଫଲୋଦି ଏବଂ ସଂଲୁବର

ରାଜସ୍ଥାନରେ ୪୧ ଜିଲ୍ଲା ଏବଂ ୭ ସବଡିଭିଜନ୍‌

ଭଜନଲାଲଙ୍କ କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୯ଟି ନୂଆ ଜିଲ୍ଲାକୁ ରଦ୍ଦ କରାଯିବା ପରେ ଏବେ ରାଜସ୍ଥାନରେ ୪୧ ଜିଲ୍ଲା ରହିବ । ସେପଟେ କ୍ୟାବିନେଟ୍‌ ବୈଠକରେ ସବ-ଇନ୍ସପେକ୍ଟର ପରୀକ୍ଷା ୨୦୨୧ ରଦ୍ଦ କରିବା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏହି ମାମଲାରେ ଏବେ କୋର୍ଟରେ ବିଚାରଧୀନ ଥିବାରୁ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ ଯୋଗରାମ ପଟେଲ୍‌ କହିଛନ୍ତି। 

 

  • Rajasthan
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.