ପ୍ରମୂଖ ଖବର
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ବସ୍ ଧକ୍କାରେ ବାଇକ୍ ଚାଳକ ଆହତ, ମହିଳା ଗୁରୁତର
  • ||
  • କେନ୍ଦ୍ରାପଡ଼ା : ଗାଁ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୋଗରାଇ : ପିକନିକ୍‌ ଗାଡ଼ି ମୁହାଁମୁହିଁ ଧକ୍କା, ୬ ପର୍ଯ୍ୟଟକ ଗୁରୁତର
  • ||
  • ପଶ୍ଚିମବଙ୍ଗରୁ ଶିମିଳିପାଳ ଫେରିଲା ବାଘୁଣୀ 'ଜିନ୍ନତ', ଯମୁନାଗଡ଼ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯିବ
  • ||
  • ଖଲ୍ଲିକୋଟରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ୪ ଜଣଙ୍କୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି
  • ||
  • ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ
  • ||
  • ଏମିତି ରହିବ ୨୦୨୫ ରାଜ୍ୟ ପାଣିପାଗ! ଗ୍ରୀଷ୍ମରେ ବାତ୍ୟା ଆଶଙ୍କା, ମୌସୁମୀ ବର୍ଷା ରହିବ ଠିକ୍‌ଠାକ୍‌
  • ||

୧୯ ହଜାର ଛଟେଇ କରିବ ବିଏସ୍‌ଏନ୍‌ଏଲ୍‌!

Published By : Anindita | December 29, 2024 1:30 PM

ନୂଆଦିଲ୍ଲୀ,୨୯/୧୨: ଟେଲିକମ୍‌ ବିଭାଗ ବିଏସ୍‌ଏନ୍‌ଏଲ୍‌ରେ ଦ୍ୱିତୀୟ ସ୍ୱେଛାକୃତ ଅବସର ଯୋଜନା (ଭିଆର୍‌ଏସ୍‌) ଲାଗୁ କରିବା ନେଇ ଯୋଜନା କରୁଛି । ଏଥିଲାଗି ଅର୍ଥମନ୍ତ୍ରଣାଳୟର ମଞ୍ଜୁରୀ ଲୋଡିଛି ଟେଲିକମ ବିଭାଗ । ଭିଆର୍‌ଏସ୍‌ ଜରିଆରେ କର୍ମଚାରୀଙ୍କ ସଂଖ୍ୟା ୩୫% କମାଇବ କମ୍ପାନି । ଏହା ଦ୍ୱାରା କମ୍ପାନିର ଆର୍ôଥକ ସ୍ଥିତିକୁ ମଜବୁତ କରିବା ଉପରେ ଏବେ ବିଚାର କରାଯାଉଛି । ଏ ନେଇ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି । ତେବେ ସରକାର କିମ୍ବା କମ୍ପାନି ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ଭିଆର୍‌ଏସ୍‌ ଯୋଜନା ଲାଗୁ କରାଇବା ଲାଗି ୧୫ ହଜାର କୋଟିର ଅର୍ଥ ଆବଶ୍ୟକ ହେବ । ଏହା ଦ୍ୱାରା କର୍ମଚାରୀଙ୍କ ସଂଖ୍ୟାରେ ୧୮ ହଜାରରୁ ୧୯ ହଜାର ହ୍ରାସ କରିବା ପ୍ରସ୍ତାବ ରହିଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । 

ଏବେ କର୍ମଚାରୀଙ୍କ ବେତନ ଲାଗି କମ୍ପାନି ୭୫୦୦ କୋଟି ଖର୍ଚ୍ଚ କରୁଛି । ଯାହା ରାଜସ୍ୱର ୩୮% । ଏହି ଖର୍ଚ୍ଚକୁ ୫ ହଜାରକୁ ହ୍ରାସ କରିବାକୁ କମ୍ପାନି ଯୋଜନା ରଖିଛି । ଅର୍ଥ ମନ୍ତ୍ରଣାଳୟ ମଞ୍ଜୁରୀ ପରେ ଏହି ପ୍ରସ୍ତାବ କ୍ୟାବିନେଟରେ ଆସିବ ବୋଲି କୁହାଯାଉଛି । ୨୦୨୪ରେ ବିଏସ୍‌ଏନ୍‌ଏଲ୍‌ର ରାଜସ୍ୱ ୨୧,୩୦୨ କୋଟି ଟଙ୍କା ରହିଛି । ପୂର୍ବ ଅବଧି ତୁଳନାରେ ଏଥିରେ ସୁଧାର ହୋଇଛି । କମ୍ପାନିରେ ଏବେ ୩୦ ହଜାର ଅଣ ନିର୍ବାହୀ ଏବଂ ୨୫ ହଜାର ନିର୍ବାହୀ ବର୍ଗରେ କର୍ମଚାରୀ କାମ କରୁଛନ୍ତି । କମ୍ପାନି ୨୦୧୯ରେ ପ୍ରଥମ ଭିଆର୍‌ଏସ୍‌ ଆଣିଥିଲା । ଏହା ୨୦୧୯ ନଭେମ୍ବର ୪ରୁ ଆରମ୍ଭ ହୋଇ ସେହିବର୍ଷ ୩୧ ଡିସେମ୍ବର ଯାଏ ଚାଲିଥିଲା । ଏହି ସମୟରେ ବିଏସ୍‌ଏନ୍‌ଏଲ୍‌ରେ ୧.୫ ଲକ୍ଷ କର୍ମଚାରୀ ଥିଲେ । ଭିଆର୍‌ଏସ୍‌ ଗ୍ରହଣ କରିଥିଲେ ୭୮,୫୬୯ କର୍ମଚାରୀ । ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ବିଏସ୍‌ଏନ୍‌ଏଲକୁ ସରକାର ୨୦୧୯ରେ ୬୯ ହଜାର କୋଟି, ୨୦୨୨ରେ ସରକାର ୧.୬୪ ଲକ୍ଷ କୋଟି, ତୃତୀୟ ପ୍ୟାକେଜ ଭାବେ ୮୯ ହଜାର କୋଟି ମଞ୍ଜୁରୀ ହୋଇଛି । କମ୍ପାନି ଏବେ ୪ଜି, ୫ଜି ଆରମ୍ଭ କରିବା ଏବଂ ବାଲାନ୍ସ ସିଟ୍‌କୁ ଉନ୍ନତ କରିବାକୁ ଉଦ୍ୟମ ଜାରି ରଖିଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.