ପ୍ରମୂଖ ଖବର
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ଆଦାନି ୱିଲ୍‌ମରରୁ ବାହାରିଯିବ ଆଦାନି, ୪୪% ଅଂଶଧନ କରିବ ବିକ୍ରି

Published By : Anindita | December 31, 2024 12:41 PM

ନୂଆଦିଲ୍ଲୀ,୩୧/୧୨:ଆଦାନି ଗ୍ରୁପ୍‌ର ଛାମୁଆ କମ୍ପାନି ଆଦାନି ଏଣ୍ଟର୍‌ପ୍ରାଇଜେସ୍‌ ଲିମିଟେଡ୍‌(ଏଇଏଲ୍‌) ଏଫ୍‌ଏମ୍‌ସିଜି କମ୍ପାନି ଆଦାନି ୱିଲ୍‌ମର ଜଏଣ୍ଟ୍‌ ଭେଞ୍ଚର୍‌ରୁ ବାହାରିଯିବ । କମ୍ପାନି ପକ୍ଷରୁ ଏହି ଘୋଷଣା କରାଯାଇଛି । ଆଦାନି ୱିଲ୍‌ମର୍‌ ଯୌଥ ଉଦ୍ୟୋଗରୁ ଆଦାନି ଏଣ୍ଟର୍‌ପ୍ରାଇଜେସ୍‌ ଏହାର ସମ୍ପୂର୍ଣ୍ଣ ୪୪% ଅଂଶଧନ ବିକ୍ରି କରିବ । ଡିସେମ୍ବର ୩୦ରେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ ଫାଇଲିଂରେ ଆଦାନି ଏଣ୍ଟର୍‌ପ୍ରାଇଜେସ୍‌ ପ୍ରକାଶ କରିଛି ଯେ, କମ୍ପାନି ସର୍ବନିମ୍ନ ପବ୍ଲିକ୍‌ ସେୟାର୍‌ହୋଲ୍‌ଡିଙ୍ଗ୍‌ ରିକ୍ୱାର୍‌ମେଣ୍ଟ୍‌ସର କମ୍ପ୍ଲିଆନ୍ସ ପାଇଁ ଆଦାନି ୱିଲ୍‌ମରରେ ପ୍ରାୟ ୧୩% ସେୟାର ବିକ୍ରି କରିବ । ଏହାବ୍ୟତୀତ ଆଦାନି ଏଣ୍ଟର୍‌ପ୍ରାଇଜେସ୍‌, ଆଦାନି କମୋଡିଟିଜ୍‌ ଏଲ୍‌ଏଲ୍‌ପି(ଏସିଏଲ୍‌) ଏବଂ ଲେନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ଏକ ଚୁକ୍ତି ହୋଇଛି । 

ଏହି ଚୁକ୍ତି ଅଧୀନରେ ଲେନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌, ଆଦାନି କମୋଡିଟିଜ୍‌ ଏଲ୍‌ଏଲ୍‌ପି ପାଖରେ ଥିବା ଆଦାନି ୱିଲ୍‌ମର୍‌ର ଇକ୍ୱିଟି ସେୟାର କିଣିବ । ଯୌଥ ଉଦ୍ୟୋଗରେ ଥିବା ଆଦାନି ଏଣ୍ଟର୍‌ପ୍ରାଇଜେସ୍‌ର ଅବଶିଷ୍ଟ ୩୧.୦୬% ଅଂଶଧନ ବିକ୍ରି ପାଇଁ ଏହା ହେବ । ଏସିଏଲ୍‌ ଆଦାନି ଏଣ୍ଟର୍‌ପ୍ରାଇଜେସ୍‌ର ପୂର୍ଣ୍ଣ ମାଲିକାନାଯୁକ୍ତ ସହାୟକ କମ୍ପାନି । ସେହିଭଳି ଲେନ୍ସ, ୱିଲ୍‌ମର ଇଣ୍ଟର୍‌ନ୍ୟାସ୍‌ନାଲ ଲିମିଟେଡ୍‌ର ପୂର୍ଣ୍ଣ ମାଲିକାନାଯୁକ୍ତ ସହାୟକ କମ୍ପାନି । ଏହିଭଳି ଭାବେ ଦୁଇଟି ପର୍ଯ୍ୟାୟରେ ଆଦାନି ୱିଲ୍‌ମରରେ ଆଦାନି ଗ୍ରୁପ୍‌ ପକ୍ଷରୁ ମୋଟ ୪୪% ଅଂଶଧନ ବିକ୍ରି କରାଯିବ । ଏହାପରେ ଆଦାନି ଏଣ୍ଟର୍‌ପ୍ରାଇଜେସ୍‌ ଆଦାନି ୱିଲ୍‌ମରରୁ ସମ୍ପୂର୍ଣ୍ଣ ରୂପେ ବାହାରିଯିବ । ସେହିଭଳି ୱିଲ୍‌ମର ଇଣ୍ଟର୍‌ନ୍ୟାସ୍‌ନାଲ ପାଖରେ ଆଦାନି ୱିଲ୍‌ମରରେ ଥିବା ଆଦାନି ଏଣ୍ଟର୍‌ପ୍ରାଇଜେସ୍‌ର ୩୧% ଅଂଶଧନ ଆସିଯିବ । ଆଦାନି ୱିଲ୍‌ମରରେ ଆଦାନି ଏଣ୍ଟର୍‌ପ୍ରାଇଜେସ୍‌ର ଅଂଶଧନ ବିକ୍ରି ମାଧ୍ୟମରେ ପ୍ରାୟ ୨୦୦ କୋଟି ଡଲାର ବା ୧୭,୧୦୧ କୋଟି ଟଙ୍କାର ପାଣ୍ଠି ଆସିବ । ଆଦାନି ଗ୍ରୁପ୍‌ ଏହି ପାଣ୍ଠିର ବ୍ୟବହାର ନିଜର ‘କୋର୍‌ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ଲାଟଫର୍ମ’ରେ କରିବ ବୋଲି ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.