ପ୍ରମୂଖ ଖବର
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ଟେଲିକମ ବଜାରରେ ପୁଣି ଦେଖାଯିବ ଶୀତଳ ଯୁଦ୍ଧ; ଭିଆଇ ଲଞ୍ଚ କରିବ ୫ଜି...!

Published By : Bijay Swain | January 3, 2025 12:24 AM

Image Courtesy: jagranenglish

ନୂଆଦିଲ୍ଲୀ: ଟେଲିକମ ବଜାରରେ ପୁଣି ଦେଖାଯିବ ଶୀତଳ ଯୁଦ୍ଧ। ମାନ୍ଦାବସ୍ଥା ଦେଇ ଗତିକରୁଥିବା ଭୋଡା-ଆଇଡିଆ(ଭିଆଇ) ଭାରତୀୟ ବଜାରରେ ପୁଣିଥରେ ନିଜର ପ୍ରଭାବ ବିସ୍ତାର କରିବାକୁ ପ୍ରସ୍ତୁତି ଆରମ୍ଭ କରୁଛି। ୨୦୨୫ ମାର୍ଚ୍ଚ ମାସ ସୁଦ୍ଧା ଭିଆଇ ନିଜର ୫ଜି ଲଞ୍ଚ କରିବାକୁ ଯାଉଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଅନ୍ୟ ଟେଲିକମ୍ କମ୍ପାନୀ ଅପେକ୍ଷା ଭିଆଇ ୧୫ ପ୍ରତିଶତ ଶସ୍ତାରେ ନିଜ ୫ଜି ସେବା ଯୋଗାଇବାକୁ ଯାଉଛି। 

ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଭିଆଇ ଏହାର ୧୭ ଟି ଟେଲିକମ୍ ସର୍କଲ ଥିବା ଦେଶର ୭୫ ଟି ପ୍ରମୁଖ ସହରରେ ୫ଜି ସେବା ଆରମ୍ଭ କରିବାକୁ ଯୋଜନା ରଖିଛି। ଅଧିକ ୟୁଜର୍ସ ଥିବା ତଥା ଅଧିକ ଡାଟା ବ୍ୟବହାର କରୁଥିବା ସହର ଗୁଡ଼ିକ କମ୍ପାନୀର ଟାର୍ଗେଟରେ ରହିଛି। ତେବେ ଏଥିପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେବ। ତେଣୁ ଦୁଇ କମ୍ପାନୀ ଇକ୍ୱିଟି ଫଣ୍ଡରେ, ୨୪ ହଜାର କୋଟି ଏବଂ ଅତିରିକ୍ତ ୨୫,୦୦୦ କୋଟି ଋଣ କରିବା ନେଇ ଚିନ୍ତା କରୁଛନ୍ତି। 

ବର୍ତ୍ତମାନ ଭାରତୀୟ ବଜାରରେ ଜିଓ ଏବଂ ଏୟାର ଟେଲ୍ ୫ଜି କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରି ସାରିଛନ୍ତି।  ସେପ୍ଟେମ୍ବର ୨୦୨୪ ସୁଦ୍ଧା ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲର ଯଥାକ୍ରମେ ୧୪୮ ନିୟୁତ ଏବଂ ୧୦୫ ନିୟୁତ ଉପଭୋକ୍ତା ରହିଛନ୍ତି। ତେଣୁ ଭିଆଇ ନେଟୱାର୍କ ବିସ୍ତାର କରିବାକୁ ଏହାର ଉପକରଣ ପାଇଁ ବିଶ୍ୱର ବଡ଼ ବଡ଼ ବ୍ରାଣ୍ଡ ସାମସଙ୍ଗ, ନୋକିଆ ଓ ଏରିକ୍ସ ସହିତ ୩.୬ ବିଲିୟନ ଡଲାର୍ (ପ୍ରାୟ, ୩୦,ହଜାର କୋଟି) ଚୁକ୍ତି କରିବାକୁ ଯୋଜନା କରିଛି।

ଗୁରୁବାର ଏହି ଘୋଷଣା କରିବା ପରେ ଭିଆଇର ସେୟାର ମୁଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ସୁଚନା ମୁତାବକ ଜୁଲାଇ ୨୦୨୪ ରେ ଜିଓ ଓ ଏୟାରଟେଲ ନିଜର ଅନ୍ୟ ଟାରିଫ ସହ ୫ଜି ମୋବାଇଲ୍ ଇଣ୍ଟରନେଟ୍ ସେବାର ମୂଲ୍ୟ ବୃଦ୍ଧି କରିଥିଲେ। ଆଉ ଏହା ପରେ ୟୁଜର୍ସ ମାନେ ଧିରେଧିରେ ଏହି କମ୍ବାନି ଦ୍ୱୟର ପ୍ଲାଟଫର୍ମ ଛାଡି ବିକଳ୍ପ ଭାବେ ଶସ୍ତା ସେବା ଯୋଗାଉଥିବା ଅନ୍ୟ ପ୍ଲାଟଫର୍ମକୁ ଚାଲିଯାଉଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.