ପ୍ରମୂଖ ଖବର
  • ସୁନ୍ଦରଗଡ : ଦୁର୍ବୃତ୍ତଙ୍କ ଗୁଳିମାଡରେ ଯୁବକ ଗୁରୁତର
  • ||
  • ନରସିଂହପୁର ଉପରକଟା ପୁରୁଣାପାଣି ଜଙ୍ଗଲରୁ ହାତୀ ମୃତଦେହ ଉଦ୍ଧାର
  • ||
  • ବାଜିଲା ନିର୍ବାଚନୀ ବିଗୁଲ, ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ; ୮ରେ ଗଣତି
  • ||
  • ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ,ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
  • ||
  • ନେପାଳରେ ୭.୧ ତ୍ରୀବତାର ଭୂକମ୍ପ, ଥରିଲା ଉତ୍ତର ଭାରତ
  • ||
  • ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସ: ଗୋପ କୃଷ୍ଣମୟ, ମଥୁରାରେ କଂସ ଭୟ
  • ||
  • ବୁଧବାରଠୁ ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭ, ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସହରରେ ଟ୍ରାଫିକ୍ କଟକଣା
  • ||

ଲଡୁ ପାଇଁ ମାନହାନି ମାମଲା, ୧୬ ଜଣଙ୍କୁ ୧ କୋଟିର ନୋଟିସ୍‌

Published By : Prameya | January 6, 2025 10:14 AM

ନୂଆଦିଲ୍ଲୀ ୦୬/୦୧: ନୋଏଡା ସେକ୍ଟର-୨୦ ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସେଠାରେ ଗତ ସ୍ୱାଧୀନତା ଦିବସ ଅବସରରେ ବଣ୍ଟା ଯାଇଥିବା ଲଡୁକୁ ନେଇ ବିବାଦ ଏତେ ବଢ଼ିଗଲା ଯେ ମାମଲା କୋର୍ଟରେ ପହଞ୍ଚିଛି । ସେକ୍ଟର-୨୦ ରେସିଡେଣ୍ଟ ୱେଲଫେୟାର ଆସୋସିଏସନ୍‌(ଆର୍‌ଡବ୍ଲ୍ୟୁଏ)ବ୍ଲକ୍‌-ବିର ଅଧ୍ୟକ୍ଷ ବିଦ୍ୟା ସାଗର ବିରମାନି ୧୬ଜଣଙ୍କ ବିରୋଧରେ ଏକ କୋଟିର ମାନହାନି ମାମଲା କରିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ତାଙ୍କ ତତ୍ତ୍ୱାବଧାନରେ ବଣ୍ଟା ଯାଇଥିବା ଲଡୁକୁ ନେଇ କିଛି ଲୋକ ଆପତ୍ତିଜନକ ଟିପ୍ପଣୀ କରିଥିବା ଅଭିଯୋଗ ରହିଛି । ସୁରଜପୁର କୋର୍ଟରେ ଆସନ୍ତା ୨୭ରେ ଏହାର ଶୁଣାଣି ହେବ ।

ରିପୋର୍ଟ ଅନୁସାରେ, ଗତ ସ୍ୱାଧୀନତା ଦିବସ ଅବସରରେ ଆର୍‌ଡବ୍ଲ୍ୟୁଏ ଅଧ୍ୟକ୍ଷ ବିଦ୍ୟା ସାଗର ବିରମାନି ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଅନ୍ତେବାସୀଙ୍କୁ ଲଡୁ ବାଣ୍ଟିଥିଲେ । ତେବେ ସେହି ଲଡୁ ବଣ୍ଟନରେ ଜାଲିଆତି ହୋଇଥିବା କିଛି ବାସିନ୍ଦା ଅଭିଯୋଗ କରିଥିଲେ । ସେମାନେ ଦର୍ଶାଇଥିଲେ ଯେ, ସେମାନଙ୍କୁ ଜାଲ୍‌ ଭାବେ କେଇ ହଜାର ଟଙ୍କାର ଲଡୁ ବାଣ୍ଟିବାର ବିଲ୍‌ ଦେଖାଯାଇଥିଲା । ୧୨ କିଲୋ ଲଡୁକୁ ପ୍ରାୟ ୭ ହଜାର ଟଙ୍କାରେ କିଣାଯାଇଥିଲା । କିନ୍ତୁ ତାକୁ କେଉଁଠି ଓ କାହାକୁ ବଣ୍ଟା ଗଲା ତାହା ଜଣାପଡି଼ନଥିଲା । ଏପରିକି ଅଧ୍ୟକ୍ଷ ବିଦ୍ୟା ସାଗର ବୋଧହୁଏ ନିଜେ ଲଡୁକୁ ଖାଇଦେଇଥିବେ ବୋଲି କେହି କେହି ମନ୍ତବ୍ୟ ଦେଇଥିଲେ । ସେହି ମନ୍ତବ୍ୟ ଯୋଗୁ କ୍ଷୁବ୍ଧ ହୋଇ ବିଦ୍ୟା ସାଗର ଓକିଲଙ୍କ ସହାୟତାରେ ୧୬ ଜଣଙ୍କ ବିରୋଧରେ ୧ କୋଟିର ମାନହାନି ମାମଲା କରିଥିଲେ । 

ଏହାପରେ କୋର୍ଟ ସେମାନଙ୍କୁ ନୋଟିସ୍‌ ପଠାଇଛନ୍ତି । ସେପଟେ ବିଦ୍ୟା ସାଗର କହିଛନ୍ତି, ଆର୍‌ଡବ୍ଲ୍ୟୁଏର ଅଧ୍ୟକ୍ଷ ଭାବେ ବିଗତ ଅଢ଼େଇ ବର୍ଷ ହେଲା ବିଭିନ୍ନ ପର୍ବପର୍ବାଣୀରେ କର୍ମଚାରୀ ଓ ଅନ୍ତେବାସୀମାନଙ୍କୁ ସେ ମିଠା ଓ ଲଡୁ ବଣ୍ଟନ କରିଆସୁଛନ୍ତି । ଏହି ପ୍ରକ୍ରିୟା ସମସ୍ତ ପଦାଧିକାରୀଙ୍କ ସହମତିରେ ହୋଇଥାଏ । ଏଥର ବି ସ୍ୱାଧୀନତା ଦିବସରେ ଲଡୁ ବଣ୍ଟା ଯାଇଥିଲା । କିନ୍ତୁ କିଛି ଲୋକ ମିଥ୍ୟା ଅଭିଯୋଗ ଆଣି ତାଙ୍କର ଭାବମୂର୍ତ୍ତି ଖରାପ କରିବାର ଉଦ୍ୟମ କରିଛନ୍ତି । ସେଥିଯୋଗୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.