ଦିଲ୍ଲୀରେ ବିଜେପିକୁ ନେଇ କେଜ୍ରିୱାଲଙ୍କର ଆଶ୍ଚର୍ଯ୍ୟକର ଭବିଷ୍ୟବାଣୀ , କହିଲେ କେତେ ସିଟ୍‌ ମିଳିବ

Published By : Prameya | December 28, 2024 8:00 PM

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖର ଘୋଷଣା ନୂଆ ବର୍ଷରେ ହେବାକୁ ଯାଉଛି। ଯେତେଯେତେ ନିର୍ବାଚନ ପାଖେଇ ଆସୁଛି, ସେତେ ସେତେ ଆମ୍‌ ଆଦମୀ ପାର୍ଟିର ବିଜେପି ଉପରେ ଆକ୍ରମଣ ତୀବ୍ର ହେବା ନଜର ଆସୁଛି। ଏହାସହ ପାର୍ଟି ଦିଲ୍ଲୀର ସବୁ ୭୦ଟି ସିଟ୍‌ରେ ପ୍ରାର୍ଥୀଙ୍କ ନାମ ସ୍ଥିର କରି ଦେଇଛି। ନିର୍ବାଚନୀ ହୋ ହାଲ୍ଲା ମଧ୍ୟରେ ଦିଲ୍ଲୀର ଉପରାଜ୍ୟପାଳ ଆପ୍‌ ସରକାରର ମହିଳା ସମ୍ମାନ ଯୋଜନାର ଯାଞ୍ଚ ଆଦେଶ ଦେଇଛି, ଏହାପରେ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ଖୁବ୍‌ ବର୍ଷିଛନ୍ତି। ଦିଲ୍ଲୀରେ ବିଧାନସଭା ନିର୍ବାଚନ ଆସନ୍ତା ବର୍ଷ ଫେବ୍ରୁଆରୀରେ ହେବାର ସମ୍ଭାବନା ରହିଛି। 

ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ, ବିଜେପି ମହିଳା ସମ୍ମାନ ଓ ସଞ୍ଜିବନୀ ଯୋଜନା ଗୁଡ଼ିକୁ ନେଇ ଉତ୍ତେଜିତ ହୋଇଛି। ଏହି ସମୟରେ ସେ କହିଛନ୍ତି କି, ଦିଲ୍ଲୀରେ ବିଜେପିକୁ ୩-୪ ସିଟ୍ ବି ମିଳିବ ନାହିଁ। ବିଜେପି ମହିଳା ସମ୍ମାନ ଯୋଜନାକୁ ନେଇ ଆମ୍‌ ଆଦମୀ ପାର୍ଟି ଓ କେଜ୍ରିୱାଲଙ୍କ ଉପରେ ଠକିବାର ଅଭିଯୋଗ କରିଛି। ଏହାକୁ ନେଇ ଦିଲ୍ଲୀ ବିଜେପିର ମହିଳା ମୋର୍ଚ୍ଚାର ନେତାମାନେ ଗୁରୁବାର ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ନିବାସ ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ। 

ଦିଲ୍ଲୀ ସରକାର ୨୦୨୪-୨୫ର ବଜେଟ୍‌ର ୧୦୦୦ଟଙ୍କା ମାସିକ ପେମେଣ୍ଟର ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାର ଘୋଷଣା କରିଥିଲେ। କେଜ୍ରିୱାଲ କହିଥିଲେ ଯେ, ଯଦି ଆପ୍‌ ଦିଲ୍ଲୀରେ କ୍ଷମତାରେ ରହେ ତ ଏହି ରାଶି ବୃଦ୍ଧି କରି ୨,୧୦୦ଟଙ୍କା କରି ଦିଆ ଯିବ। ୨୦୨୦ ମସିହାରେ ଦିଲ୍ଲୀରେ ହୋଇଥିବା ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଜବରଦସ୍ତ ବିରୋଧ ପ୍ରଦର୍ଶନ କରିଥିଲା। ଏହି ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ୬୨ଟି ସିଟ୍‌ ଜିତି ଥିଲା। ସେଠାରେ ବିଜେପିକୁ କେବଳ ୮ଟି ସିଟ୍‌ ମିଳି ଥିଲା। 

ଦିଲ୍ଲୀରେ ହୋଇଥିବା ଗତ ଦୁଇଟି ବିଧାନସଭା ନିର୍ବାଚନରେ କଂଗ୍ରେସର ଖାତା ଖୋଲି ପାରି ନଥିଲା। ୨୦୧୫ର ବିଧାନସଭା ନିର୍ବାଚନରେ ଆମ୍‌ ଆଦମୀ ପାର୍ଟି ୬୭ଟି ସିଟ୍‌ରେ ତ ବିଜେପି ତ ୩ଟି ସିଟ୍‌ରେ ବିଜୟୀ ହୋଇଥିଲା। ୨୦୧୫ର ନିର୍ବାଚନରେ କଂଗ୍ରେସ ଗୋଟିଏ ବି ସିଟ୍‌ ଜିତି ପାରି ନଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.