ନୂଆଦିଲ୍ଲୀ,୨୮।୧୨: ଅନଶନରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ବସିଛନ୍ତି କୃଷକ ନେତା ଜଗଜିତ୍ ସିଂହ ଡଲ୍ଲେଓ୍ବାଲ। ଏବେ ତାଙ୍କୁ ୩୧ ଡିସେମ୍ବର ସୁଦ୍ଧା ମନେଇକି ହସ୍ପିଟାଲ ନେଇଯିବାକୁ ପଞ୍ଜାବ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ନ୍ୟାୟମୂର୍ତ୍ତି ଉଜ୍ଜଳ ଭୂଇଁୟାଙ୍କ ଅବକାଶକାଳୀନ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। କୋର୍ଟ ସ୍ଥିତି ଡଲ୍ଲେଭାଲଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରିବା ଓ ତାଙ୍କୁ ପୂର୍ବ ନିର୍ଦେଶ ପାଳନ ନକରିବା ନେଇ ପଞ୍ଜାବ ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି।
ପଞ୍ଜାବ ସରକାର ଡଲ୍ଲେଭାଲଙ୍କୁ ହସ୍ପିଟାଲ ନେଇଯିବାରେ ଅସମର୍ଥତା ବ୍ୟକ୍ତ କରି କହିଛନ୍ତି, ତାକୁ ପ୍ରଦର୍ଶନକାରୀ କୃଷକଙ୍କ ପ୍ରତିରୋଧର ସାମନା କରିବାକୁ ପଡୁଛି। ପଞ୍ଜାବ ସରକାରଙ୍କ କହିବା ଅନୁସାରେ, ଏହି ଲୋକମାନେ ଡଲ୍ଲେଭାଲଙ୍କୁ ଘେରାଉ କରିନେଇଥିଲେ ଓ ସେମାନେ ତାଙ୍କୁ ହସ୍ପିଟାଲ ଯିବାକୁ ଦେଇନଥିଲେ। ପଞ୍ଜାବର ଆଡଭୋକେଟ୍ ଜେନେରାଲ ଗୁରମିନ୍ଦର ସିଂହ ଖଣ୍ଡପୀଠଙ୍କୁ କହିଛନ୍ତି, ବିଶେଷଜ୍ଞଙ୍କ ଏକ ଟିମ୍ ବିରୋଧ ସ୍ଥଳକୁ ଗସ୍ତ କରିଛନ୍ତି। ଡଲ୍ଲେଭାଲ ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ଚିକିତ୍ସା ସହାୟତା ନେବା ପାଇଁ ମନାଇବାକୁ ପଞ୍ଜାବ ସରକାରଙ୍କୁ ଚେଷ୍ଟା କରିବାକୁ କୁହାଯାଇଛି। ଡଲ୍ଲେଭାଲ ଆଇଭି ଡ୍ରିପ୍ ସହ ଅନ୍ୟ କୌଣସି ପ୍ରକାର ଚିକିତ୍ସା ସହାୟତା ନେବାକୁ ମନା କରିଦେଇଛନ୍ତି। ତାଙ୍କର କହିବା ଅନୁସାରେ, ଏହାଦ୍ବାରା ଆନ୍ଦୋଳନର ଉଦ୍ଦେଶ୍ୟ ଦୁର୍ବଳ ହୋଇଯିବ।