ପ୍ରମୂଖ ଖବର
  • କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ
  • ||
  • ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ, ନଷ୍ଟ କରିଦେଲେ ଧାନଗଦା ଏବଂ ବଗିଚା
  • ||
  • ଭୂଆସୁଣୀ ଲ୍ୟାମ୍ପ୍ସରେ ଧାନ ମଣ୍ଡିର ଶୁଭ ଉଦ୍‌ଘାଟନ କଲେ ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ଭୁବନେଶ୍ୱର : ମନମୋହନ ସିଂହଙ୍କ ଦେହାନ୍ତ ପାଇଁ ପଥୋତ୍ସବ ବାତିଲ୍‌, ବିଏମ୍‌ସି ବୈଠକରେ ନୀରବ ପ୍ରାର୍ଥନା
  • ||
  • ଉଦଳା : ଚଢ଼ାଉ ବେଳେ କପ୍ତିପଦା ଥାନା ଆଇଆଇସିଙ୍କୁ ଆକ୍ରମଣ ଘଟଣା, ୪ ମହିଳା ଗିରଫ
  • ||
  • ଉଦଳା : ୪ ମନ୍ଦିରରୁ ସିରିଜ ଚୋରି, ଠାକୁରଙ୍କ ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବ୍ରହ୍ମପୁର : ସଟ୍‌ ସର୍କିଟରୁ ଇଭି ଗାଡି ଶୋ’ରୁମ୍‌ରେ ଅଗ୍ନିକାଣ୍ଡ, କ୍ଷୟକ୍ଷତି ବିକ୍ଷୟରେ ମିଳିନି ସୂଚନା
  • ||
  • ଗଜପତି : ସପୁରି ଚାଷୀଙ୍କ ପାଇଁ ଖୁସି ଖବର, ଆସନ୍ତା ବର୍ଷ ଦୁବାଇ ଯିବ ଗଜପତି ସପୁରି
  • ||
  • କଳାହାଣ୍ଡି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ
  • ||
  • ସାଲେପୁର : ୨୦ ଲିଟରରୁ ଉର୍ଦ୍ଧ୍ୱ ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କଣାସ : ପାଣିରେ ବୁଡ଼ିଛି ଶହ ଶହ ଏକର ଚିନା ବାଦାମ ଚାଷ, ସରକାରୀ କ୍ଷତିପୂରଣ ହିଁ ଚାଷୀର ଶେଷ ଭରଷା
  • ||
  • ଛତ୍ରପୁର : ନଷ୍ଟ ହୋଇଗଲା ସୁନାର ଫସଲ, ଗଜା ଧାନକୁ ଅମଳ କରିଲା ଚାଷୀ
  • ||

ଭାରତର ଭାଗ୍ୟ ବଦଳାଇ ଥିଲା, ମୁଖ୍ୟମନ୍ତ୍ରୀଙ୍କ ଉପବାସ ଭାଙ୍ଗିଥିଲା ମନ ମୋହନଙ୍କ ଗୋଟିଏ ଫୋନ କଲ୍

Published By : Ankita S | December 27, 2024 12:29 PM

ନୂଆଦିଲ୍ଲୀ,୨୭/୧୨ : ଦେଶବାସୀଙ୍କ ମନରେ ସର୍ବଦା ରହିବେ ମନମୋହନ ସିଂହ । ଦେଶର ଅର୍ଥନୀତିକୁ ଟ୍ରାକକୁ ଆଣିଥିବା ପୂର୍ବତନ ପିଏମ୍ ମନମୋହନ ସିଂହଙ୍କ ବିୟୋଗ ହୋଇଛି । ଏହାରି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ଜଡିତ କିଛି ପୁରୁଣା କଥା ସାମ୍ନାକୁ ଆସୁଛି । ମନମୋହନଙ୍କ ଗୋଟିଏ ଫୋନ କଲ୍ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀଙ୍କ ଉପବାସ ଭାଙ୍ଗିବାକୁ ବାଧ୍ୟ କରିଥିଲା । ବର୍ତ୍ତମାନ ମୋଦି ସରକାରରେ କେନ୍ଦ୍ର କୃଷିମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମନମୋହନଙ୍କ ସହ ଜଡିତ ଏହି କଥା କହିଛନ୍ତି ।

୪ ଥର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ବିଜେପିର ବରିଷ୍ଠ ନେତା ଶିବରାଜ ସିଂହ ଚୌହାନ ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି, 'ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ପ୍ରସିଦ୍ଧ ଅର୍ଥଶାସ୍ତ୍ର ମନମୋହନ ସିଂହ ଆମ ଗହଣରେ ନାହାନ୍ତି । ତାଙ୍କ ଦେହାନ୍ତ ଦେଶ ପାଇଁ ଅପୂରଣୀୟ କ୍ଷତି । ସେ ବିନମ୍ର, ସରଳ ବ୍ୟକ୍ତିତ୍ବ ଥିଲେ । ତାଙ୍କଠୁ ମୋତେ ମାର୍ଗଦର୍ଶକ ମିଳିଛି । ୯୦ ଦଶକରେ ତାଙ୍କର ଉଦାରୀକରଣ ନୀତି ଭାରତୀୟ ଅର୍ଥବ୍ୟବସ୍ଥାକୁ ଗତି ଦେବାରେ ତାଙ୍କର ମହତ୍ତ୍ବପୂର୍ଣ୍ଣ ସ୍ଥାନନ ରହିଛି ।'

ମନ ମୋହନଙ୍କ ସହ ଗୋଟିଏ ଘଟଣାକୁ ମନେ ପକାଇ ଶିବରାଜ କହିଛନ୍ତି, ମନମୋହନଙ୍କ ବ୍ୟକ୍ତିତ୍ବ ଭିଜନାରୀ ଥିଲା । ସେ ସର୍ବଦା ଦଳଗତ ରାଜନୀତିଠୁ ଉର୍ଦ୍ଦ୍ବରେ ରହି ରାଜ୍ୟକୁ ସବୁ ସହଯୋଗ କରୁଥିଲେ । ଗୋଟିଏ ଦନ ମଧ୍ୟପ୍ରଦେଶ ଚାଷୀଙ୍କ ସମସ୍ୟାକୁ ନେଇ ମୁଁ ଅନଶନରେ ବସିଥିଲି । ମନମୋହନଙ୍କ ବଡପଣ ଥିଲା କି ସେ ଫୋନ କଲ କରି ତୁରନ୍ତ ଉପବାସ ଭାଙ୍ଗିବାକୁ କହିଥିଲେ ଓ ସମସ୍ୟାର ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଶ୍ବାସନା ଦେଇଥିଲେ । ସତରେ  ସେ ମହାନ୍ ଥିଲେ । ତାଙ୍କର ବିୟୋଗ ଭାରତୀୟ ରାଜନୀତି ପାଇଁ ବଡ କ୍ଷତି ବୋଲି କହିଛନ୍ତି ଶିବରାଜ ସିଂହ ଚୌହାନ ।

ଖାଲି ସେତିକି ନୁହେଁ ମନ ମୋହନଙ୍କ ଗୋଟିଏ ଫୋନ କଲ୍ ଭାରତର ଭାଗ୍ୟ ବଦଳାଇ ଦେଇଥିଲା । ୧୯୯୧ ମସିହା କଥା । ମନମୋହନ ନେଦରଲାଣ୍ଡରେ ଏକ ସମ୍ମିଳନୀରେ ଯୋଗ ଦେଇ ଫେରିଥିଲେ । ୧୯୯୧ ଜୁନରେ ୟୁଜିସି କାର୍ଯ୍ୟାଳୟରେ ଥିବା ସମୟରେ ତାଙ୍କୁ ଏକ ଫୋନ କଲ ଆସିଥିଲା ଓ ତାଙ୍କୁ ଅର୍ଥମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ କୁହାଯାଇଥିଲା । ମନମୋହନ ସିଂହ ତାଙ୍କ ଆତ୍ମକଥା 'Strictly Personal:Manmohan and Gursharan'ରେ ଏହା ଉଲ୍ଲେଖ୍ୟ କରିଛନ୍ତି । ନୂଆ ସରକାରରେ ମୋତେ ସାମିଲ ହେଉଥିବା ଦେଖି ସମସ୍ତେ ଚମକି ପଡିଥିଲେ । ମୁଁ ଅର୍ଥମନ୍ତ୍ରୀ ହେବାକୁ ଯାଉଥିବା କହିଥିଲେ ମୁଖ୍ୟମନ୍ତ୍ରୀ ନରସିହ୍ମା ରାଓ । ତାଙ୍କ ନିଯୁକ୍ତି ଅର୍ଥବ୍ୟବସ୍ଥା ଇତିହାସ ପାଇଁ ମହତ୍ତ୍ବପୂର୍ଣ ସାବ୍ୟସ୍ତ ହୋଇଥିଲା । ବିଦେଶୀ ମୁଦ୍ରାରେ ୨୫୦୦ କୋଟି ଟଙ୍କା ଖସି ଯାଇଥିଲା । ବିଶ୍ବ ବ୍ୟାଙ୍କ ଋଣ ଦେବାକୁ ମନା କରୁଥିଲେ ମହଙ୍ଗା ରେକର୍ଡ ପାର କରିଥିଲା । ଏହି ସମୟରେ ଭାରତର ଭାଗ୍ୟ ବଦଳାଇ ଦେଇଥିବା ମନମୋହନଙ୍କର ଗୋଟିଏ ଫୋନ କଲ୍ । ୧୯୯୧ ଜୁଲାଇ ୨୪ରେ ବଜେଟ ଉପସ୍ଥାପନ କରିଥିଲେ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.