ପ୍ରମୂଖ ଖବର
  • କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ
  • ||
  • ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ, ନଷ୍ଟ କରିଦେଲେ ଧାନଗଦା ଏବଂ ବଗିଚା
  • ||
  • ଭୂଆସୁଣୀ ଲ୍ୟାମ୍ପ୍ସରେ ଧାନ ମଣ୍ଡିର ଶୁଭ ଉଦ୍‌ଘାଟନ କଲେ ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ଭୁବନେଶ୍ୱର : ମନମୋହନ ସିଂହଙ୍କ ଦେହାନ୍ତ ପାଇଁ ପଥୋତ୍ସବ ବାତିଲ୍‌, ବିଏମ୍‌ସି ବୈଠକରେ ନୀରବ ପ୍ରାର୍ଥନା
  • ||
  • ଉଦଳା : ଚଢ଼ାଉ ବେଳେ କପ୍ତିପଦା ଥାନା ଆଇଆଇସିଙ୍କୁ ଆକ୍ରମଣ ଘଟଣା, ୪ ମହିଳା ଗିରଫ
  • ||
  • ଉଦଳା : ୪ ମନ୍ଦିରରୁ ସିରିଜ ଚୋରି, ଠାକୁରଙ୍କ ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବ୍ରହ୍ମପୁର : ସଟ୍‌ ସର୍କିଟରୁ ଇଭି ଗାଡି ଶୋ’ରୁମ୍‌ରେ ଅଗ୍ନିକାଣ୍ଡ, କ୍ଷୟକ୍ଷତି ବିକ୍ଷୟରେ ମିଳିନି ସୂଚନା
  • ||
  • ଗଜପତି : ସପୁରି ଚାଷୀଙ୍କ ପାଇଁ ଖୁସି ଖବର, ଆସନ୍ତା ବର୍ଷ ଦୁବାଇ ଯିବ ଗଜପତି ସପୁରି
  • ||
  • କଳାହାଣ୍ଡି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ
  • ||
  • ସାଲେପୁର : ୨୦ ଲିଟରରୁ ଉର୍ଦ୍ଧ୍ୱ ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କଣାସ : ପାଣିରେ ବୁଡ଼ିଛି ଶହ ଶହ ଏକର ଚିନା ବାଦାମ ଚାଷ, ସରକାରୀ କ୍ଷତିପୂରଣ ହିଁ ଚାଷୀର ଶେଷ ଭରଷା
  • ||
  • ଛତ୍ରପୁର : ନଷ୍ଟ ହୋଇଗଲା ସୁନାର ଫସଲ, ଗଜା ଧାନକୁ ଅମଳ କରିଲା ଚାଷୀ
  • ||

ମନମୋହନ ସିଂହଙ୍କ ପରଲୋକରେ ଶୋକାକୁଳ ବିଭିନ୍ନ ମହଲ; ସବୁ ସରକାରୀ କାର୍ଯ୍ୟକ୍ରମ ବନ୍ଦ, ୭ ଦିିନ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ଘୋଷଣା

Published By : Prameya | December 27, 2024 12:27 AM

Image source: TV9

ନୂଆଦିଲ୍ଲୀ,୨୬/୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଥିବା ସୁଦକ୍ଷ ଅର୍ଥଶାସ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ପରଲୋକରେ ବିଭିନ୍ନ ମହଲ ଶୋକାକୁଳ ହୋଇପଡ଼ିଛି। ଦେଶ ଏହାର ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଛି। ଏହି ପରିପ୍ରେକ୍ଷିରେ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିତ୍ବମାନେ ଟ୍ବିଟ୍‌ କରି ଡକ୍ଟର ସିଂହଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। କେବଳ ଏତିକି ନୁହେଁ ବରଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଦେହାନ୍ତ ପାଇଁ କେନ୍ଦ୍ର ସରକାର ଆସନ୍ତାକାଲି ପାଇଁ ଧାର୍ଯ୍ୟ ହୋଇଥିବା ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ତତ୍‌ ସହିତ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଆସନ୍ତାକାଲି ସକାଳ ୧୧ ଟାରେ କ୍ୟାବିନେଟ ବୈଠକ ହେବ। ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ରାଜକୀୟ ସମ୍ମାନ ସହ ଅନୁଷ୍ଠିତ ହେବ।

ସର୍ବଦା ସ୍ମରଣୀୟ ରହିବେ ମନମୋହନ ଜୀ: ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, “ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଜୀ ସେହି ବିରଳ ରାଜନେତାମାନଙ୍କ ମଧ୍ୟରୁ ଜଣେ ଯିଏ ଶିକ୍ଷା ତଥା ପ୍ରଶାସନର ଜଗତରେ ସମ୍ମାନ ସହକାରେ କାର୍ଯ୍ୟ କରିଥିଲେ। ସାର୍ବଜନୀନ କାର୍ଯ୍ୟାଳୟରେ ତାଙ୍କର ବିଭିନ୍ନ ଭୁମିକାରେ ସେ ଦେଶ ପାଇଁ ତାଙ୍କର ସେବା ସହିତ ଅର୍ଥବ୍ୟବସ୍ଥାକୁ ସୁଧାରିବାରେ ସମ୍ପୁର୍ଣ୍ଣ ଯୋଗଦାନ ଦେଇଥିଲେ। ତାଙ୍କର ଅପାର ନମ୍ରତା ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ମୁଁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନଙ୍କୁ ମୋର ହୃଦୟରୁ ସମବେଦନା ଜଣାଉଛି। "

ଦେଶର ଆର୍ଥିକ ଉଦାରିକରଣର ବାସ୍ତୁକାର: ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ମନମୋହନ ସିଂଙ୍କ ଦେହାନ୍ତ ବିଷୟରେ ଜାଣି ସେ ଅତ୍ୟନ୍ତ ଦୁଃଖିତ। ସେ ଦେଶର ଅର୍ଥନୈତିକ ଉଦାରୀକରଣର ବାସ୍ତୁକାର ଥିଲେ। ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମାଧ୍ୟମରେ ସେ ଦେଶକୁ ଆଗକୁ ନେଇଥିଲେ। ସେ ବିକାଶ ଏବଂ ସମୃଦ୍ଧିର ନୂତନ ରାସ୍ତା ଖୋଲିଥିଲେ।'

ମନମୋହନ ଜୀଙ୍କୁ ହରାଇଲା ଦେଶ: ପ୍ରଧାନମନ୍ତ୍ରୀ ମୋଦୀ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ଭାରତ ଏହାର ଅନ୍ୟତମ ବିଶିଷ୍ଟ ନେତା ଡକ୍ଟର ମନମୋହନ ସିଂ ଜୀଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରୁଛି। ସେ ନମ୍ର ପୃଷ୍ଠଭୂମିରୁ ଉଠି ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ହୋଇପାରିଥିଲେ। ସେ ଅର୍ଥମନ୍ତ୍ରୀ ସହିତ ବିଭିନ୍ନ ସରକାରୀ ପଦରେ କାର୍ଯ୍ୟ କରିଛନ୍ତି ଏବଂ ବର୍ଷ ବର୍ଷ ଧରି ଆମର ଅର୍ଥନୈତିକ ନୀତିରେ ଏକ ଦୃଢ଼ ଛାପ ମଧ୍ୟ ଛାଡ଼ି ଯାଇଛନ୍ତି। ଆମର ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାବେ ସେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଉଦ୍ୟମ କରିଥିଲେ।' 

ତାଙ୍କ କାର୍ଯ୍ୟକାଳ ସମୟରେ ମୁଖ୍ୟମନ୍ତ୍ରୀ ହୋଇଥିଲି: ସିଦ୍ଦରମୈୟା

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଅନନ୍ୟ ପ୍ରତିଭାର ରାଜନେତା ତାଙ୍କ ନେତୃତ୍ୱରେ ଦେଶରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଥିବା ସମୟରେ ମୁଁ ପ୍ରଥମ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଥିଲି। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ମୋର ସମବେଦନା।'

ଜଣେ ଅଦ୍ବିତୀୟ ଅର୍ଥନୀତିଜ୍ଞଙ୍କୁ ହରାଇଲା ଦେଶ: ଖଡ୍‌ଗେ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଇତିହାସ ନିଶ୍ଚିତ ଭାବରେ ଆପଣଙ୍କୁ ଜଣେ ଦୟାଳୁ ଭାବେ ମୂଲ୍ୟାଙ୍କନ କରିବ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ପରେ ଦେଶ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଜନେତା, ଅଖଣ୍ଡ ସତ୍ୟନିଷ୍ଠ ନେତା ତଥା ଅନନ୍ୟ ସ୍ଥିତିର ଅର୍ଥନୀତିଜ୍ଞଙ୍କୁ ହରାଇଛି। ଅର୍ଥନୈତିକ ଉଦାରୀକରଣ ଏବଂ ଅଧିକାର ଭିତ୍ତିକ କଲ୍ୟାଣ ନୀତି କୋଟି କୋଟି ଦେଶବାସୀଙ୍କ ଜୀବନକୁ ବଦଳାଇ ଦେଇଥିଲା। ମନମୋହନ ସିଂ ଦେଶର କୋଟି ଲୋକଙ୍କୁ ଦାରିଦ୍ର୍ୟତାରୁ ମୁକ୍ତ କରିଥିଲେ।'

ମାର୍ଗଦର୍ଶକଙ୍କ ହରାଇଲି: ରାହୁଲ ଗାନ୍ଧି

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ପୋଷ୍ଟରେ କହିଛନ୍ତି ଯେ 'ମନମୋହନ ସିଂହ ଜୀ ବୁଦ୍ଧି ଏବଂ ବିଶ୍ୱସ୍ତତା ସହ ଦେଶକୁ ଆଗେଇ ନେଇଥିଲେ। ତାଙ୍କର ନମ୍ରତା ଏବଂ ଅର୍ଥନୀତି ବିଷୟରେ ବୁଝାମଣା ଦେଶକୁ ଆଗକୁ ନେଇଥିଲା। ମୁଁ ଜଣେ ଗୁରୁ ଏବଂ ମାର୍ଗଦର୍ଶକଙ୍କୁ ହରାଇଛି। ଲକ୍ଷ ଲକ୍ଷ ଲୋକ ତାଙ୍କ ପ୍ରଶଂସକ ଥିଲେ ଏବଂ ତାଙ୍କୁ ଗର୍ବର ସହିତ ମନେ ରଖିବେ।

ତାଙ୍କର ସଚ୍ଚୋଟତା ଆମ ପାଇଁ ପ୍ରେରଣା: ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତକୁ ନେଇ ଏକ ପୋଷ୍ଟରେ କହିଛନ୍ତି ଯେ 'ସର୍ଦ୍ଦାର ମନମୋହନ ସିଂ ଜୀ ଯେଉଁ ସମ୍ମାନ ପାଇଛନ୍ତି, ତାହା ରାଜନୀତିରେ ଖୁବ୍ କମ୍ ଲୋକ ପାଇଛନ୍ତି। ତାଙ୍କର ସଚ୍ଚୋଟତା ଆମ ପାଇଁ ସର୍ବଦା ଏକ ପ୍ରେରଣା ହୋଇ ରହିବ। ଯେଉଁମାନେ ଏହି ଦେଶକୁ ପ୍ରକୃତରେ ଭଲ ପାଆନ୍ତି ସେମାନଙ୍କ ମଧ୍ୟରେ ସେ ସର୍ବଦା ରହିବେ। ସେ ପ୍ରକୃତରେ ସମ୍ମାନ, ବୁଦ୍ଧିମାନ, ଦୃଢ଼ ଇଚ୍ଛାଶକ୍ତସମ୍ପନ୍ନ ଏବଂ ସାହସୀ ବ୍ୟକ୍ତିତ୍ବ ‌ଥିଲେ।'

ତେବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ତଥା ଦେଶର ଆଧୁନିକ ଅର୍ଥ‌ନୀତିର ବିନ୍ଧାଣୀ ଡକ୍ଟର ମନମୋହନ ସିଂହଙ୍କର ପରଲୋକରେ ସାରା ଦେଶର ରାଜନେତାଙ୍କ ଠାରୁ ଆରମ୍ଭ କରି ଉଦ୍ୟୋଗୀ, ଅଭିନେତା, କ୍ରିଡ଼ାବିତ୍‌ ତଥା ବିଶିଷ୍ଟ ବ୍ୟକ୍ତିମାନେ ଟ୍ବିଟ କରି ଶୋକବ୍ୟକ୍ତ କରିଛନ୍ତି।











Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.