ନୂଆଦିଲ୍ଲୀ,୨୭/୧୨ : ସଂସ୍କାର ସୁତ୍ରଧର ଦେଶର ଆର୍ଥିକ ସୁଧାରର ଜନନାୟକ ତଥା ଦେଶର ପୂ୍ର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ହୋଇଛି । ୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ ମେଲବର୍ଣ୍ଣ ଟେଷ୍ଟର ଦ୍ବିତୀୟ ଦିନରେ ଭାରତୀୟ କ୍ରିକେଟ ଦଳ କଳାପଟି ପିନ୍ଧି ମଇଦାନକୁ ଓହ୍ଲାଇଛି ।
ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ପୂ୍ର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକରେ ହୋଇଛି । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ତାଙ୍କ ବିୟୋଗରେ ଭାରତୀୟ ରାଜନୀତିରେ ବଡ କ୍ଷତି ହୋଇଛି । ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ମନମୋହନ ସିଂହଙ୍କ ବିୟୋଗରେ ତାଙ୍କୁ ମେଲବୋର୍ଣ୍ଣରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଭାରତୀୟ କ୍ରିକେଟ ଦଳ । ମନମୋହନଙ୍କୁ ସମ୍ମାନ ଜଣାଇ ଏମସିଜି ଟେଷ୍ଟରେ ହାତରେ କଳାପଟି ପିନ୍ଧି ମଇଦାନକୁ ଓହ୍ଲାଇଛନ୍ତି ଭାରତୀୟ ଖେଳାଳି ।
The Indian Cricket Team is wearing black armbands as a mark of respect to former Prime Minister of India Dr Manmohan Singh who passed away on Thursday. pic.twitter.com/nXVUHSaqel
— BCCI (@BCCI) December 27, 2024
ବର୍ଡର-ଗାଭାସ୍କର ଟେଷ୍ଟ ସିରିଜରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜାରି ରହିଛି । ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣରେ ଖେଳାଯାଉଛି । ଆଜି (ଶୁକ୍ରବାର) ଦ୍ବିତୀୟ ଦିନରେ ଭାରତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ସିଂହଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କଳାପଟି ବାନ୍ଧି ମ୍ୟାଚ ଖେଳିଥିବା ଦେଖିବାକୁ ମିଳିଛି । ସମସ୍ତେ ପ୍ଲେୟାର ହାତରେ କଳାପଟି ପିନ୍ଧି ଖେଳୁଥିବା ନଜର ଆସିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ ୯ ୱିକେଟ ହରାଇ ୪୫୫ ରନ କରିଛି ।