ପ୍ରମୂଖ ଖବର
  • ମୁନିଗୁଡ଼ା : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବାଲିପାଟଣା : କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ସହ କର୍ମଚାରୀ ଆହତ
  • ||
  • ଭୁବନେଶ୍ୱର : ଅଧିକ ଟଙ୍କା ଦେବା ପାଇଁ କରୁଥିଲେ ବାଧ୍ୟ, ୪ ଭଣ୍ଡ ବାବା ଅଟକ
  • ||
  • ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପୁରୀ ଜଗିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ଟିଟିଲାଗଡ଼ : ରେଳ ଧାରଣାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସାଲେପୁର : ଲଗାଣ ବର୍ଷା ଚାଷୀଙ୍କୁ ଦେଇଗଲା ଚିନ୍ତା, ପରିବା ଚାଷ ନଷ୍ଚ
  • ||
  • କଳାହାଣ୍ଡି : ଟ୍ରକ୍‌ ସହ ଧକ୍କା ହେଲା ଟ୍ରକ୍‌, ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ
  • ||
  • ବାଲେଶ୍ୱର : ଗୋରୁ ବୋଝେଇ କଣ୍ଟେନର ଜବତ: ୮ ଗୋରୁ ଉଦ୍ଧାର, ଦୁଇ ଅଟକ
  • ||

ମେଲବର୍ଣ୍ଣ ଟେଷ୍ଟ; ସ୍ମିଥଙ୍କ ଦମଦାର ଶତକ, ୪୭୪ରେ ଅଲଆଉଟ ଅଷ୍ଟ୍ରେଲିଆ

Published By : Ankita S | December 27, 2024 8:56 AM

ନୂଆଦିଲ୍ଲୀ,୨୭/୧୨ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ସିରିଜର ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣରେ ଖେଳାଯାଉଛି । ପ୍ରଥମ ଇନିଂସରେ ଘରୋଇ ଅଷ୍ଟ୍ରେଲିଆ ରନର ପାହାଡ ଛିଡା କରିଛି । ୪୭୪ରନ କରି ଅଲଆଉଟ ହୋଇଛି ଦଳ । ଷ୍ଟିଭ ସ୍ମିଥ ଦମଦାର ଶତକ ହାସଲ କରିଛନ୍ତି । ୧୯୭ ବଲରେ ୧୪୦ ରନ କରିଛନ୍ତି । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪ ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି ।

ଦ୍ବିତୀୟ ଦିନ ଖେଳ ଆରମ୍ଭ ହୋଇଥିଲା । ଅପରାଜିତ ଥିବା ଷ୍ଟିଭ ଓ ସ୍ମିଥ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦମଦାର ଶତକ ହାସଲ କରିଛନ୍ତି ଷ୍ଟିଭ ସ୍ମିଥ୍ । ୧୯୭ ବଲରେ ୧୪୦ ରନ କରିଛନ୍ତି । ଲଗାତାର ଦ୍ବିତୀୟ ମ୍ୟାଚ ସହ ଭାରତ ବିପକ୍ଷରେ ଏହା ତାଙ୍କର ୧୧ତମ ଶତକ । ଟେଷ୍ଟ କ୍ୟାରିୟରରେ ଏହା ୩୪ତମ ଶତକ । ୧୦୪ତମ ଓଭରରେ ପାଟ୍ କମିନ୍ସ ୪୯ ରନ କରି ଜାଡେଜାଙ୍କ ବଲରେ ପାଭିଲିୟନ ଫେରିଥିଲେ । ଏହାପରେ ମିଚେଲ ଷ୍ଟାର୍କ ୧୫ ରନ କରି ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ଆକାଶ ଦୀପଙ୍କ ବଲରେ ସ୍ମିଥ ୧୪୦ ରନ କରି ଆଉଟ ହୋଇଥିଲେ । ନାଥନ ଲାୟନ ୧୩ ରନ କରି ବୁମରାଙ୍କ ବଲରେ ଆଉଟ ହୋଇଥିଲେ । ୪୭୪ ରନ କରି ଅଲଆଉଟ ହୋଇଥିଲା ଅଷ୍ଟ୍ରେଲିଆ ।

ମେଲବର୍ଣ୍ଣ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଘରୋଇ ଦଳ ପ୍ରାରମ୍ଭରୁ ସଂଘର୍ଷ କରିଥିଲା । ପଦାର୍ପଣ କରିଥିବା କନଷ୍ଟାସ କ୍ରିଜରେ ଫିଟ୍ ହେବା ପରେ ଭାରତୀୟ ବୋଲରଙ୍କ ଲୟ ବିଗାଡି ଦେଇଥିଲେ । ପଦାର୍ପଣ ମ୍ୟାଚ ଖେଳୁଥିବା କନଷ୍ଟାସ ୬୫ ବଲ ଖେଳି ୬୦ରନ କରିଥିଲେ । ଖ୍ବାଜା ଓ କନଷ୍ଟାସ ଯୋଡି ପ୍ରଥମ ୱିକେଟରେ ଦଳ ୮୯ରନ କରିଥିଲା । ୨୦ତମ ଓଭରରେ ଏହି ଯୋଡିକୁ ଭାଙ୍ଗିଥିଲେ ରବୀନ୍ଦ୍ର ଜାଡେଜା । କନଷ୍ଟାସ ୬୦ରନ କରି ଆଉଟ ହୋଇଥିଲା । ଉସମାନ ଖ୍ବାଜା ୫୭ରନ କରି ବୁମରାଙ୍କ ଶିକାର ହୋଇଥିଲେ । ଲାବୁସାନା ୭୨ ରନ କରି ୱାଶିଂଟନ ସୁନ୍ଦରଙ୍କ ବଲରେ ଆଉଟ ହୋଇଥିଲେ । ମାର୍ଶ ୪ରନ କରି ବୁମରାଙ୍କ ବଲରେ ଆଉଟ ହୋଇଥିବା ବେଳେ କ୍ୟାରୀ (୩୧) ଆକାଶ ଦୀପଙ୍କ ଶିକାର ହୋଇଥିଲେ । ପ୍ରଥମ ଇନିଂସର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୬ ୱିକେଟ ହରାଇ ୩୧୧ ରନ କରିଥିଲା । ବୁମରା ୩ ୱିକେଟ ହାସଲ କରିଥିଲେ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.