ପ୍ରମୂଖ ଖବର
  • ମୁନିଗୁଡ଼ା : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବାଲିପାଟଣା : କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ସହ କର୍ମଚାରୀ ଆହତ
  • ||
  • ଭୁବନେଶ୍ୱର : ଅଧିକ ଟଙ୍କା ଦେବା ପାଇଁ କରୁଥିଲେ ବାଧ୍ୟ, ୪ ଭଣ୍ଡ ବାବା ଅଟକ
  • ||
  • ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପୁରୀ ଜଗିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ଟିଟିଲାଗଡ଼ : ରେଳ ଧାରଣାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସାଲେପୁର : ଲଗାଣ ବର୍ଷା ଚାଷୀଙ୍କୁ ଦେଇଗଲା ଚିନ୍ତା, ପରିବା ଚାଷ ନଷ୍ଚ
  • ||
  • କଳାହାଣ୍ଡି : ଟ୍ରକ୍‌ ସହ ଧକ୍କା ହେଲା ଟ୍ରକ୍‌, ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ
  • ||
  • ବାଲେଶ୍ୱର : ଗୋରୁ ବୋଝେଇ କଣ୍ଟେନର ଜବତ: ୮ ଗୋରୁ ଉଦ୍ଧାର, ଦୁଇ ଅଟକ
  • ||

ଟେଷ୍ଟ ମ୍ୟାଚରେ ରୋହିତଙ୍କ ଫ୍ଲପ୍ ଶୋ, ୧୪ଟି ଇନିଂସରେ ମାତ୍ର ୧୫୫ରନ୍

Published By : Ankita S | December 27, 2024 3:39 PM

ନୂଆଦିଲ୍ଲୀ,୨୭/୧୨ : ରୋହିତ ଶର୍ମା ପ୍ଲିଜ ଅବସର ନିଅ । ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ କିଛି ଏମିତି କହିଛନ୍ତି କ୍ରିକେଟ ଫ୍ୟାନ୍ସ । ବର୍ଡର-ଗଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଲଗାତାର ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ରୋହିତ ଶର୍ମା । ହିଟମ୍ୟାନ ବୋଲାଉଥିବା ରୋହିତ ଶର୍ମାଙ୍କର ଟେଷ୍ଟ ମ୍ୟାଚରେ ଫ୍ଲପ୍ ଶୋ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଚାଲୁନି ହିଟମ୍ୟାନଙ୍କ ବ୍ୟାଟ । ଆଉଟ ଅଫ୍ ଫର୍ମରେ ରହିଛନ୍ତି ରୋହିତ । ଗତ ୧୪ଟି ଇନିଂସରେ ସେ ମାତ୍ର ୧୫୫ରନ କରିଛନ୍ତି । ସେଥିରେ ଗୋଟିଏ ଅର୍ଦ୍ଧଶତକ ଓ ଗୋଟିଏ ଶତକ ରହିଛି । ଆସନ୍ତୁ ଜାଣିବା ୧୪ଟି ଇନିଂସରେ ରୋହିତଙ୍କ ରନ୍ ।

ବର୍ଡର-ଗାଭାସ୍କର ଚତୁର୍ଥ ଟେଷ୍ଟ ମେଲବର୍ଣ୍ଣରେ ଖେଳାଯାଉଛି । ପ୍ରଥମ ଇନିଂସର ଦ୍ବିତୀୟ ଦିନ ବ୍ୟାଟିଂ କରିଥିଲା ଭାରତ । ଅଧିନାୟକ ରୋହିତ ଶର୍ମା ମାତ୍ର ୩ରନ କରି ପାଟ୍ କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଥିଲା । ରୋହିତ ଆଉଟ ହେବା ପରେ ପ୍ଲିଜ ଅବସର ନିଅ ବୋଲି ଚିତ୍କାର କରିଥିଲେ କ୍ରିକେଟ ଫ୍ୟାନ୍ସ । ଟେଷ୍ଟ ମ୍ୟାଚରେ ଚାଲୁନି ରୋହିତଙ୍କ ବ୍ୟାଟ ଲାଗୁଛି ଯେମିତି ତାଙ୍କ ବ୍ୟାଟରେ କଳଙ୍କି ଲାଗିଯାଇଛି । ଲଗାତାର ବିଫଳ ହୋଇଛନ୍ତି ରୋହିତ । ଗତ ୧୪ଟି ଇନିଂସରେ ସେ ମାତ୍ର ୧୫୫ରନ କରିଛନ୍ତି । ସେଥିରେ ଗୋଟିଏ ଶତକ ଓ ଅର୍ଦ୍ଧଶତକ ରହିଛି । ୧୧.୦୭ ଆଭରେଜ ସହ ୧୪ଟି ପାଳିରେ ମାତ୍ର ୧୫୫ରନ କରିଛନ୍ତି ରୋହିତ ।

ବର୍ଡର-ଗାଭାସ୍କର ୪ଟି ଟେଷ୍ଟରେ ରୋହିତ ମୋଟ ୨୨ ରନ କରିଛନ୍ତି । ରୋହିତ ଓ କମିନ୍ସଙ୍କ ମଧ୍ୟରେ ୧୩ ଥର ମୁହାଁମୁହିଁ ହୋଇଛନ୍ତି । ରୋହିତ ମୋଟ ୧୯୯ଟି ବଲ ଖେଳିଛନ୍ତି । ମାତ୍ର ୧୨୭ରନ କରିଛନ୍ତି । ୭ ଥର କମିନ୍ସଙ୍କ ବଲରେ ଆଉଟ ହୋଇଛନ୍ତି । ୨୦୨୪ ମାର୍ଚ୍ଚରେ ରୋହିତ ତାଙ୍କର ଶେଷ ଟେଷ୍ଟ ଶତକ ହାସଲ କରିଥିଲେ । ୧୦୩ ରନ କରିଥିଲେ । ଏହା ପରେ ୧୪ଟି ଟେଷ୍ଟ ଖେଳି ସେ ୧୫୫ରନ କରିଛନ୍ତି । ଅଧିନାୟକ ରୋହିତଙ୍କ ଏପରି ପ୍ରଦର୍ଶନ ଚିନ୍ତାଜନକ ହୋଇଛି ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.