ପ୍ରମୂଖ ଖବର
  • ମୁନିଗୁଡ଼ା : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବାଲିପାଟଣା : କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ସହ କର୍ମଚାରୀ ଆହତ
  • ||
  • ଭୁବନେଶ୍ୱର : ଅଧିକ ଟଙ୍କା ଦେବା ପାଇଁ କରୁଥିଲେ ବାଧ୍ୟ, ୪ ଭଣ୍ଡ ବାବା ଅଟକ
  • ||
  • ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପୁରୀ ଜଗିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ଟିଟିଲାଗଡ଼ : ରେଳ ଧାରଣାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସାଲେପୁର : ଲଗାଣ ବର୍ଷା ଚାଷୀଙ୍କୁ ଦେଇଗଲା ଚିନ୍ତା, ପରିବା ଚାଷ ନଷ୍ଚ
  • ||
  • କଳାହାଣ୍ଡି : ଟ୍ରକ୍‌ ସହ ଧକ୍କା ହେଲା ଟ୍ରକ୍‌, ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ
  • ||
  • ବାଲେଶ୍ୱର : ଗୋରୁ ବୋଝେଇ କଣ୍ଟେନର ଜବତ: ୮ ଗୋରୁ ଉଦ୍ଧାର, ଦୁଇ ଅଟକ
  • ||

ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର ! ଜାଣନ୍ତୁ କ’ଣ...

Published By : Prameya | December 26, 2024 10:28 PM

ନୂଆଦିଲ୍ଲୀ, ୨୬/୧୨ :  ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ପ୍ରକାଶ ଯେ, ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରାୟ ଏକ ବର୍ଷ ପରେ ଓ୍ବାନଡେ ଫର୍ମାଟରେ ଫେରୁଛନ୍ତି । ଏହାପୂର୍ବରୁ ଏହି ଫର୍ମାଟରେ ଭାରତ ଲାଗି ଶେଷ ଥର ଓ୍ବାନଡେ ବିଶ୍ବକପ ୨୦୨୩ରେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ । କିନ୍ତୁ ଏହାପରେ ସେ ଲଗାତର ଓ୍ବାନଡେ ଫର୍ମାଟରୁ ଦୂରେଇ ଥିଲେ । ମାତ୍ର ଟି-୨୦ ଫର୍ମାଟରେ ହାର୍ଦ୍ଦିକ ପାଣ୍ଡ୍ୟା ଖେଳୁଥିଲେ। କିନ୍ତୁ ଲମ୍ବା ସମୟ ପରେ ଓ୍ବାନଡେ ଫର୍ମାଟରେ ଫେରିବେ । ଏଭଳି କୁହାଯାଉଛି କି ବିଜୟ ହଜାରେ ଟ୍ରଫି ହାର୍ଦ୍ଦିକ ପାଣ୍ଡ୍ୟା ବରୋଦା ଲାଗି ଖେଳୁଥିବା ନଜର ଆସିପାରନ୍ତି । 

ମାତ୍ର ବିଜୟ ହଜାରେ ଟ୍ରଫି ପୂର୍ବରୁ ୩ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ କାରଣରୁ ବରୋଦା ଟିମର ଭାଗିଦାରୀ  ନ ଥିଲେ । କିନ୍ତୁ ବଙ୍ଗଳା ବିପକ୍ଷ ଆଗାମୀ ମ୍ୟାଚରେ ସେ ଖେଳୁଥିବା ନଜର ଆସିବେ । ବରୋଦା ଏବଂ ବଙ୍ଗଳାର ଟିମ୍ ୨୮ଡିସେମ୍ବରରେ ଖେଳିବେ । ଉଭୟ ଟିମ୍ ମଧ୍ୟରେ ମୁକାବିଲା ହାଇଦ୍ରାବାଦରେ ଖେଳାଯିବ । ଗତଦିନରେ ସାଉଥ ଆଫ୍ରିକା ବିପକ୍ଷ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ନଜର ଆସିଥିଲେ । ଏହାପରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ହାର୍ଦ୍ଦିକ ପାଣ୍ଡ୍ୟା ଜବରଦସ୍ତ ଫର୍ମରେ ଥିଲେ । ଏହି ଟୁର୍ଣ୍ଣାମେଣ୍ଟର ୭ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରାୟ ୧୯୪ର ଷ୍ଟ୍ରାଇକ ରେଟରେ ୨୪୬ରନ୍ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.