ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

କଂଗ୍ରେସ ପୋଷ୍ଟରରେ କାଶ୍ମୀରର ଅଧା ଭାଗ ଗାଏବ, ବିଜେପି କହିଲା "କଂଗ୍ରେସ ନୂଆ ମୁସଲିମ୍ ଲିଗ୍"

Published By : Prameya | December 26, 2024 1:25 PM

ନୂଆଦିଲ୍ଲୀ, ୨୬/୧୨ : କଂଗ୍ରେସ ପୋଷ୍ଟରରେ ଭାରତର ଅସମ୍ପୂର୍ଣ୍ଣ ମ୍ୟାପ୍। ପୋଷ୍ଟରରେ ନାହିଁ କାଶ୍ମୀରର ଅଧା ଭାଗ। କାଶ୍ମୀରକୁ ଦର୍ଶାଯାଇଛି ପାକିସ୍ତାନର ଅଂଶ। କଂଗ୍ରେସର ଏଭଳି ଏକ ପୋଷ୍ଟର ଏବେ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ରାଜନୀତି ଜୋର୍ ଧରିଛି। ଏହି ପୋଷ୍ଟରକୁ ନେଇ ବିଜେପି ଟାର୍ଗେଟ୍ କରିଛି। ବିଜେପି ଆଇଟି ସେଲ୍ ହେଡ୍ ଅମିତ ମାଲବୀୟ ଏହି ପୋଷ୍ଟରକୁ ଏକ୍ସରେ ପୋଷ୍ଟ କରିଛନ୍ତି। କଂଗ୍ରେସ ଦ୍ଵିତୀୟ ମୁସଲିମ୍ ଲିଗ୍ ବୋଲି ଲେଖିଛନ୍ତି। 

ସୂଚନାନୁଯାୟୀ, କର୍ଣ୍ଣାଟକର ବେଲଗାୱିରେ କଂଗ୍ରେସର ସିଡବ୍ଲୁସି ବୈଠକ ହେବ। ଏହା ପୂର୍ବରୁ ନେତାଙ୍କ ସ୍ଵାଗତ ପାଇଁ ସେଠାରେ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ଯାହାକୁ ନେଇ ଏବେ ବାଦ ବିବାଦ ଆରମ୍ଭ ହୋଇଛି। ପାର୍ଟି କାର୍ଯ୍ୟକର୍ତ୍ତା ବ୍ୟାନର ଏବଂ ଫ୍ଲେକ୍ସରେ ବିକୃତ ଭାରତ ମାନଚିତ୍ରକୁ  ଚିତ୍ରଣ କରିଛନ୍ତି। ବେଲଗାୱି ସହରର ପ୍ରବେଶ ଦ୍ଵାରରେ ଲାଗିଥିବା ଏହି ପୋଷ୍ଟରରେ ପିଓକେ ଏବଂ ଅକ୍ସାଇ ଚୀନ୍‌ ଗାଏବ ରହିଛି। ଏହି ପୋଷ୍ଟରକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିଛି। 

ବିଜେପି ଆଇଟି ସେଲ୍ ହେଡ୍ ଅମିତ ମାଲବୀୟ ଏନେଇ କହିଛନ୍ତି ଯେ, "କଂଗ୍ରେସ କାର୍ଯ୍ୟକ୍ରମରେ ଏଭଳି ହେବା କୌଣସି ନୂଆ କଥା ନୁହେଁ। ଏହା କଂଗ୍ରେସର ତୁଷ୍ଟିକରଣ ରାଜନୀତି। କଂଗ୍ରେସ ହେଉଛି ଦ୍ଵିତୀୟ ମୁସଲିମ୍ ଲିଗ୍ ଏବଂ ସେ ଭାରତକୁ ପୁଣି ଥରେ ବିଭାଜନ କରିବାକୁ ଚାହୁଁଛି।" ସେହିପରି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମଇ ଏହି କାର୍ଯ୍ୟକ୍ରମକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, "ଏହା ଜନ ବିରୋଧୀ କଂଗ୍ରେସ, ରାଷ୍ଟ୍ର ବିରୋଧୀ କଂଗ୍ରେସ। ଏମାନଙ୍କର ଉତ୍ସବ ପାଳିବାର କୌଣସି ନୈତିକ ଅଧିକାର ନାହିଁ।"



  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.