ପ୍ରମୂଖ ଖବର
  • ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ, ନଷ୍ଟ କରିଦେଲେ ଧାନଗଦା ଏବଂ ବଗିଚା
  • ||
  • ଭୂଆସୁଣୀ ଲ୍ୟାମ୍ପ୍ସରେ ଧାନ ମଣ୍ଡିର ଶୁଭ ଉଦ୍‌ଘାଟନ କଲେ ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ଭୁବନେଶ୍ୱର : ମନମୋହନ ସିଂହଙ୍କ ଦେହାନ୍ତ ପାଇଁ ପଥୋତ୍ସବ ବାତିଲ୍‌, ବିଏମ୍‌ସି ବୈଠକରେ ନୀରବ ପ୍ରାର୍ଥନା
  • ||
  • ଉଦଳା : ଚଢ଼ାଉ ବେଳେ କପ୍ତିପଦା ଥାନା ଆଇଆଇସିଙ୍କୁ ଆକ୍ରମଣ ଘଟଣା, ୪ ମହିଳା ଗିରଫ
  • ||
  • ଉଦଳା : ୪ ମନ୍ଦିରରୁ ସିରିଜ ଚୋରି, ଠାକୁରଙ୍କ ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବ୍ରହ୍ମପୁର : ସଟ୍‌ ସର୍କିଟରୁ ଇଭି ଗାଡି ଶୋ’ରୁମ୍‌ରେ ଅଗ୍ନିକାଣ୍ଡ, କ୍ଷୟକ୍ଷତି ବିକ୍ଷୟରେ ମିଳିନି ସୂଚନା
  • ||
  • ଗଜପତି : ସପୁରି ଚାଷୀଙ୍କ ପାଇଁ ଖୁସି ଖବର, ଆସନ୍ତା ବର୍ଷ ଦୁବାଇ ଯିବ ଗଜପତି ସପୁରି
  • ||
  • କଳାହାଣ୍ଡି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ
  • ||
  • ସାଲେପୁର : ୨୦ ଲିଟରରୁ ଉର୍ଦ୍ଧ୍ୱ ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କଣାସ : ପାଣିରେ ବୁଡ଼ିଛି ଶହ ଶହ ଏକର ଚିନା ବାଦାମ ଚାଷ, ସରକାରୀ କ୍ଷତିପୂରଣ ହିଁ ଚାଷୀର ଶେଷ ଭରଷା
  • ||
  • ଛତ୍ରପୁର : ନଷ୍ଟ ହୋଇଗଲା ସୁନାର ଫସଲ, ଗଜା ଧାନକୁ ଅମଳ କରିଲା ଚାଷୀ
  • ||

ମଧ୍ୟବିତ୍ତଙ୍କ ଉପରେ ହୋଇପାରେ ସରକାରଙ୍କ ଦୟା, କମିପାରେ ଆୟକର ବୋଝ...!

Published By : Bijay Swain | December 26, 2024 9:48 PM

Image Courtesy: Indiatoday

ନୂଆଦିଲ୍ଲୀ: ନିଜ ଟିକସ ବ୍ୟବସ୍ଥା ପାଇଁ ହରଡ ଘଣାରେ ସରକାର। ସାମାଜିକ ଗଣମାଧ୍ୟମ ଠୁ ନେଇ ସର୍ବସାଧାରଣରେ ଏହି ଟିକସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବାରୁ ଅକଳରେ ଦେଶର ଶାସକ ଦଳ। ଏହାକୁ ନେଇ ଚାରିଆଡୁ ଟ୍ରୋଲ ହେବା ଏବେ ସରକାରଙ୍କ କରୁଣା ଦୃଷ୍ଟି ମଧ୍ୟବିତଙ୍କ ଉପରେ ପଡ଼ିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ବର୍ଷକୁ ୧୦ ଲକ୍ଷ ୫୦ ହଜାର ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ କେନ୍ଦ୍ର ସରକାର ଆୟକର କୋହଳ କରିପାରନ୍ତି ବୋଲି ଏକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

ମଧ୍ୟବିତ୍ତଙ୍କ ଉପରେ ପଡ଼ୁଥିବା ଆୟକର ଚାପକୁ ନେଇ ନିକଟରେ କେନ୍ଦ୍ର ସରକାର ଅନେକ ସମାଲୋଚିତ ହୋଇଛନ୍ତି। ସେପଟେ ଜୀବନ ଧାରଣ ମୂଲ୍ୟ ବଢ଼ି ଚାଲୁଥିବା ବେଳେ ମନ୍ଥର ଗତୀରେ ବଢୁଥିବା ଅର୍ଥନୀତି ସରକାରଙ୍କୁ ଚିନ୍ତାର ପକାଇଛି। ତେଣୁ ଖର୍ଚ୍ଚ(କଞ୍ଜପସନ) ବଢ଼ାଇକୁ କେନ୍ଦ୍ର ସରକାର ଟ୍ୟାକ୍ସ କୋହଳ କରିବାକୁ ଚିନ୍ତା କରୁଛନ୍ତି ବୋଲି ଖବର ମିଳିଛି।

ଏକ ବିଶେଷ ସୂତ୍ରରୁ ଖବର ପାଇ ଅନ୍ତର୍ଜାତୀୟ ଗଣମାଧ୍ୟମ ରୟଟର୍ସ ଏନେଇ ଖବର ପ୍ରକାଶ କରିଛି। ରିପୋର୍ଟରେ କୁହାଯାଇଛି ଯେ ୨୦୨୫ ଫେବ୍ରୁଆରୀ ୧ ବଜେଟ୍ ସେସନ୍‌ରେ ଏହା ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି। ଖର୍ଚ୍ଚ ବଢ଼ାଇବା ସହିତ ଜୀବନ ଧାରଣ ମୂଲ୍ୟ ବୃଦ୍ଧିକୁ ହ୍ରାସ କରିବାକୁ ସରକାର ଏହି ନିଷ୍ପତ୍ତି ନେବେ। ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ବହୁତ ଲୋକ ଉପକୃତ ହେବେ। ବିଶେଷ କରି ସହରାଞ୍ଚଳରେ ଅତ୍ୟଧିକ ଖର୍ଚ୍ଚ ସହ ସଂଗ୍ରାମ କରୁଥିବା ଲୋକଙ୍କୁ ଏଥିରୁ ତ୍ରାହି ମିଳିବ।  

୨୦୨୦ରେ ଜାରି ହୋଇଥିବା ନିୟମ ଅନୁସାରେ, ବର୍ତ୍ତମାନର ସରକାର ୩ ଲକ୍ଷରୁ ୧୦.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ଉପରେ ୫% ରୁ ୨୦% ମଧ୍ୟରେ ଟିକସ ଲଗାଉଛନ୍ତି। ସେହିପରି ବାର୍ଷିକ ୧୦.୫ ଲକ୍ଷରୁ ଅଧିକ ଆୟରେ ୩୦% ଟିକସ ଲଗାଯାଉଛି। ତେବେ କେତେ ଆୟକର କାଟ କରାଯିବ ସେ ନେଇ କୌଣସି ସୂଚନା ମିଳି ନାହିଁ। ବଜେଟ ସେସନରେ ତାହା ସ୍ଥିର ହେବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.