ପ୍ରମୂଖ ଖବର
  • ବ୍ରହ୍ମପୁର : ସଟ୍‌ ସର୍କିଟରୁ ଇଭି ଗାଡି ଶୋ’ରୁମ୍‌ରେ ଅଗ୍ନିକାଣ୍ଡ, କ୍ଷୟକ୍ଷତି ବିକ୍ଷୟରେ ମିଳିନି ସୂଚନା
  • ||
  • ଗଜପତି : ସପୁରି ଚାଷୀଙ୍କ ପାଇଁ ଖୁସି ଖବର, ଆସନ୍ତା ବର୍ଷ ଦୁବାଇ ଯିବ ଗଜପତି ସପୁରି
  • ||
  • କଳାହାଣ୍ଡି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ
  • ||
  • ସାଲେପୁର : ୨୦ ଲିଟରରୁ ଉର୍ଦ୍ଧ୍ୱ ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କଣାସ : ପାଣିରେ ବୁଡ଼ିଛି ଶହ ଶହ ଏକର ଚିନା ବାଦାମ ଚାଷ, ସରକାରୀ କ୍ଷତିପୂରଣ ହିଁ ଚାଷୀର ଶେଷ ଭରଷା
  • ||
  • ଛତ୍ରପୁର : ନଷ୍ଟ ହୋଇଗଲା ସୁନାର ଫସଲ, ଗଜା ଧାନକୁ ଅମଳ କରିଲା ଚାଷୀ
  • ||

CWC ଅଧିବେଶନରେ ଲାଗିଲା ଭାରତର ଭୁଲ ମାନଚିତ୍ର,ପିଓକେ ଗାଏବ

Published By : Prameya | December 26, 2024 7:33 PM

ନୂଆଦିଲ୍ଲୀ,୨୬।୧୨: କର୍ଣ୍ଣାଟକର ବେଲଗାଭିରେ କଂଗ୍ରେସ ଓ୍ବାର୍କିଂ କମିଟି(ସିଡବ୍ଲୁସି) ବୈଠକ ହେବାକୁ ଯାଉଛି। ଏହା ପୂର୍ବରୁ ସେଠାର ନେତାଙ୍କ ସ୍ବାଗତରେ ପୋଷ୍ଟ ଓ ବ୍ୟାନ୍ ଲଗାଯାଇଛି, ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ। ଅଭିଯୋଗ ରହିଛି ଯେ, ପାର୍ଟିର କର୍ମୀମାନେ ବ୍ୟାନର ଓ ଫ୍ଲେକ୍ସରେ ଭାରତର ମାନଚିତ୍ରକୁ ବିକୃତ ଭାବରେ ପ୍ରସ୍ତୁତ କରିଛି। ବେଲଗାଭି ସହରର ପ୍ରବେଶ ପ୍ରଥରେ ଲଗାଯାଇଥିବା ଏହି ବ୍ୟାନରରେ ଭାରତର ମାନଚିତ୍ର ରହିଛି। ସେଥିରେ ପାକ୍ ଅଧିକୃତ କାଶ୍ମୀର (ପିଓକେ) ଓ ଅକ୍ସାଇ ଚୀନ୍‌ର କ୍ଷେତ୍ରକୁ ଗାଏବ୍ କରି ଦିଆଯାଇଛି। ବିଜେପି ଏହି ମାମଲାରେ କଡା ଜବାବ୍ ଦେଇଛି ଓ କଂଗ୍ରେସକୁ ନୂତନ ମୁସଲିମ୍ ଲିଗ୍‌ ଘୋଷଣା କରିଛି। 

ଉଲ୍ଲେଖନୀୟ ଯେ, ସିଡ୍ଲୁସି ୨୬ ଓ ୨୭ ଡିସେମ୍ବରରେ ବେଲଗାଭିରେ ବୈଠକ ହେବାକୁ ଯାଉଛି। କଂଗ୍ରେସ ପାର୍ଟି ଚଳିତ ବର୍ଷ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ ଅଧିବେଶନର ଶତାବ୍ଦୀ ବର୍ଷ ଭାବରେ ମନେକରାଯାଏ। ଏହାର ସ୍ଥାପନା ୧୯୨୪ରେ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କ ସହ ଦଳର ସବୁ ବଡ଼ ନେତା ଯୋଗ ଦେଇପାରନ୍ତି।

ବିଜେପି ପକ୍ଷରୁ କଂଗ୍ରେସ ଉପରେ ଭାରତର ମାନଚିତ୍ରକୁ ବିକୃତ କରିବାର ଅଭିଯୋଗ ରହିଛି। ବିଜେପିର ପୂର୍ବତନ ବିଧାୟକ ସଞ୍ଜୟ ପାଟିଲ କହିଛନ୍ତି, ଏହା କଂଗ୍ରେସର ବାସ୍ତବିକ ମାନସିକତା ଦର୍ଶାଉଛି। ସେ କହିଛନ୍ତି, ଏହି କାରଣରୁ କଂଗ୍ରେସ ଧାରା ୩୭୦କୁ ହଟାଇବାର ସମର୍ଥନ କରିନି।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.