ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

୨୮ ବର୍ଷରେ ପାଦ ଥାପିଛି ବିଜୁ ଜନତା ଦଳ, ପ୍ରତିଷ୍ଠା ଦିବସରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବାକୁ ଶପଥ ନେବେ ଦଳୀୟ ନେତା ଓ କର୍ମୀ

Published By : Prameya | December 26, 2024 8:56 AM

ଭୁବନେଶ୍ବର, ୨୬/୧୨ : ୨୭ ବର୍ଷ ପୂରଣ କରି ୨୮ ବର୍ଷରେ ପାଦ ଥାପିଛି ବିଜୁ ଜନତା ଦଳ। ଆଜି ୨୮ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି ବିଜେଡି। ଏଥିପାଇଁ ଶଙ୍ଖ ଭବନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସକାଳ ୧୧ଟାରେ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବେ।  ଶଙ୍ଖ ଭବନ ସହ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏହି ପ୍ରତିଷ୍ଠା ଦିବସ ଅବସରରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରି ଆହୁରି ଲୋକଙ୍କ ପାଇଁ ସମର୍ପିତ ହେବାକୁ ଶପଥ ନେବେ ଦଳୀୟ ନେତା ଓ କର୍ମୀ ।   

ଆଜି ବିଜେଡି ପାଳିବ ୨୮ତମ ପ୍ରତିଷ୍ଠା ଦିବସ । ପ୍ରଥମ ପ୍ରତିଷ୍ଠା ଦିବସରୁ ଏଯାବତ୍‌ ୨୭ ବର୍ଷର ଲମ୍ବା ରାଜନୈତିକ ଯାତ୍ରା ଭିତରେ ସବୁଠାରୁ ବଡ଼ ଆହ୍ୱାନର ସାମ୍ନା କରୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ତାଙ୍କ ଆଗରେ ଏବେ ବଡ଼ ଆହ୍ୱାନ-କେମିତି ଦଳକୁ ସଂଗଠିତ କରି ପୁଣି ଥରେ ଛିଡ଼ା କରିବେ? କର୍ମୀ, ନେତାଙ୍କ ଭିତରେ କିଭଳି ଫେରାଇ ଆଣିବେ ଆତ୍ମବିଶ୍ୱାସ? ବିଜେଡିକୁ ନେଇ ଯେଉଁ ଅନିଶ୍ଚିତତା ଓ ଆଶଙ୍କା ନେତା, କର୍ମୀଙ୍କ ଭିତରେ ପଶିଗଲାଣି, କେମିତି ତାହାକୁ ଦୂର କରିବେ?  ପ୍ରତିଷ୍ଠା ଦିବସରେ ଏଥର କୌଣସି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ କରିବ ନାହିଁ ବିଜେଡି । ପ୍ରତି ନିର୍ବାଚନମଣ୍ଡଳୀ ସ୍ତରରେ ସଭା/ସମିତି ହେବ । ହେଲେ ଟିକଟକୁ ନେଇ ନିର୍ବାଚନ ପୂର୍ବରୁ ବିଜେଡିରେ ଯେଉଁଭଳି ଟଣାଓଟରା ସ୍ଥିତି ଦେଖିବାକୁ ମିଳିଥିଲା, ପ୍ରତିଷ୍ଠା ଦିବସ ଆୟୋଜନରେ ତା’ର ପ୍ରଭାବ ପଡ଼ିପାରେ । ଏମିତିକି ଗୋଟିଏ ଗୋଷ୍ଠୀ ଆୟୋଜନର ମଙ୍ଗ ଧରିଲେ, ଆଉ କିଛି ଗୋଷ୍ଠୀ ଏଥିରୁ ଦୂରେଇ ଯାଇପାରନ୍ତି । ସଙ୍କଟ ସମୟରେ ଦଳକୁ ଏକାଠି ରଖିବାକୁ ନବୀନ ଅଣ୍ଟା ଭିଡ଼ିଛନ୍ତି । 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.