ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଜାପାନ ଏୟାରଲାଇନ୍ସ ଉପରେ ସାଇବର ଆଟାକ୍, ଟିକେଟ୍ ବିକ୍ରି ଉପରେ ରୋକ୍

Published By : Prameya | December 26, 2024 11:36 AM

ଟୋକିଓ, ୨୬।୧୨: ଜାପାନ ଏୟାରଲାଇନ୍ସ ଉପରେ ସାଇବର ଆଟାକ୍ । ଏଭଳି ହମଲା ପରେ ଟିକେଟ୍ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛି ଜାପାନ ଏୟାରଲାଇନ୍ସ । ସାଇବର ଆଟାକ ଯୋଗୁଁ କିଛି ଘରୋଇ ଓ ଅନ୍ତରାଷ୍ଟ୍ରୀୟ ଫ୍ଲାଇଟ୍‌ରେ ବିଳମ୍ୱ ହେବା ନେଇ ଗୁରୁବାର ଜାପାନ ଏୟାରଲାଇନ୍ସ ସୂଚନା ଦେଇଛି । ଏହି ସାଇବର ଆଟାକ ଗୁରୁବାର ସକାଳ ୭ଟା ପରେ ହୋଇଥିବା ବେଳେ ଏହା ପ୍ରଭାବରେ ଜାପାନ ଏୟାରଲାଇନ୍ସ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । 

କହିରଖୁ କି, ଏୟାରଲାଇନ୍ସ ଉପରେ ସାଇବର ଆଟାକ ପରେ ଘରୋଇ ଏବଂ ଅନ୍ତର୍ଜାତିକ ବିମାନ ଯାତ୍ରା ଟିକେଟ୍ ବୁକିଂକୁ ବନ୍ଦ କରିଦିଆଯାଇଛି । ବିମାନ ବାତିଲ୍ କିମ୍ବା ସମୟ ସାରଣୀ ପରିବର୍ତ୍ତନ ନେଇ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ମିଳିନାହିଁ । ତେବେ ଜାପାନ ଏୟାରଲାଇନ୍ସ ଉପରେ ସାଇବର ଆଟାକ ପରେ ଆଗୁଆ ସତର୍କ ହୋଇ ଆମେରିକାନ୍ ଏୟାରଲାଇନ୍ସ ୧ ଘଣ୍ଟା ପାଇଁ ସମସ୍ତ ଉଡ଼ାଣକୁ ବନ୍ଦ କରିଦେଇଥିଲା । ଯାହା ଫଳରେ ହଜାର ହଜାର ଯାତ୍ରୀ ପ୍ରଭାବିତ ହୋଇଥିଲେ । ଜାପାନ ଏୟାରଲାଇନ୍ସ ଉପରେ ଏଭଳି ସାଇବର ଆଟାକ ପ୍ରଥମ ଥର ନୁହଁ । ଏହା ପୂର୍ବରୁ ୨୦୨୨ରେ ରେନସମୱେର ଅପରେଟର ଡାଇକ୍ସିନ ଟିମ୍‌ ଏୟାର ଏସିଆ ଉପରେ ୫୦ ଲକ୍ଷ ଯାତ୍ରୀଙ୍କ ତଥ୍ୟ ଚୋରି କରିଥିବା ଦାବି କରିଥିଲା । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.