ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

କ୍ୟାନସରକୁ ବିନାଶ କରିବ ଚମତ୍କାର ଟେକ୍‌ନିକ୍, ବିନା ଅସ୍ତ୍ରୋପଚାରରେ ଭଲ ହେବ କର୍କଟ

Published By : Prameya | December 26, 2024 2:53 PM

ନୂଆଦିଲ୍ଲୀ, ୨୬।୧୨: ଏବେ କ୍ୟାନସର ପାଇଁ ଦୂର ହେଲା ଚିନ୍ତା । ବୈଜ୍ଞାନିକମାନେ ଆବିଷ୍କାର କଲେ ଚମତ୍କାର ଟେକନିକ୍ । ଯାହା କ୍ୟାନସରକୁ ୯୯% ଶେଷ କରିଦେବାରେ ସକ୍ଷମ ହେବ । କ୍ୟାନସର ଭଳି ମାରାତ୍ମକ ରୋଗକୁ ମାତ୍ ଦେବାକୁ ପ୍ରସ୍ତୁତ ଆମେରିକାର ୩ ବଡ଼ ବଡ଼ ୟୁନିଭର୍ସିଟିର ଏକ ସ୍ୱତନ୍ତ୍ର ବୈଜ୍ଞାନିକ ଟିମ୍ । ସବୁଠୁ ବଡ଼ କଥା ଅସ୍ତ୍ରୋପଚାର ବିନା ହାଡ଼ ଏବଂ ଅଙ୍ଗରେ ଥିବା କର୍କଟକୁ ଭଲ କରିବାରେ ହେବ ସଫଳ । 

କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର ! ସବୁଠାରୁ ଚିନ୍ତାଜନକ ରୋଗ କର୍କଟକୁ ନେଇ ଏକ ବଡ଼ ସଫଳତା ହାସଲ କରିଛନ୍ତି ବୈଜ୍ଞାନିକ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, କର୍କଟ କୋଷଗୁଡ଼ିକୁ ୯୯% ଦୂର କରିବାରେ ବୈଜ୍ଞାନିକମାନେ ଏକ ଚମତ୍କାର ଟେକନିକ୍ ଆବିଷ୍କୃତ ହୋଇଛି । ଆମେରିକାର ରାଇସ୍ ୟୁନିଭରସିଟି, ଟେକ୍ସାସ୍ ଏଣ୍ଡ ଏମ୍ ୟୁନିଭରସିଟି ଏବଂ ଟେକ୍ସାସ୍ ୟୁନିଭରସିଟିର ବୈଜ୍ଞାନିକମାନଙ୍କ ଏକ ଟିମ୍ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି । ନେଚର କେମେଷ୍ଟ୍ରି ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, କର୍କଟ କୋଷଗୁଡ଼ିକୁ ନଷ୍ଟ କରିବା ପାଇଁ ବୈଜ୍ଞାନିକମାନେ ‘ନିୟର ଇନଫ୍ରାଡ୍ ଲାଇଟ୍’ ବ୍ୟବହାର କରିଥିଲେ । ଯେଉଁଥିରେ ଆମିନୋସିୟାନାଇନ୍ ନାମକ ଏକ ଅଣୁ ବ୍ୟବହାର କରାଯାଇଥିଲା, ଯାହା କର୍କଟ କୋଷଗୁଡ଼ିକୁ ଭାଙ୍ଗିବାରେ ସକ୍ଷମ । ସେହିଭଳି ରାଇସ୍ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନୀ ଜେମ୍ସ ଟୁର୍ ଏହାକୁ ଏକ ମଲିକୁଲାର ଜ୍ୟାକହାମର ବୋଲି କହିଥିଲେ, ଯାହା ପୂର୍ବ କର୍କଟ ରୋଗ ନଷ୍ଟ କରୁଥିବା ଅଣୁଠାରୁ ଲକ୍ଷ ଲକ୍ଷ ଗୁଣ ଅଧିକ ଦ୍ରୁତ । ଏହା ହେଉଛି ନୂଆ ପିଢ଼ିର ମଲିକୁଲାର ମେସିନ୍, ଯାହା କର୍କଟ କୋଷକୁ ନଷ୍ଟ କରିପାରେ । ଏଗୁଡ଼ିକ ଇନଫ୍ରାଡ୍ ଆଲୋକ ଦ୍ୱାରା ସକ୍ରିୟ ହୋଇପାରିବ, ଯାହା ଶରୀରର ଗଭୀରକୁ ଯାଇପାରେ ।

ଆମିନୋକିଆନାଇନ୍ ଅଣୁଗୁଡ଼ିକ ନିକଟ ଇନଫ୍ରାଡ୍ ଲାଇ ସଂସ୍ପର୍ଶରେ ଆସିବା ପରେ କମ୍ପିବା ଆରମ୍ଭ କରନ୍ତି । ଏହି କମ୍ପନ କର୍କଟ କୋଷଗୁଡ଼ିକର ଜାଲିକୁ ଭାଙ୍ଗି ସଂପୂର୍ଣ୍ଣ ରୂପେ ନଷ୍ଟ କରିଦିଏ । ଏହି ଟେକନିକର ସବୁଠାରୁ ବଡ଼ କଥା ହେଉଛି ଏହା ଶରୀରର ଗଭୀରତାରେ ଅର୍ଥାତ୍ ଅସ୍ତ୍ରୋପଚାର ବିନା ହାଡ଼ ଏବଂ ଅଙ୍ଗରେ ଥିବା କର୍କଟକୁ ଭଲ କରିପାରେ । ଅନୁସନ୍ଧାନକାରୀମାନେ ଏହି ଟେକନିକ୍‌କୁ ଲ୍ୟାବ୍-ବୃଦ୍ଧି କର୍କଟ କୋଷ ଉପରେ ଚେଷ୍ଟା କରିଥିଲେ । ଯାହା ପରେ ଏଥିରେ ୯୯% ସଫଳତା ହାସଲ କରିଥିଲେ । ଏହା ବ୍ୟତୀତ ବୈଜ୍ଞାନିକମାନେ ଏହି ଟେକ୍ନୋଲୋଜିକୁ ମୂଷା ଉପରେ ମଧ୍ୟ ପରୀକ୍ଷା କରିଥିଲେ, ଯେଉଁଥିରେ ଅଧା ମୂଷା ସଂପୂର୍ଣ୍ଣ କର୍କଟମୁକ୍ତ ହୋଇଗଲେ । କର୍କଟ କୋଷଗୁଡ଼ିକୁ ନଷ୍ଟ କରିବା ପାଇଁ ମଲିକୁଲାର ସ୍କେଲରେ ଯାନ୍ତ୍ରିକ ଶକ୍ତି ପ୍ରଥମ ଥର ପାଇଁ ବ୍ୟବହୃତ ହୋଇଥିବା ରାଇସ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ସିସେରନ୍ ଆୟାଲା ଓରୋଜକୋ କହିଛନ୍ତି । ଏହି ଟେକ୍ନୋଲୋଜି ଆଗକୁ କର୍କଟ ରୋଗକୁ ସମୂଳେ ନାଶ କରିବ ବୋଲି ବୈଜ୍ଞାନିକଙ୍କ ଆଶା । 

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.