ପ୍ରୟାଗରାଜ : ମହାକୁମ୍ଭ ମେଳାରେ ପୁଣି ଥରେ ନିଆଁ ଲାଗିଛି। ଅଗ୍ନିକାଣ୍ଡର ଖବର ପହଞ୍ଚିବା ପରେ ପୁଲିସ-ପ୍ରଶାସନରେ ଛନକା ପଶି ଯାଇଛି। ଅଗ୍ନିକାଣ୍ଡ ମହାକୁମ୍ଭ ସ୍ଥିତ ଲବକୁଶ ଧାମର କ୍ୟାମ୍ପରେ ଲାଗିଥିବା କଥା କୁହାଯାଉଛି। ନିଆଁରେ ଅନେକ ପେଣ୍ଡାଲ ଜଳି ଯିବାର ମଧ୍ୟ ସୂଚନା ରହିଛି। ନିଆଁ ଲାଗିବାର ଖବର ପାଇବା ପରେ ଅଗ୍ନିଶମ ବାହିନୀର ଅନେକ ଗାଡ଼ି ଘଟଣା ସ୍ଥଳକୁ ଯାଇଛି। ହେଲେ ଅଗ୍ନିକାଣ୍ଡରେ କୌଣସି ହତାହତ ହେବାର ଖବର ଆସିନାହିଁ। ନିଆଁ କେମିତି ଲାଗିଲା ଏହା ବିଷୟରେ ଜଣା ପଡ଼ି ନାହିଁ।
କହି ରଖୁଛୁ କି , ଏହା ୩ୟ ଥର ଏମିତି ହୋଇଛି, ଯେବେ କି ମହାକୁମ୍ଭରେ ନିଆଁ ଲାଗିଛି। ଏହା ପୂର୍ବରୁ ୯ ଫେବ୍ରୁଆରୀ ରାତିରେ ସେକ୍ଟର -୨୩ ରେ ନିଆଁ ଲାଗି ଥିଲା। ଘଟଣାର ସୂଚନା ମିଳିବା ପରେ ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀମାନେ ନିଆଁକୁ କାବୁ କରି ପାରି ଥିଲେ। ନିଆଁ ଲାଗିବାର କାରଣ ଗ୍ୟାସ୍ ସିସିଣ୍ଡରର ଲିକ୍ ଥିବା କୁହାଯାଇ ଥିଲା।
ମହାକୁମ୍ଭ ଆରମ୍ଭ ହେବା ସହ ଏଠାରେ ଅନେକ ଥର ନିଆଁ ଲାଗି ସାରିଛି। ୩୦ ଜାନୁଆରୀରେ ମଧ୍ୟ ମହାକୁମ୍ଭରେ ନିଆଁ ଲାଗି ଯାଇ ଥିଲା। ଏହି ଘଟଣାରେ ଏକ ଡର୍ଜନରୁ ଅଧିକ ଟେଣ୍ଟ ଜଳି ଥିଲା। ନିଆଁ ଛତନାଗ ଘାଟ ନାଗେଶ୍ୱର ଘାଟ ସେକ୍ଟର ୨୨ର ପାଖରେ ଟେଣ୍ଟ ସିଟିରେ ଲାଗିଥିଲା।
ପ୍ରାଇଭେଟ୍ କମ୍ପାନୀ ପକ୍ଷରୁ ଲାଗିଥିବା ବୈଦିକ ଟେଣ୍ଟ ସିଟିରେ ନିଆଁ ଲାଗି ଥିଲା। ଚିଫ୍ ଫାୟର ଅଫିସର ପ୍ରମୋଦ କୁମାର ଶର୍ମା କହିଥିଲେ କି ନିଆଁର ସୂଚନା ମିଳିବା ପରେ ତୁରନ୍ତ ଅନେକ ଦମକଳର ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁ ଉପରେ କାବୁ କରିଥିଲେ। ଏହା ପୂର୍ବରୁ ୧୯ ଜାନୁଆରୀରେ ଗୋରଖପୁରର ଗୀତା ପ୍ରେସର ଶିବିରରେ ନିଆଁ ଲାଗି ଥିଲା। ଦେଢ ଶହ ଅଧିକ କର୍ଟେଜ୍ ଜଳି ପାଉଁଶ ହୋଇ ଯାଇ ଥିଲା। ଗୀତା ପ୍ରେସର ଶିବିର ଶାସ୍ତ୍ରୀ ବ୍ରିଜ୍ ନିକଟ ସେକ୍ଟର -୧୯ରେ ଲାଗିଥିଲା। ପ୍ରଶାସନ ଛୋଟ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କାରଣ କହିଥିଲା। ହେଲେ ଗୀତା ପ୍ରେସ୍ ବାହାରର ନିଆଁକୁ ଅଗ୍ନିକାଣ୍ଡର କାରଣ ଦର୍ଶାଇ ଥିଲା।