ଖଲ୍ଲିକୋଟ ୨୮/୦୬ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସର୍ଟ ସର୍କିଟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ଅଗ୍ନିକାଣ୍ଡ ପରେ ସମ୍ପୂର୍ଣ୍ଣ ମେଡିକାଲ ଅନ୍ଧାରରେ ଥିବା ବେଳେ ସେହି ଅନ୍ଧାରରେ ହିଁ ରୋଗୀ ଚିକିତ୍ସା ଚାଲିଥିବା ଦେଖିବାକୁ ମିଳିଛି । ଆଜି ମଧ୍ୟାହ୍ନ ସାଢ଼େ ୧୨ ଟା ସମୟରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭିତରେ ଥିବା ବିଦ୍ୟୁତ ମିଟରରେ ହଠାତ ନିଆଁ ଲାଗି ଯାଇଥିଲା । ଯାହା ଫଳରେ ମେଡ଼ିକାଲ ଭିତରେ ପ୍ରବଳ ଧୁଆଁ ଦେଖି ରୋଗୀ ଭୟଭୀତ ହୋଇ ବାହାରକୁ ଦୌଡ଼ି ଥିଲେ । ଖବର ପାଇ ତୁରନ୍ତ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ମେଡ଼ିକାଲରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ସେପଟେ ପୁରା ମେଡ଼ିକାଲ ପରିସରରେ ବିଦ୍ୟୁତ୍ ବିଛିନ୍ନ କରାଯାଇଥିବା ବେଳେ ଅନ୍ଧାରରେ ରୋଗୀ ଚିକିତ୍ସା ଚାଲିଥିବା ଦେଖିବାକୁ ମିଳିଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ମେଡ଼ିକାଲର ରୂପାନ୍ତର କରଣ କାର୍ଯ୍ୟ କରାଯାଇଥିବା ବେଳେ ଏଭଳି ଘଟଣା ଘଟିବା ପରେ ସାଧାରଣରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଠି କରିଛି ।
![iran](https://odia.prameya.com/prameya/document/compress/2/comp_2_134_1719723910432.webp)
ଇରାନ ରାଷ୍ଟ୍ରପତି ନିର୍ବାଚନ: ମିଳିଲାନି ବହୁମତ, ଜୁଲା...