ପ୍ରମୂଖ ଖବର
  • ଚାଉଁରପୁର ଦ୍ବିତୀୟ ସେତୁରେ ଚପଲ ରଖି ଡେଇଁପଡିଲେ ମହିଳା, ଆତ୍ମହତ୍ୟାର କାରଣ ଅସ୍ପଷ୍ଟ
  • ||
  • IPLରେ ତମାଖୁ ବିଜ୍ଞାପନ ପ୍ରସାରଣ ମନା, ଚିଠି ଲେଖିଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ
  • ||
  • ବଜ୍ରକବାଟି ଛକ ନିକଟରେ ସିରିଜ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ
  • ||
  • ବ୍ରହ୍ମପୁରର ଅଧିଷ୍ଠାତ୍ରୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୨ ମଧ୍ୟରାତ୍ରରେ ଶୁଭଖୁଣ୍ଟି ସ୍ଥାପନ ହେବ
  • ||
  • ମଦ ଦୁର୍ନୀତିରେ ଇଡି ଆକ୍ସନ; ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଘରେ ରେଡ୍
  • ||
  • ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ସ୍ଵାମୀ ସହ ମିଶି ପ୍ରେମିକା ରଚିଥିଲା ହତ୍ୟାକାଣ୍ଡ
  • ||
  • ସୋମବାରଠୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ, ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ମାର୍କ କାନି ହେବେ କାନାଡ଼ା ନୂଆ ପ୍ରଧାନମନ୍ତ୍ରୀ, ୮୬ ପ୍ରତିଶତ ଭୋଟ ପାଇ ଲିବେରାଲ୍ ପାର୍ଟିର ନେତା ନିର୍ବାଚିତ
  • ||
  • ରାଜ୍ୟରେ ଉପରମୁହାଁ ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ବଢ଼ିବ: ସବୁ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସ୍‌ଆରସି
  • ||

ଟ୍ରାକ୍ଟରରୁ ପଡି ମହିଳା ଶ୍ରମିକ ମୃତ

Published By : Prameya | March 10, 2025 7:37 PM

ଝରିଗାଁ, ୧୦।୩ :  ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଅଧୀନ ଦାବିରି ଗୁଡ଼ା ବରଗଛ ନିକଟ ଚାରିଛକ ଠାରେ ଟ୍ରାକ୍ଟରରୁ ପଡି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ବାଣୁଆ ଗୁଡ଼ା ପଞ୍ଚାୟତର   ଗୋମୀ ଓଡା ଗ୍ରାମର  ଘୋମା ଗୌଡ଼ (୪୫)।

ଗୋମିଓଡ଼ା ଗ୍ରାମର ପ୍ରାୟ ୧୫ ଜଣ ମହିଳା ଓ ପୁରୁଷ  ଶ୍ରମିକ ଝରିଗାଁ ମେଦେନା ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ କରିବାକୁ ଏକ ନମ୍ବର ବିହୀନ ଟ୍ରାକ୍ଟର ଯୋଗେ ଆସୁଥିଲେ। ଏହି ସମୟରେ ଦାବିରି ଗୁଡ଼ା ବରଗଛ ନିକଟ ଚାରିଛକ ଠାରେ ହଠାତ୍ ଟ୍ରାକ୍ଟର ଟ୍ରଲି ଉଠି ଯାଇଥିଲା। ଯାହା ଫଳରେ ଟ୍ରଲିରେ ବସି ଆସୁଥିବା ଶ୍ରମିକ ସମସ୍ତେ କଚାଡି ହୋଇ ରାସ୍ତା ଉପରେ ଛିଟକି ପଡ଼ିଥିଲେ। ଟ୍ରଲିର ମଧ୍ୟ ଭାଗରେ ବସିଥିବା  ଅମର ଗୌଡଙ୍କ ସ୍ତ୍ରୀ ଘୋମା ଗୌଡ଼ ରାସ୍ତା ଉପରେ କଚାଡି ହୋଇ ପଡ଼ିଥିଲେ। ଘଟଣା ସ୍ଥଳରେ ହିଁ ଘୋମାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ  ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା । ସେଠାରେ ଡାକ୍ତର ଘୋମାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ମାନେ ସାମାନ୍ୟ ଆହତ ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଵାଭାବିକ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅରବିନ୍ଦ ପଣ୍ଡା ସୂଚନା ଦେଇଛନ୍ତି। ପୋଲିସ ପହଞ୍ଚି ମୃତଦେହ ଜବତ କରି  ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। 

ଅନ୍ୟପକ୍ଷେ ଦୁର୍ଘଟଣାକୁ ନେଇ ମୃତା ମହିଳାଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀ ରାସ୍ତା ଅବରୋଧ କରି କ୍ଷତି ପୂରଣ ପ୍ରଦାନ ଲାଗି ବସି ରହିଥିଲେ।  ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଜାମ ହୋଇଥିବା ଦେଖିବାକୁ ମିଳିଥିଲା।ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ରାସ୍ତା ଅବରୋଧ ହଟିଥିଲା। କେଉଁ ପରିସ୍ଥିତିରେ କି ଭଳି ଦୁର୍ଘଟଣା  ଘଟିଥିଲା ଓ ଡ୍ରାଇଭର ଙ୍କ ଅଜାଣତରେ କିପରି ହାଇଡ୍ରୋଲିକ ଟ୍ରଲି ଉପରକୁ ଉଠି ଯାଇଥିଲା ସେ ପ୍ରସଙ୍ଗରେ ତଦନ୍ତ ଜାରି ରହିଥିବା ପୋଲିସ କହିଛି। ପୋଲିସ ଟ୍ରାକ୍ଟର ଡ୍ରାଇଭରକୁ ଅଟକ ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.