ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ପ୍ରସିଦ୍ଧ ଅଭିନେତାଙ୍କ ହେଲା ଭୟଙ୍କର ସଡ଼କ ଦୁର୍ଘଟଣା ! ଅଳ୍ପକେ ବର୍ତ୍ତିଲେ

ନୂଆଦିଲ୍ଲୀ, ୧୨/୯ : ପ୍ରସିଦ୍ଧ ତାମିଲ ଅଭିନେତା ଜୀବାଙ୍କୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଚକିତ କରିପାରେ । ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ଜୀବା ନିଜ ସ୍ତ୍ରୀ ସୁପ୍ରିୟାଙ୍କ ସହ ଚେନ୍ନାଇ ଯାଉଥିଲେ । ସେତେବେଳେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ତାମିଲନାଡ଼ୁର କଲ୍ଲାକୁରିଚୀରେ ହୋଇଥିଲା । ଦୁର୍ଘଟଣାରେ କାରର ବମ୍ପର ଭାଙ୍ଗି ଯାଇଥିଲା । କିନ୍ତୁ ଫ୍ୟାନ୍ସଙ୍କ ଲାଗି ଆଶ୍ବସ୍ତର କଥା ଏହା କି ଯେ ଏହି ଦୁର୍ଘଟଣାରେ ଜୀବା ଏବଂ ତାଙ୍କ ସୁପ୍ରିୟାଙ୍କୁ ଅଧିକ ଆଘାତ ଲାଗି ନାହିଁ ।

ଏହି ଦୁର୍ଘଟଣାର କିଛି ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଭିନେତାଙ୍କ ଚେହେରାରେ ମାସ୍କ ଲାଗିଥିବା ନଜର ଆସୁଛି । ଏହାସହ ତାଙ୍କର ଭଙ୍ଗା ଗାଡ଼ି ବି ନଜର ଆସୁଛି । କିନ୍ତୁ ଭିଡ଼ିଓରେ ଅଭିନେତାଙ୍କୁ କୌଣସି ଜଣେ ବ୍ୟକ୍ତିଙ୍କ ଉପରେ ରାଗୁଥିବା ଦେଖାଯାଉଛି । ସାଉଥ ଇଣ୍ଡଷ୍ଟ୍ରୀ ଟ୍ୟାକର ମନୋବାଲା ନିଜ ଏକ୍ସ ହ୍ୟାଣ୍ଡେଲରେ ଦୁର୍ଘଟଣାର ଫଟୋ ଏବଂ ଭିଡ଼ିଓ ସେୟାର କରିଛନ୍ତି । ଏହାସହ ସେ କ୍ୟାପଶନରେ କହିଛନ୍ତି କି ଏହି ଦୁର୍ଘଟଣା କଲ୍ଲାକୁରିଚୀରେ ହୋଇଥିଲା । ଫଟୋ – ଭିଡ଼ିଓରେ ଦେଖାଯାଇପାରେ କି କାରର ବହୁ କ୍ଷତି ହୋଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.