ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଭକ୍ତନିବାସ ନାମରେ ନକଲି ୱେବସାଇଟ୍ ଖୋଲି ଠକେଇ ଘଟଣା,ଆଇନଗତ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Published By : prameya | February 16, 2025 11:12 AM

ପୁରୀ,୧୬/୦୨: ପୁରୀ ଶ୍ରୀମନ୍ଦିର ପ୍ରଶାସନର ଭକ୍ତନିବାସଗୁଡିକ ନାମରେ ନକଲି ୱେବସାଇଟ୍ ଖୋଲି ଠକେଇ କରିବା  ଘଟଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଏନେଇ ଆଇନଗତ କାର୍ଯ୍ଯାନୁଷ୍ଠାନ ପାଇଁ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢୀ। 

ଏକ ପତ୍ର ମାଧ୍ୟମରେ ମୁଖ୍ୟ ପ୍ରଶାସକ ଜଣାଇଛନ୍ତି ଯେ, ଶ୍ରୀମନ୍ଦିରର ନିଜସ୍ବ ୱେବସାଇଟ www.shreejagannatha.in ଏବଂ www.stayatpurijagannatha.in ମାଧ୍ୟମରେ ଭକ୍ତନିବାସ ଗୁଡିକର ବୁକିଂ ହୋଇ ଆସୁଛି। କିନ୍ତୁ କିଛି ଖଳବ୍ଯକ୍ତି ନକଲି ୱେବସାଇଟ୍ ତିଆରି କରି ଭକ୍ତନିବାସ ନାମରେ ଲୋକଙ୍କୁ ଠକେଇ କରିଥିବାର ପ୍ରମାଣ ପାଇଛି ଶ୍ରୀମନ୍ଦିର ପ୍ରଶାସନ। ଏପରିକି ଏକ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ଏହି ଠକେଇ ପାଇଁ ଦେଣନେଣ ହୋଇଛି। ତେଣୁ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଚିଠିରେ ଅନୁରୋଧ କରାଯାଇଛି। ଏହାସହିତ ପୂର୍ବରୁ ବିଭିନ୍ନ ଥାନାରେ ଦାଖଲ ହୋଇଥିବା ମାମଲା ଗୁଡିକର ତଥ୍ଯ ମଧ୍ଯ ସଂଲଗ୍ନ କରାଯାଇଅଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.