ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟା ଘଟଣା, ସହାୟତା ରାଶି ଘୋଷଣା କଲା ରେଳ ବିଭାଗ

Published By : prameya | February 16, 2025 9:10 AM

ନୂଆଦିଲ୍ଲୀ,୧୬/୦୨:  ନୂଆଦିଲ୍ଲୀ ରେଳ ଷ୍ଟେସନରେ  ଦଳଚକଟା ଘଟଣା।  ସହାୟତା ରାଶି ଘୋଷଣା କଲା ରେଳ ବିଭାଗ। ଦଳଚକଟାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ୧୦ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା ହୋଇଛି। ସେହିପରି ଗୁରୁତରଙ୍କ ପାଇଁ ୨.୫୦ ଲକ୍ଷ ଓ ଆହତଙ୍କ ପାଇଁ ୧ ଲକ୍ଷ ଲେଖାଏଁ ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ତେବେ ରେଳ ଷ୍ଟେସନରେ ଦଳଚକଟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇିଛନ୍ତି । 

ତେବେ ଶନିବାର ରାତି ପ୍ରାୟ ୯.୩୦ରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ହୋଇଥିଲା।  ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ମହାକୁମ୍ଭ ପାଇଁ ଯାଉଥିବା ଦୁଇଟି ଟ୍ରେନ୍ ବିଳମ୍ବରେ ଥିଲା । ଯାହା ଯୋଗୁଁ ଷ୍ଟେସନରେ ବହୁ ସଂଖ୍ୟକ ଲୋକ ଜମା ହୋଇଥିଲେ।  ଏହି ସମୟରେ, ହଠାତ୍ ପ୍ଲାଟଫର୍ମ ପରିବର୍ତ୍ତନର ଘୋଷଣା ହେତୁ ଲୋକମାନେ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ଏକ ପ୍ଲାଟଫର୍ମକୁ ଦୌଡ଼ିବାକୁ ଲାଗିଲେ, ଯାହା ଫଳରେ ଦଳାଚକଟା ହୋଇଥିଲା। ତଥାପି, ଅନେକ ପ୍ରତ୍ୟକ୍ଷଦର୍ଶୀ ଏହା ମଧ୍ୟ କୁହନ୍ତି ଯେ, ଟ୍ରେନର ପ୍ଲାଟଫର୍ମ ପରିବର୍ତ୍ତନ ସମ୍ପର୍କରେ କୌଣସି ଘୋଷଣା ହୋଇନଥିଲା, ଲୋକମାନେ ଭାବିଥିଲେ ଯେ ସେମାନଙ୍କ ଟ୍ରେନ ଅନ୍ୟ ପ୍ଲାଟଫର୍ମରେ ଅଛି, ତେଣୁ ଏହି ବିଶୃଙ୍ଖଳା ସୃଷ୍ଟି ହୋଇ ସେଠାରେ ଦଳାଚକଟା ଘଟିଥିଲା। 

ଏହା ମଧ୍ୟ ପଢନ୍ତୁ- ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟା ଘଟଣା, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପର୍ଯ୍ୟନ୍ତ, ସମସ୍ତେ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସେ ରେଳ ବିଭାଗର ପରିଚାଳନା ଉପରେ  ପ୍ରଶ୍ନ ଉଠାଇଛନ୍ତି। ସେହିପରି ଏହି ଦୁର୍ଘଟଣା ପାଇଁ ଅନେକ ବିରୋଧୀ ନେତା ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।


 






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.