ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶୁଳ୍କ ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖାଯାଉଛି। ଆମେରିକା ଚୀନ୍ ଉପରେ ୧୦୪ ପ୍ରତିଶତ ଶୁଳ୍କ ଲଗାଇବା ପରେ, ଚୀନ୍ ଏହାର ଜବାବରେ ଆମେରିକୀୟ ଉତ୍ପାଦ ଉପରେ ୮୪ ପ୍ରତିଶତ ଶୁଳ୍କ ଘୋଷଣା କରିଛି। ଚୀନ୍ ପରେ ଏବେ ୟୁରୋପୀୟ ସଂଘ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି।
ୟୁରୋପୀୟ ସଂଘର ସଦସ୍ୟ ଦେଶ ମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆମଦାନୀ ହେଉଥିବା ଇସ୍ପାତ ଏବଂ ଆଲୁମିନିୟମ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇବାର ଜବାବରେ ୨୩ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଉତ୍ପାଦ ଉପରେ ପ୍ରତିଶୋଧ ମୂଳକ ଶୁଳ୍କ ଲଗାଇବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ୟୁରୋପୀୟ ସଂଘର କାର୍ଯ୍ୟନିର୍ବାହୀ ସଂସ୍ଥା, ୟୁରୋପୀୟ ଆୟୋଗ,ବୁଧବାର ନିଆଯାଇଥିବା ନିଷ୍ପତ୍ତିରେ ଅନ୍ତର୍ଭୁକ୍ତ ଜିନିଷ ଗୁଡ଼ିକର ଏକ ତାଲିକା ଏପର୍ଯ୍ୟନ୍ତ ପ୍ରଦାନ କରିନାହିଁ।
ତଥାପି, ୟୁରୋପୀୟ ସଂଘ (EU)ର 27 ସଦସ୍ୟ ଦେଶ ବାଣିଜ୍ୟ ସମସ୍ୟାର ସମାଧାନ ପାଇଁ ଏକ ଆଲୋଚନା ମୂଳକ ଚୁକ୍ତି ପାଇଁ ସେମାନଙ୍କର ପ୍ରାଥମିକତାକୁ ଦୋହରାଇଛନ୍ତି।