ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ପୁରୀ ବାଣ ବିସ୍ଫୋରଣ ଘଟଣା ପରେ ଚେତା ଫେରିନି: ୪ରେ ନେତାଙ୍କର ଅଦିନିଆ ଦୀପାବଳି, ରାଜନୈତିକ ଦଳ ପକ୍ଷରୁ ବାଣ ପାଇଁ ଆଗୁଆ ବରାଦି

ଭୁବନେଶ୍ୱର, ୦୧/୦୬: ପୁରୀରେ ବାଣ ବିସ୍ଫୋରଣରେ ୬  ଜଣ ମୃତ୍ୟୁ ହେଲାଣି । ଆଉ ୨୪ଜଣ  ଗୁରୁତର ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ତେବେ ଏହାରି ଭିତରେ ମତଦାନ ସରିଛି । ୪ ତାରିଖରେ ଭୋଟ ଗଣତି । ସେ ଦିନ ସାରା ରାଜ୍ୟରେ ଅଦିନିଆ ଦୀପାବଳି ପାଳନ ହେବ । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ କୋଟି କୋଟି ଟଙ୍କାର ବାଣ ପାଇଁ ବହିନା ଦିଆଯାଇଛି । ସେଦିନ ବାଣ ଫୁଟାରେ ଯେ କିଛି ଅଘଟଣ ନ  ଘଟିବ ତାହା ଟାଳି ହେବନି । ସେଥିପାଇଁ  ସରକାର ଏ ଦିଗରେ ଚିନ୍ତାକରିବା  ଆବଶ୍ୟକ ରହିଛି ।  

ନିର୍ବାଚନରେ ବିଜୟ ସମ୍ଭାବନା  ଥିବା ବହୁ ପ୍ରାର୍ଥୀଙ୍କ ସମର୍ଥକମାନେ ଶୋଭାଯାତ୍ରାରେ ନିଜ ନିର୍ବାଚନ  ମଣ୍ଡଳି ବୁଲିବେ । ସେ ସମୟରେ ବାଣ ଫୁଟାଇବେ । ବାଣ ପାଇଁ ମାଲାକାନଗିରିରୁ ମୟୂରଭଞ୍ଜ, ଝାରସୁଗୁଡ଼ାରୁ ପୁରୀ ପର୍ଯ୍ୟନ୍ତ ଦୋକାନୀଙ୍କୁ ପ୍ରାର୍ଥୀମାନେ କୋଟି କୋଟି ଟଙ୍କା ବରାଦି ନେଇଛନ୍ତି । କେବଳ ଜଟଣୀ ଓ କଟକ ପଦ୍ମପୁର ବାଣ ବଜାରରେ ସାଢ଼େ ୩ କୋଟି ଟଙ୍କା  ବରାଦି ଦିଆଯାଇଛି । ୨୦୧୯ ନିର୍ବାଚନର  ଶୋଭଯାତ୍ରାରେ ଜଗତସିଂହପୁର  ଜିଲ୍ଳାରେ ଅଘଟଣ ଦେଖିବାକୁ  ମଳିଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କ  ମୃତ୍ୟୁ ହୋଇଥିଲା । ପ୍ରାର୍ଥୀମାନେ  ରାଜ୍ୟର ବିଭିନ୍ନ ବାଣ ଦୋକାନୀଙ୍କୁ  ଯେତିକି ପରିମାଣରେ ଟଙ୍କା ବହିନା  ଦିଆଯାଇଛି ତାହା ୪ ତାରିଖ ଦିନ  ଫୁଟିଲେ ସାରା ରାଜ୍ୟରେ ଅଦିନିଆ  ଦୀପାବଳି ଭଳି ହେବ । ବିଜୟୀପ୍ରାର୍ଥୀ  ମନଇଚ୍ଛ ଯେଉଁଠି ପାରିବେ ବାଣ  ଫୁଟାଇବେ । ଏବେ ଠାରୁ ସରକାର  ଯଦି କୌଣସି ନିର୍ଦ୍ଦେଶନାମା ଜାରି ନ  କରନ୍ତି ତା’ହେଲେ ସ୍ଥିତି କ’ଣ ହେବ  ତାହା ଜଳଜଳ ଦେଖାଯାଉଛି । ୨୦୧୯  ନିର୍ବାଚନ ଠାରୁ ଚଳିତ ନିର୍ବାଚନ ଅଧିକ  ସମ୍ବେଦନଶୀଳ ରହିଛି । ବିଜୟ ପ୍ରାର୍ଥୀ  ଓ ସେମାନଙ୍କ କର୍ମୀମାନେ ଅଧିକ  ଉତ୍ସାହିତ ହୋଇ କିଛି ବି ଅଘଟଣ  ଘଟାଇ ପାରନ୍ତି । ସେଥିପାଇଁ ବାଣଫୁଟା  ଉପରେ କଟକଣା ଲଗାଯିବାର  ଆବଶ୍ୟକତା ରହିଛି ।  

ବାଣ ଫୁଟା ନେଇ ସୁପ୍ରିମକୋର୍ଟ  ପୂର୍ବରୁ ଅନେକ ଗାଇଡ୍‌ଲାଇନ୍‌ ଜାରି  କରିଛନ୍ତି । ଯେମିତିକି ବେରିୟମ  ଓ ଅନ୍ୟ ନିଷିଦ୍ଧ ରସାୟନ ମିଶ୍ରିତ ବାଣ ଉପରେ କଟକଣା ସାରା  ଦେଶରେ ଲାଗୁ ରହିଛି । ଦେଶରେ  ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ସେଥିପାଇଁ କଟକଣା  ରହିଛି । ରାଜ୍ୟମାନେ କେବଳ ପାର୍ବଣ ଋତୁରେ ନୁହେଁ, ତାପରେ ବି ବାୟୁ  ଓ ଶବ୍ଦ ପ୍ରଦୂଷଣ ରୋକିବାକୁ ଏହି  କଟକଣା ଲାଗୁ ହୋଇଛି । ବାଣ ବିକ୍ରି ଓ  ଫୁଟାଇବା ଉପରେ ରାଜ୍ୟର ସରକାର  କଟକଣା ଲଗାଇପାରିବେ । ହେଲେ  ସରକାର ନଜର ଦେଉ ନାହାନ୍ତି । ଫଳରେ ପ୍ରତିବର୍ଷ କାହାର ଜୀବନ  ଯାଉଛି ତ’ କିଏ ପଙ୍ଗୁ ହେଉଛି । ଚନ୍ଦନ  ଯାତ ସମୟରେ କୌଣସି ନିୟମ  ପାଳନ କରାଯାଇନଥିଲା । ଫଳରେ  ଏତେ ବଡ଼ ଅଘଟଣ ଘଟିଥିଲା । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.