ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

Election Commission: ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାହୁଲଙ୍କ ଅଭିଯୋଗ ଉପରେ ଜବାବ ରଖିଲେ ନିର୍ବାଚନ ଆୟୋଗ

Published By : Tapas Panda | February 7, 2025 6:42 PM

Image Courtesy: indiatvnews

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ଏହା ଉପରେ ନିର୍ବାଚନ ଆୟୋଗଙ୍କ ପ୍ରତିକ୍ରିୟା ମିଳିଛି । ନିର୍ବାଚନ ଆୟୋଗ କହିଛନ୍ତି ଯେ, ଯେକୌଣସି ପ୍ରଶ୍ନର ଜବାବ ଲିଖିତ ଆକାରରେ ଦେବେ । ରାଜନୈତିକ ଦଳ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ, ପରାମର୍ଶ ଏବଂ ବିଚାରକୁ ଗୁରୁତ୍ୱ ସହ ଗ୍ରହଣ କରାଯାଏ  । 

ସୋସିଆଲ୍ ମିଡିଆ ଏକ୍ସରେ ନିର୍ବାଚନ ଆୟୋଗ ଲେଖିଛନ୍ତି, 'ଆୟୋଗ ରାଜନୈତିକ ଦଳଙ୍କୁ ଏକ ପ୍ରମୁଖ ଷ୍ଟେକ୍ ହୋଲ୍ଡର ଭାବେ ଦେଖନ୍ତି । ଆମ ପାଇଁ ମତଦାତା ସର୍ବପ୍ରଥମ କିନ୍ତୁ ଆମେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ଦିଆଯାଇଥିବା ସମସ୍ତ ବିଚାର, ପରାମର୍ଶ ଏବଂ ପ୍ରଶ୍ନକୁ ମହତ୍ୱ ଦେଉଛୁ । ଆୟୋଗ ସାରା ଦେଶରେ ନିର୍ବାଚନରେ ସମାନ ରୂପେ ଆପଣାଯାଇଥିବା ତଥ୍ୟ ଆଧାରିକ ଏବଂ ପ୍ରକ୍ରିୟା ଆଧାରିକ ମାଟ୍ରିକ୍ସ ସହ ସବୁ ପ୍ରଶ୍ନର ଲିଖିତ ରୂପେ ଜବାବ ଦେବେ ।'

ନର୍ବାଚନ ଆୟୋଗଙ୍କ ଜବାବ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ଆସିଛି । ଶୁକ୍ରବାର କରିଥିବା ସାମ୍ୱାଦିକ ସମ୍ମିଳନୀରେ ରାହୁଲ ମହାରାଷ୍ଟ୍ର ନିର୍ବାଚନରେ ତ୍ରୁଟି ନେଇ ଅଭିଯୋଗ କରିଥିଲେ । ଭୋଟର ଲିଷ୍ଟରେ ଅନେକ ଭୁଲ ମିଳିଥିବା ସେ କହିଥିଲେ । ଏହାସହ କହିଥିଲେ ଯେ ଆମେ ନିର୍ବାଚନ ଆୟୋଗଙ୍କୁ ଏହି ମାମଲାରେ ଜବାବ ମାଗିଥିଲୁ । କିନ୍ତୁ ତାଙ୍କ ତରଫରୁ ଏବେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିନାହିଁ । ଏଥିରୁ ସ୍ପଷ୍ଟ ହୋଇଛି ଯେ, ସେ ଯାହା କିଛି କରିଛନ୍ତି ସେଥିରି କିଛି ନା କିଛି ତ୍ରୁଟି ରହିଛି ବୋଲି ରାହୁଲ ଗାନ୍ଧୀ କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.