ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିଜେପି ପ୍ରାର୍ଥୀ ଅଭିନନ୍ଦନଙ୍କ ନିର୍ବାଚନୀ ଷ୍ଟଣ୍ଟ ! ତଳେ ବସି ଖାଇଲେ, ଅଇଁଠା ଖଲି ଉଠାଇଲେ

ନୂଆପଡ଼ା, ୧୦।୪: ନୂଆପଡ଼ା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କ ଆଜି ନିର୍ବାଚନୀ ଷ୍ଟଣ୍ଟ ଦେଖିବାକୁ ମିଳିଛି । ଅପରାହ୍ନରେ ଟିକ୍ରାପଡ଼ା ପଞ୍ଚାୟତ ପଡ଼ିଆରେ ବିଜେପିର କର୍ମୀ ସମ୍ମିଳନୀ ହୋଇଥିଲା । ଏଠାରେ ନୂଆପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ଯୋଗଦେଇ ନିର୍ବାଚନୀ ପ୍ରଚାର କରିଥିଲେ । ସେଠାରେ ନେତା ଓ କର୍ମୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ହୋଇଥିଲା । ସଭାକାର୍ଯ୍ୟ ସରିବା ପରେ ନେତା ଓ କର୍ମୀମାନେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ । ଅଭିନନ୍ଦନ ମଧ୍ୟ ସମସ୍ତଙ୍କ ଭଳି ହାତରେ ଖଲି ଧରି ଧାଡ଼ିରେ ଛିଡ଼ା ହୋଇ ଭୋଜନ ମାଗିଥିଲେ । 

ପରେ ଭୋଜନ ଆଣି ପଡ଼ିଆରେ ତଳେ ବସି ଖାଇଥିଲେ । ମଧ୍ୟାହ୍ନ ଭୋଜନ ସାରି ଉଠିବା ବେଳକୁ ପଡ଼ିଆର ଚାରିପଟେ କାଗଜ ଖଲି ପୂର୍ଣ୍ଣହୋଇ ସାରିଥିଲା । ଲୋକେ ଭୋଜନକରି ଖଲିସବୁ ଏଣେତଣେ ଫିଙ୍ଗି ଚାଲିଯାଇଥିଲେ । ଏହାଦେଖି ଅଭିନନ୍ଦନ ନିଜେ ପଡ଼ିଆ ଭିତରେ ଲୋକଙ୍କ ଅଇଁଠା ଖଲି ଉଠାଇଥିଲେ । ତାଙ୍କୁ ଦେଖି କେତେକ ନେତା ଓ କର୍ମୀ ମଧ୍ୟ ଖଲି ଉଠାଇଥିଲେ । କିଛି ସମୟରେ ମଧ୍ୟରେ ଉକ୍ତ ପଡ଼ିଆକୁ ସଫା କରି ଦେଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.