ଫିରିଙ୍ଗିଆ, ୨୩/୩ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଜାଜେସପାଙ୍ଗା ପଞ୍ଚାୟତର ଲଦଡି ଛକ ନିକଟରେ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି I ମୃତ ବୃଦ୍ଧ ଜଣକ ସେହି ଲଦଡି ଗାଁର ମାଳି ଦିଗାଳ (୬୫) ବୋଲି ଜଣାପଡ଼ିଛି I
ସୂଚନା ଅନୁସାରେ ମୃତ ବୃଦ୍ଧ ଜଣକ ଗାଁରେ ଥିବା ଏକ ଦୋକାନରୁ କିଛି ଜିନିଷ କିଣି ରାସ୍ତାରେ ଚାଲି ନିଜ ଘରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଏକ ବାଇକ ଆସି ତାଙ୍କୁ ଧକ୍କା ଦେଇଥିଲା I ଫଳରେ ବୃଦ୍ଧାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା I
ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବାଇକ ଓ ବାଇକ ଚାଳକଙ୍କୁ ଗ୍ରାମବାସୀ ଅଟକ ରଖିଥିବାବେଳେ ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବାବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୋଲିସ ପହଂଚି ନଥିବା ଜଣାପଡିଛି I ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଜଣକ ସେହି ଜେଜେଶପାଙ୍ଗା ପଞ୍ଚାୟତ ଅଧୀନରେ ଥିବା କୁମ୍ଭାରପଦର ଗାଁର ବୋଲି ଜଣାପଡ଼ିଛି I