ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଦୁବାଇରେ ଲୁଚିଥିବା BSPର ପୂର୍ବତନ ଏମ୍‌ଏଲସିଙ୍କ ଉପରେ ଇଡ଼ିର ବଡ଼ କାର୍ଯ୍ୟାନୁଷ୍ଠାନ,୪,୪୦୦ କୋଟିର ଜମି ଓ ୟୁନିର୍ଭସିଟି ବିଲ୍ଡିଂ ସିଜ୍

ଲକ୍ଷ୍ନୌ,୧୫।୬: ଦୁବାଇରେ ଲୁଚିଥିବା ଖଣି ମାଫିଆ ତଥା ପୂର୍ବତନ ବିଏସ୍‌ପି ଏମ୍‌ଏଲସି ମହମ୍ମଦ ଇକବାଲଙ୍କ ଉପରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ। ବିଏସ୍‌ପି ଏମଏଲସିଙ୍କ ଦ୍ୱାରା ନିର୍ମିତ ବେଆଇନ ବିଶ୍ୱବିଦ୍ୟାଳୟକୁ ଇଡି ଜବତ କରିଛି। ଇକବାଲ ହାଜିଙ୍କ ସହାରନପୁର ଗ୍ଲୋକଲ ୟୁନିଭର୍ସିଟିର ୪୪୪୦ କୋଟି ଟଙ୍କାର ୧୨୧ ଏକର ଜମି ଓ ବିଲ୍ଡିଂକୁ ସିଜ୍‌ କରିଛି ଇଡି।  ଏହି ସମ୍ପତ୍ତି ଅବଦୁଲ ଓ୍ବାହିଦ ଏଜୁକେସନ୍‌ନାଲ ଆଣ୍ଡ ଚାରିଟେବଲ ଟ୍ରଷ୍ଟ୍ର ନାମରେ ପଞ୍ଜୀକୃତ ହୋଇଛି।  ଏହି ବିଶ୍ୱବିଦ୍ୟାଳୟର ଦାୟିତ୍ୱ ତାଙ୍କ ଭାଇ ଏବଂ ପୁଅମାନଙ୍କ ଉପରେ ଥିଲା।

ଯାଞ୍ଚରେ ଜଣାପଡିଛି ମହମ୍ମଦ ଇକବାଲ ଅବଦୁଲ ୱାହିଦ ଏଜୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ଏହି ଜମି କିଣିଥିଲେ ଏବଂ ଏହା ଉପରେ ଏହି ବିଶ୍ୱବିଦ୍ୟାଳୟ ତିଆରି କରିଥିଲେ। ଇକବାଲ ଗତ କିଛି ମାସ ଧରି ଫେରାର ଅଛନ୍ତି। ସେ ଦୁବାଇରେ ଥିବାର  କୁହାଯାଉଛି। ଦେଶର ଅନେକ ଏଜେନ୍ସି ଇକବାଲଙ୍କ ବିରୋଧରେ ତଦନ୍ତ କରୁଛନ୍ତି। ଇକବାଲଙ୍କ ବିରୋଧରେ ମନି ଲଣ୍ଡରିଂ ଏବଂ ବେଆଇନ ଖଣି ଭଳି ଅନେକ ଗୁରୁତର ଅଭିଯୋଗ ରହିଛି। ମହମ୍ମଦ ଇକବାଲଙ୍କର ଚାରି ପୁଅ ଅଛନ୍ତି। ଜେଲରେ ଥିବା ପୁଅ ଓ ଭାଇଙ୍କ ବିରୋଧରେ ମଧ୍ୟ ଅନେକ ମାମଲା ରୁଜୁ ହୋଇଛି।

ବିଏସ୍‌ପି ସରକାର ସମୟରେ ଘଟିଥିବା ଚିନି ମିଲ ସ୍କାମରେ ଇକବାଲଙ୍କ ବିରୋଧରେ ଇଡି ଏହି  ଆକ୍ସନ ନେଇଛି। ଇଡି କହିଛି ଯେ, ମହମ୍ମଦ ଇକବାଲ ୨୦୧୦ ରୁ ୨୦୧୨ମଧ୍ୟରେ ସାହାରନପୁର ତଥା ଏହାର ଆଖପାଖରେ ବେଆଇନ ଖଣିରୁ ୫୦୦କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଥିଲେ। ପରେ ସେ ଏହି ଟଙ୍କାକୁ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଲଗାଇଥିବାର ଅଭିଯୋଗ ରହିଛି। ଏହି ମାମଲାରେ ଆଗରୁ ୨୦୨୧ରେ ଇକବାଲଙ୍କ ୧୦୯୭କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.