ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଭୂକମ୍ପ ଝଟକାରେ ଥରିଲା ଦିଲ୍ଲୀ ଏନସିଆର୍‌, ରିକ୍ଟର ସ୍କେଲରେ ତିବ୍ରତା ୪.୦

Published By : Prameya | February 17, 2025 7:34 AM

ନୂଆଦିଲ୍ଲୀ, ୧୭।୨: ଦିଲ୍ଲୀ ଏନସିଆର୍‌ରେ ଭୂକମ୍ପ । ସୋମବାର ସକାଳ ୫ଟା ୩୬ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଦିଲ୍ଲୀର ଧୋଲା କୁଆଁ । ଭୂକମ୍ପର ରିକ୍ଟର ସ୍କେଲରେ ତିବ୍ରତା ୪.୦ ଥିବାବେଳେ ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ ଓ ଗୁରୁଗ୍ରାମ ଅଞ୍ଚଳରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି । ଏହି ଭୂକମ୍ପର ତିବ୍ରତା ଏତେ ଅଧିକ ଥିଲା ଯେ, ଦିଲ୍ଲୀ ଏନସିଆର୍‌ରେ ଥିବା ଅନେକ ଘରର କବାଟ, ଝରକା ସମସ୍ତ ଘରର ଆସବାପତ୍ର ଦୋହଲିବାରେ ଲାଗିଥିଲା । 

ରିପୋର୍ଟ ଅନୁସାରେ, ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଉତ୍ତରପ୍ରଦେଶର କିଛି ସହର ଯେପରିକି ମୁରାଦାବାଦ, ସହାରନପୁର, ମଥୁରା ଓ ଆଗ୍ରାରେ ମଧ୍ୟ ଏହି ଝଟକା ଅନୁଭୂତ ହୋଇଥିବା ସେଠାକାର ବାସିନ୍ଦା କହିଛନ୍ତି । ସେହିଭଳି ହରିୟାଣାର କୁରୁକ୍ଷେତ୍ର, ହିସାର ଓ କେଥଲରେ ମଧ୍ୟ ଝଟକା ଅନୁଭୂତ ହୋଇଥିଲା । ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା ପରେ ଦିଲ୍ଲୀ ପୋଲିସ ତୁରନ୍ତ ପଦକ୍ଷେପ ନେଇ ହେଲ୍ପଲାଇନ ନମ୍ୱର ଜାରି କରିଛି । ଜରୁରୀକାଳୀନ ସ୍ଥିତି ପାଇଁ ଲୋକଙ୍କୁ ୧୧୨ ନମ୍ୱରରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି । ଲୋକେ ଭୟଭୀତ ନ ହୋଇ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେବା ସହ କୌଣସି ପ୍ରକାର ଗୁଜବ ପ୍ରଚାର ନ କରିବାକୁ ମଧ୍ୟ ଦିଲ୍ଲୀ ପୋଲିସ ପରାମର୍ଶ ଦେଇଛି । 

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଓ ଆଖପାଖରେ ଅନୁଭୂତ ହୋଇଥିବା ଭୂକମ୍ପ ପାଇଁ ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ ଟ୍ୱିଟ୍ କରି କହିଛନ୍ତି । ଏଥିସହ ନିଜକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି । ସଚେତନ ରହିବା ସହ ପ୍ରଶାସନ ତତ୍ପର ଥିବା କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଲୋକଙ୍କ ସୁରକ୍ଷା ପାଇଁ ଚିନ୍ତାପ୍ରକଟ କରିଛନ୍ତି । ସବୁ ପରିସ୍ଥିତି ଉପରେ ନଜର ରଖିବା ସହ ଯେ କୌଣସି ପ୍ରକାର ସହାୟତା ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି । ପ୍ରଶାସନିକ ଅଧିକାରୀ ମଧ୍ୟ ସ୍ଥିତି ପରଖିଥିବା ବେଳେ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଛି । ଭୂକମ୍ପ ଝଟକା ପରେ ଲୋକଙ୍କ ମନରେ ଭୟର ବାତାବରଣ ରହିଥିବା ବେଳେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଥିବା ପ୍ରଶାସନ ଲୋକଙ୍କୁ ଆଶ୍ୱାସନା ଦେଇଛି । 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.