ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

କୋଟିପତି ଜଳବିଭାଜିକା ନିର୍ଦ୍ଦେଶକଙ୍କ ସହ ୪ ସହଯୋଗୀ ଗିରଫ ହୋଇ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ

Published By : Prameya | February 7, 2025 7:30 PM

ମାଲକାନଗିରି : ସରକାରୀ ଟଙ୍କା ହଡ଼ପ ଓ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ମାମଲା। ଆଜି ( ୭ ଫେବ୍ରୁଆରୀ ୨୦୨୫) ଭିଜିଲାନ୍ସ ବିଭାଗ ମାଲକାନଗିରି ଜିଲ୍ଲାର କୋଟିପତି ଜଳବିଭାଜିକା ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସହ ଅନ୍ୟ ୪ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି। ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇ ଥିବାର ଭିଜିଲାନ୍ସ ବିଭାଗ ପ୍ରେସ୍‌ ନୋଟ୍‌ ମାଧ୍ୟ୍ୟମରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ସରକାରୀ ଯୋଜନା ଅର୍ଥ ହଡ଼ପ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଶାନ୍ତନୁଙ୍କ ସହିତ ଅନ୍ୟ ଗିରଫମାନେ ହେଲେ ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟାଏଣ୍ଟ୍ରି ଅପରେଟର ବିଶ୍ୱଜିତ ମଣ୍ଡଳ, ଅସ୍ଥାୟୀ କର୍ମଚାରୀ ଅମୀୟ ସାହୁ ଏବଂ ଜନସେବା କେନ୍ଦ୍ରର ମାଲିକ ଅଲେଖ ପ୍ରଧାନ। 

ଗତ ତିନି ଦିନ ଧରି ଭିଜିଲାନ୍ସ ପକ୍ଷରୁ ଚଢ଼ଉରେ ୨କୋଟି ୮ ଲକ୍ଷ ୯୨ ହଜାର ଟଙ୍କା ଜବତ ଟଙ୍କା ମଧ୍ୟରୁ ଶାନ୍ତନୁଙ୍କ ଠାରୁ କେବଳ ୨ କୋଟି ଟଙ୍କା ମିଳିଥିଲା। ଜୟପୁରରେ ଏକ ୩ ମହଲା ବିଳାସପୂର୍ଣ୍ଣ କୋଠା, ୪ଟି ଦାମୀ ପ୍ଲଟ୍ ଠାବ ହୋଇଥିଲା। ଏହା ସହିତ ୪୨୨ ଶହ ଗ୍ରାମ ଓଜନର ସୁନା ଅଳଙ୍କାର, ଜମା ଆକାଉଣ୍ଡରୁ ୯୧ ଲକ୍ଷ ଟଙ୍କା ସହିତ ବ୍ୟାଙ୍କ ଲକରରୁ ମଧ୍ୟ ମିଳିଥିଲା ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ସହ ଅଫିସିଆଲ ଦସ୍ତାବିଜ। 

ଦୀର୍ଘ ସମୟ ଧରି ଚାଲିଥିଲା ଭିଜିଲାନ୍ସ ରେଡ୍। ଗତ ବୁଧବାର ଠାରୁ କୋଟିପତି ସରକାରୀ ବାବୁ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଥିଲା। ଭୁବନେଶ୍ଵର କପିଳପ୍ରସାଦ ଷ୍ଟେଟ୍ ବ୍ୟାଙ୍କ ଲକରରୁ ସେଲ୍ ଡିଡ୍ ଏବଂ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରିଥିଲା ଭିଜିଲାନ୍ସ ଟିମ୍। ଗତାକାଲି ବାସଭବନରେ ତଲାସୀ ସମୟରେ ବହୁ ସଂଖ୍ୟକ ଶ୍ରମିକଙ୍କ ପାସବୁକ୍ ଜବତ କରାଯାଇ ଥିବାର ସୂଚନା ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ବିଭାଜିକା ପ୍ରକଳ୍ପର କାମ ନ ହୋଇ କେବଳ ନାମ ଫଳକ ଲଗା ଯାଇ ଯୋଜନାର ଟଙ୍କା ହଡ଼ପ ହେଉ ଥିବାର ପୂର୍ବରୁ ଅଭିଯୋଗ ହୋଇ ଆସୁ ଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.