ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମଦ ପିଇବା ପାଇଁ ପାଣି ନ ଦେବାରୁ ଘରେ ପଶି ମହିଳାଙ୍କୁ ନିଆଁ ଲଗାଇଦେଲା ଯୁବକ, ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି, ଅଭିଯୁକ୍ତ ଗିରଫ

ଜଟଣୀ,୦୧/୦୯: ଘରେ ଏକୁଟିଆ  ଥିଲେ । ସ୍ୱାମୀ ଓ ପରିବାରର ଅନ୍ୟ  ସଦସ୍ୟମାନେ କାର୍ଯ୍ୟରେ ବାହାରକୁ ଯାଇଥିଲେ । ଏହି ସମୟରେ ଜଣେ ଯୁବକ ପହଞ୍ଚି ମଦ ପିଇବା ପାଇଁ ପାଣି ମାଗିଲେ ।  ପାଣି ଦେବାକୁ ମନା କରିବାରୁ ଉତ୍‌କ୍ଷିପ୍ତ  ଯୁବକ ଜଣକ ମହିଳାଙ୍କୁ ଆକ୍ରମଣ କରିବା  ସହ ତାଙ୍କ ଶାଢ଼ୀରେ ନିଆଁ ଲଗାଇଥିଲେ ।  ଶନିବାର ଜଟଣୀ ମ୍ୟୁନିସିପାଲିଟିର ୧୦  ନମ୍ବର ୱାର୍ଡ ପାଇକରାପୁରରେ ଘଟିଥିବା ଏହି  ଅଭାବନୀୟ କାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମହିଳା ଏବେ ଗୁରୁତର ଅବସ୍ଥାରେ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। 

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆହତ  ମହିଳାଙ୍କ ନାମ ପ୍ରତିମା ବେହେରା (୪୬)  । ଶନିବାର ସନ୍ଧ୍ୟାରେ ସେ ଘରେ ଏକୁଟିଆ  ଥିଲେ । ଏହି ସମୟରେ ମୋହନ ବାରିକ  ନାମକ ଯୁବକ ତାଙ୍କ ଘରେ ଅତର୍କିତ ଭାବେ  ପଶିଯାଇଥିଲେ । ମଦ ପିଇବା ପାଇଁ ପ୍ରତିମାଙ୍କୁ  ପାଣି ମାଗିଥିଲେ। ପ୍ରତିମା ମନା କରିବାରୁ  ମୋହନ ତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ମୋହନ ତାଙ୍କ ପିନ୍ଧା ଶାଢ଼ୀରେ  ନିଆଁ ଲଗାଇ ଦେଇଥିଲେ। ହୁତୁହୁତୁ ହୋଇ  ପ୍ରତିମା ଜଳିବା ସହ ଘରୁ ବାହାରି ଆସି ପାଟି  କରିଥିଲେ । ପାଟି ଶୁଣି ପଡ଼ୋଶୀମାନେ ପହଞ୍ଚି  ଖସି ପଳାଉଥିବା ମୋହନକୁ କାବୁ କରିଥିଲେ ।  ପରେ ଖବର ପାଇ ପହଞ୍ଚିଥିବା ପୁଲିସକୁ  ହସ୍ତାନ୍ତର କରିଥିଲେ । ପ୍ରତିମାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ  ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଏମ୍‌ସକୁ  ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କ ଶରୀରର ୬୦  ଭାଗ ପୋଡ଼ିଯାଇଥିବା ଡାକ୍ତର କହିଛନ୍ତି । ଅଭିଯୁକ୍ତ ମୋହନଙ୍କ ଘର ସେହି ୧୦ ନମ୍ବର ୱାର୍ଡର ରଘୁନାଥ  ନଗରରେ ବୋଲି ପୁଲିସ କହିଛି । ଅଭିଯୁକ୍ତକୁ ଗିରଫ ପରେ ତନାଘନା କରୁଛି ପୁଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.