ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

୧୪ ଏନ୍‌ଏସିରେ ଡ୍ରେନେଜ୍‌ ସର୍ଭେ ଅଧପନ୍ତରିଆ, ବର୍ଷାରେ ବୁଡ଼ିବ ସହରାଞ୍ଚଳ

Published By : Prameya | March 29, 2025 12:49 AM

ଛତ୍ରପୁର : ନିକଟରେ ବ୍ରହ୍ମପୁରରେ କାଳବୈଶାଖୀ ଜନିତ ବର୍ଷା ପରେ ଜଳ ନିଷ୍କାସିତ ହୋଇ ନପାରି ମୁଖ୍ୟ ରାସ୍ତାରୁ ଆରମ୍ଭ କରି ଗଳିକନ୍ଦିରେ ଜମା ହୋଇ ରହିଥିଲା। ବଡ଼ ଡାକ୍ତରଖାନା ଆଉଟ୍‌ଡୋର୍‌ରୁ ଆରମ୍ଭ କରି ମନ୍ଦିର, ବିଦ୍ୟାଳୟରେ ପାଣି ଭାସି ଥିଲା। ଏଭଳି ଦୃଶ୍ୟ ଆଉ କେତେକ ସହରରେ ନିୟମିତ ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି। ସାମାନ୍ୟ ବର୍ଷା ହେଲେ ପାଣି ଜମି ରହିବା, ଡ୍ରେନେଜ୍‌ ଅଭାବରୁ ନାଳ ପାଣି ରାସ୍ତାରେ ଭାସିବା ନଜିର ବାରମ୍ବାର ସାମନାକୁ ଆସୁଛି। 

ତେବେ କ୍ଷୋଭର ବିଷୟ ହେଉଛି ଜିଲ୍ଲାର ଏକମାତ୍ର ହିଞ୍ଜିଳିକାଟୁ ପୌରପାଳିକା ସମେତ ୧୪ଟି ଏନ୍‌ଏସିରେ ଡ୍ରେନେଜ୍‌ ବ୍ୟବସ୍ଥା ମଜବୁତ କରିବାକୁ ଆରମ୍ଭ ହୋଇଥିବା ସର୍ଭେ ସମ୍ପୂର୍ଣ୍ଣ ହୋଇ ପାରୁନି। ବର୍ଷାଜଳ ନିଷ୍କାସନ ପାଇଁ ସର୍ଭେ କରିବାକୁ ୭୩ ଲକ୍ଷ ଟଙ୍କା ଲେଖାଏଁ ଆସି ବିଭିନ୍ନ ଏନ୍‌ଏସିରେ ପଡ଼ି ରହିଛି। ବୁଗୁଡ଼ା ଓ ବେଲଗୁଣ୍ଠ ଏନ୍‌ଏସିକୁ ବାଦ୍‌ ଦେଲେ ୫ଟି ଏନ୍‌ଏସିରେ ଡିପିଆର୍‌ ପ୍ରସ୍ତୁତି ଅଧାରେ ଅଟକିଛି ତ ହିଞ୍ଜିଳି ପୌରପାଳିକା ସମେତ ୯ଟି ଏନ୍‌ଏସିର ସର୍ଭେ ଆରମ୍ଭ ବି ହୋଇ ପାରିନି। 

ସେହିପରି ନାଳ ନିର୍ମାଣ ନିମନ୍ତେ ହିଞ୍ଜିଳିକାଟୁ ପୌରପାଳିକା ସମେତ ୫ଟି ଏନ୍‌ଏସିକୁ ମୋଟ ୮ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ହେଁ ଟଙ୍କାଟିଏ ଖର୍ଚ୍ଚ ହୋଇ ନଥିବା ଜଣାଯାଇଛି । ଆଗାମୀ ବର୍ଷା ଋତୁରେ ଗଞ୍ଜାମର ବିଭିନ୍ନ ସହରାଞ୍ଚଳ ପୁଣି ମୌସୁମୀଜନିତ ବର୍ଷାରେ ବୁଡ଼ିବା କିମ୍ବା ଭାସିବା ଆଶଙ୍କା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.